Advertisment

ଚାମ୍ପିୟନ୍ସ ଟ୍ରଫିର ଉଦଯାପନୀ ଉତ୍ସବରେ କାହିଁକି ଆୟୋଜକ ପାକିସ୍ତାନର କେହି ନଥିଲେ?

ଭାରତ ଫାଇନାଲ ଯାଇଥିବାରୁ ଦୁବାଇରେ ହିଁ ଟ୍ରଫି ଟକ୍କର ହୋଇଥିଲା। ହେଲେ ପୁରସ୍କାର ବିତରଣ ବା ଚାମ୍ପିୟନ୍ସ ଟ୍ରଫିର ଉଦଯାପନୀ ଉତ୍ସବରେ ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ସଦସ୍ୟ ଷ୍ଟେଜରେ ଉପସ୍ଥିତ ନ ରହିବା ସମସ୍ତଙ୍କୁ ଚିକିତ କରିଛି।

author-image
Hemant Lenka
ICC

ICC

ଫେବୃଆରୀ ୧୯ରୁ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ ମାର୍ଚ୍ଚ ୯ରେ ଶେଷ ହୋଇଛି। ଦୁବାଇରେ ଖେଳା ଯାଉଥିବା ଫାଇନାଲରେ ଭାରତୀୟ ଟିମ ୪ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ବିଜୟ ମୁକୁଟ ପିନ୍ଧିଛି। ଚଳିତ ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଥିଲା ପାକିସ୍ତାନ। କିନ୍ତୁ ରାଜନୀତିକ ବିବାଦ କାରଣରୁ ଭାରତ ତା’ର ମ୍ୟାଚ୍‌ଗୁଡ଼ିକ ପୂର୍ବ ବୁଝାମଣା ଅନୁସାରେ ଦୁବାଇରେ ଖେଳିଥିଲା।

Advertisment

ଭାରତ ଫାଇନାଲ ଯାଇଥିବାରୁ ଦୁବାଇରେ ହିଁ ଟ୍ରଫି ଟକ୍କର ହୋଇଥିଲା। ହେଲେ ପୁରସ୍କାର ବିତରଣ ବା ଚାମ୍ପିୟନ୍ସ ଟ୍ରଫିର ଉଦଯାପନୀ ଉତ୍ସବରେ ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ସଦସ୍ୟ ଷ୍ଟେଜରେ ଉପସ୍ଥିତ ନ ରହିବା ସମସ୍ତଙ୍କୁ ଚିକିତ କରିଛି।

ଆଇସିସି ଅଧ୍ୟକ୍ଷ ଜୟ ଶାହ ଚାମ୍ପିୟନ୍ସ ଟ୍ରଫି ଭାରତର ଅଧିନାୟକଙ୍କୁ ଦେଇଥିଲେ। ସେହିପରି ବିସିସିଆଇ ସଭାପତି ରୋଜର ବିନ୍ନି ଚାମ୍ପିୟନ୍ସ ଟ୍ରଫିର ସ୍ୱତନ୍ତ୍ର ଜ୍ୟାକେଟ ଖେଳାଳିଙ୍କୁ ପିନ୍ଧାଇଥିଲେ। ନ୍ୟୁଜିଲ୍ୟାଣ୍ଡ କ୍ରକେଟର ନିର୍ଦ୍ଦେଶକ ରୋଜର ଟୁସେ ଓ ବିସିସିଆଇ ସମ୍ପାଦକ ଦେବଜିତି ସାଇକା ଅନ୍ୟାନ୍ୟ ମେଡାଲ ଓ ଲୋଗୋ ଷ୍ଟେଜରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଦେଇଥିଲେ। 

Advertisment

ପାକିସ୍ତାନ ଆୟୋଜନ ଦେଶ ହୋଇଥିବା ବେଳେ ପୁରସ୍କାର ବିତରଣ ଉତ୍ସବରେ ଏହାର କୌଣସି ପ୍ରତିନିଧି ଉପସ୍ଥିତ ନ ରହିବା ବିବାଦ ସୃଷ୍ଟି କରିଛି। ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ସଦସ୍ୟ ଷ୍ଟେଜ ଉପରେ ନଥିବାରୁ ପୂର୍ବତନ କ୍ରିକେଟର ଶୋଏବ ଅଖତର ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। କାହିଁକି ଆୟୋଜନ ରାଷ୍ଟ୍ର ଭାବେ ପାକିସ୍ତାନର କୌଣସି ବୋର୍ଡ ସଦସ୍ୟ ଉଦଯାପନୀ ଉତ୍ସବରେ ଉପସ୍ଥିତ ନଥିଲେ ବୋଲି ସେ ପ୍ରଶ୍ନ କରିବାରୁ ଆଇସିସି ପକ୍ଷରୁ ଏହାର ଜବାବ ଦିଆଯାଇଛି।

ଆଇସିସି ମୁଖପାତ୍ରଙ୍କ କହିବା କଥା ଯେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପାଇଁ ପିସିବି ଅଧ୍ୟକ୍ଷ ମୋହଶିନ ନକବୀ ଉପଲବ୍ଧ ନଥିଲେ ଓ ସେ ଦୁବାଇ ଆସି ନଥିଲେ। ବୁଝାମଣା ଅନୁସାରେ କେବଳ ପଦାଧିକାରୀଙ୍କୁ ଟ୍ରଫି ପ୍ରଦାନ ପାଇଁ ଡକା ଯାଇଥାଏ। ସମାନ କାମ ପାଇଁ ଦୁବାଇରେ ପିସିବିର କୌଣସି ପଦାଧିକାରୀ ଉପସ୍ଥିତ ନଥିଲେ। ସେମାନେ ହେଉଛନ୍ତି ଚାମ୍ପିୟନ୍ସ ଟ୍ରଫିର ଆୟୋଜକ। ତେଣୁ ସେମାନେ ନିଶ୍ଚିତ ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର ଥିଲା ବୋଲି ଆଇସିସି ମୁଖପାତ୍ର କହିଛନ୍ତି।

ପିସିବି ସିଇଓ ଦୁବାଇରେ ଉପସ୍ଥିତ ଥିଲେ!

ପିସିବିର କୌଣସି ପଦାଧିକାରୀ ଦୁବାଇରେ ଉପସ୍ଥିତ ନଥିବା ଆଇସିସି ମୁଖପାତ୍ର କହୁଥିଲେ ହେଁ ମିଡିଆ ଅଲଗା କିଛି ରିପୋର୍ଟ କରିଛି। ପିଟିଆଇର ରିପୋର୍ଟ ଅନୁସାରେ, ପିସିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ସୁମୈର ଅହମଦ ଉଦଯାପନୀ ଉତ୍ସବ ପାଇଁ ଦୁବାଇରେ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ଆଇସିସି ଓ ତାଙ୍କ ମଧ୍ୟରେ ଯୋଗାଯୋଗରେ ତ୍ରୁଟି ରହିଥିଲେ। ଏହି କାରଣରୁ ଆଇସିସି ପକ୍ଷରୁ ତାଙ୍କୁ ପୁରସ୍କାର ବିତରଣ ଉତ୍ସବକୁ ନିମନ୍ତ୍ରଣ କରାଯାଇ ପାରି ନଥିଲା। ଧାର୍ଯ୍ୟ ପ୍ରତିଶ୍ରୁତି ଯୋଗୁ ପିସିବି ଅଧ୍ୟକ୍ଷ ମୋହଶିନ ଦୁବାଇ ଯାଇ ପାରି ନଥିଲେ। ସେ ପାକିସ୍ତାନରେ ହିଁ ରହିଥିଲେ। ଏଥିପାଇଁ ଉଦଯାପନୀ ଉତ୍ସବକୁ ପିସିବି ଅହମଦଙ୍କୁ ପଠାଇଥିଲା। ତଥାପି ସେ ମଧ୍ୟ ଷ୍ଟେଜ ଉପରକୁ ଯିବାକୁ ନିମନ୍ତ୍ରଣ ପାଇ ନଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ କାହିଁକି ସିଇଓଙ୍କୁ ଉଦଯାପନୀ ଉତ୍ସବକୁ ଡକା ଯାଇ ନଥିଲା ବୋଲି ପିସିବି ବିଧିବଦ୍ଧ ଭାବେ ଆଇସିସି ନିକଟରେ ଆପତ୍ତି ଦାଖଲ କରିବ।

କ’ଣ କହିଥିଲେ ଶୋଏବ ଅଖତର?

ଭାରତ ରବିବାର ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଜିତିଛି। କିନ୍ତୁ ମୁଁ କିଛି ଚକିତ କରିବା ଭଳି ଘଟଣା ନୋଟିସ କରିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଦେଶ। କିନ୍ତୁ ଟ୍ରଫି ପ୍ରଦାନ ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ସଦସ୍ୟ ନଥିଲେ। ଏହା ମୋର ବୁଝିବା କ୍ଷମତାର ବାହାରେ। କାହିଁକିକୁ ପ୍ରତିନିଧିତ୍ୱ କରିବା ପାଇଁ କେଉଁ ଉପସ୍ଥିତ ନଥିଲେ ଓ ଟ୍ରଫି ଦେଲେ ନାହିଁ? ଦୟା କରି ଏହା ଉପରେ ବିଚାର କରନ୍ତୁ। ଏହା ଗୋଟିଏ ବିଶ୍ୱସ୍ତରୀୟ ମଞ୍ଚ କିନ୍ତୁ ସେଠାରେ ମୁଁ ପିସିବିରୁ କାହାକୁ ଦେଖି ପାରିଲି ନାହିଁ। ଏହା ଦେଖି ବହୁତ ଦୁଃଖ ଲାଗୁଛି ବୋଲି ଅଖତର କହିଥିଲେ।

ICC PCB Champions Trophy