Advertisment

ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା କଲେ ୨୫୨ ରନ୍‌, ତଥାପି କାହିଁକି ହାରିଲା ବାବରଙ୍କ ଟିମ?

ଯଦି ନୱାଜ ଆଉଟ ହୋଇ ନଥାଆନ୍ତେ, ତା’ହେଲେ ଶ୍ରୀଲଙ୍କାକୁ ୨୫୨ ବଦଳରେ ୨୫୫ ରନର ଟାର୍ଗେଟ ମିଳି ଥାଆନ୍ତା

Pakistan

Pakistan

Advertisment

ଏସିଆ କପ ୨୦୨୩ ସୁପର ୪ର କର ବା ମର ମ୍ୟାଚ୍‌ରେ ଶ୍ରୀଲଙ୍କା ବାଜିମାତ କରି ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବିଦା କରିଛି। ଦସୁନ ଶଣକାଙ୍କ ଶ୍ରୀଲଙ୍କା ଶେଷ ବଲରେ ପାକିସ୍ତାନକୁ ହରାଇ ଭାରତ ସହ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୪୨ ଓଭରରେ ୨୫୨ ରନର ଟାର୍ଗେଟ ମିଳିଥିଲା। ଏହାକୁ ଶେଷ ବଲରେ ଦଳ ହାସଲ କରି ନେଇଛି।

Advertisment

କିନ୍ତୁ ଏହି ମ୍ୟାଚ୍‌ର ସ୍କୋର କାର୍ଡ କ୍ରିକେଟ ପ୍ରେମୀକୁ ଦ୍ୱନ୍ଦ୍ୱରେ ପକାଇଛି। ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ୪୨ ଓଭରରେ ୨୫୨ ରନ କରିଥିଲେ। ତଥାପି ବାବାର ଆଜମଙ୍କ ପାକିସ୍ତାନ କାହିଁକି ମ୍ୟାଚ ହାରିଲା ବୋଲି ସମସ୍ତେ ଭାବୁଛନ୍ତି। ଶ୍ରୀଲଙ୍କା ସମାନ ରନ୍‌ କରି ଜିତିଲା କେମିତି?

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୪୨ ଓଭରରେ ୭ ୱିକେଟ ହରାଇ ୨୫୨ ରନ କରିଥିଲା। କିନ୍ତୁ ପ୍ରଥମେ ଏହି ମ୍ୟାଚ୍‌ଟି ୪୫ ଓଭର ବିଶିଷ୍ଟ ହେବାର ଥିଲା। ଗୁରୁବାର ଶ୍ରୀଲଙ୍କାର କଲମ୍ବୋରେ ମ୍ୟାଚ୍‌ ପୂର୍ବରୁ ବର୍ଷା ଆରମ୍ଭ ହୋଇଥିଲା। ଏଥିପାଇଁ ମ୍ୟାଚ୍‌କୁ ୪୫ ଓଭର ବିଶିଷ୍ଟ କରାଯାଇଥିଲା।

Advertisment

ତେବେ ପାକିସ୍ତାନ ୨୭.୪ ଓଭର୍‌ରେ ୫ ୱିକେଟ ହରାଇ ୧୩୦ ରନ କରିଥିବା ବେଳେ ପୁଣି ବର୍ଷା ହୋଇଥିଲା। କିଛି ସମୟ ବର୍ଷା ଲାଗି ରହିବାରୁ ମ୍ୟାଚକୁ ୪୨ ଓଭର ବିଶିଷ୍ଟ କରି ଦିଆ ଯାଇଥିଲା। ପାକିସ୍ତାନ ୪୨ ଓଭର ବ୍ୟାଟିଂ କରି ୨୫୨ ରନ କରିଥିଲା।

ତେବେ ଡିଏଲ ମେଥଡ ଅନୁସାରେ, ପାକିସ୍ତାନର ଗୋଟିଏ ରନ କଟା ଯାଇଥିଲା ଓ ଶ୍ରୀଲଙ୍କାକୁ ୨୫୨ ରନର ଟାର୍ଗେଟ ମିଳିଥିଲା। ପାକିସ୍ତାନ ଦ୍ୱିତୀୟ ଥର ବର୍ଷା ହେବା ବେଳକୁ ୫ ୱିକେଟ ହରାଇଥିଲା। ତେଣୁ ଦଳର ମୋଟ ସ୍କୋରକୁ ୨୫୧ ରନ ଧରାଯାଇ ଥିଲା। ବର୍ଷାର ଠିକ ପୂର୍ବରୁ ପାକିସ୍ତାନ ମହମ୍ମଦ ନୱାଜଙ୍କ ୱିକେଟ ହରାଇଥିଲା।

ଯଦି ନୱାଜ ଆଉଟ ହୋଇ ନଥାଆନ୍ତେ, ତା’ହେଲେ ଶ୍ରୀଲଙ୍କାକୁ ୨୫୨ ବଦଳରେ ୨୫୫ ରନର ଟାର୍ଗେଟ ମିଳି ଥାଆନ୍ତା। ଡିଏଲ ମେଥଡ ଅନୁସାରେ ଏସବୁ କାଲକୁଲେସନ କରାଯାଇଛି। ଡିଏଲ ମେଥଡ ବେଳେ ହାତରେ ୱିକେଟ ରଖିବା ଅତ୍ୟନ୍ତ ଜରୁରୀ। ପାକିସ୍ତାନ ବର୍ଷା ପୂର୍ବରୁ ଗୋଟିଏ ୱିକେଟ ହରାଇବାରୁ ଦଳକୁ ଏହା ମହଙ୍ଗା ପଡ଼ିଲା। ଦଳ ଫାଇନାଲ ଖେଳିବାକୁ ବଞ୍ଚିତ ମଧ୍ୟ ହୋଇଗଲା।

Asia Cup Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe