Advertisment

DRS ଦ୍ୱନ୍ଦ୍ୱ, ଅଶ୍ୱିନଙ୍କୁ ମିଳିଲାନି ୫୦୦ତମ ୱିକେଟ

ଦ୍ୱିତୀୟ ଟେଷ୍ଟର ଶେଷ ଇନିଂସରେ ଅଶ୍ୱିନ ଇଂଲଣ୍ଡର ଟମ ହାର୍ଟଲୀଙ୍କୁ ଆଉଟ କରିଥିଲେ। ଅଶ୍ୱିନଙ୍କ ଅପିଲ ପରେ ଫିଲ୍ଡ ଅମ୍ପାୟାର କ୍ରିସ ଗାଫନୀ ଆଉଟ ଦେଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Ashwin

Ashwin

ବିଶାଖାପଟନମରେ ଶେଷ ହୋଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିନରେ ଗୋଟିଏ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦେଖିବାକୁ ମିଳିଥିଲା। ୪ର୍ଥ ଦିନର ଦ୍ୱିତୀୟ ସେସନ୍ସରେ ରବି ଅଶ୍ୱିନ ନିଶ୍ଚିତ ୫୦୦ ୱିକେଟ ଦଖଲରୁ ବଞ୍ଚିତ ହୋଇଛନ୍ତି। 

Advertisment

ଗୋଟିଏ ଡିଆରଏସ୍‌ ଯୋଗୁ ଇଂଲଣ୍ଡର ଟମ ହାର୍ଟଲୀ ଅମ୍ପାୟାରଙ୍କ ଆଉଟ ସତ୍ତ୍ୱେ ପୁଣି ବ୍ୟାଟିଂ କରିଥିଲେ। ହେଲେ ଡିଆରଏସ ନିଷ୍ପତ୍ତିକୁ ଦେଖି ଭାରତୀୟ ଟିମ ଓ ଭାଷ୍ୟକାର ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। ଅଶ୍ୱିନ ମଧ୍ୟ ତାଙ୍କ ଟେଷ୍ଟ କ୍ରିକେଟରେ ୪୯୯ ୱିକେଟରେ ଅଟକି ଯାଇଥିଲେ।

ଦ୍ୱିତୀୟ ଟେଷ୍ଟର ଶେଷ ଇନିଂସରେ ଅଶ୍ୱିନ ଇଂଲଣ୍ଡର ଟମ ହାର୍ଟଲୀଙ୍କୁ ଆଉଟ କରିଥିଲେ। ଅଶ୍ୱିନଙ୍କ ଅପିଲ ପରେ ଫିଲ୍ଡ ଅମ୍ପାୟାର କ୍ରିସ ଗାଫନୀ ଆଉଟ ଦେଇଥିଲେ। କିନ୍ତୁ ହାର୍ଟଲୀ ତୁରନ୍ତ ଡିଆରଏସ ନେଇଥିଲେ।

Advertisment

ରିଭ୍ୟୁରୁ ଜଣାପଡ଼ିଥିଲା ଯେ ବଲଟି ‍ଫୋରଆର୍ମରେ ବାଜି ଅମ୍ପାୟାର୍ସ କଲ ଓ ୱିକେଟରେ ହିଟ ହେବା ମଧ୍ୟ ଅମ୍ପାୟାର୍ସ କଲ ରହିଥିଲା। ଏହାକୁ ଦେଖି ଭାରତୀୟ ପ୍ୟାନ୍ସ ଓ ଟିମର ଖେଳାଳିମାନେ ଉତ୍ସାହିତ ହୋଇଯାଇଥିଲେ। କିନ୍ତୁ ଥାର୍ଡ ଅମ୍ପାୟାର ନଟଆଉଟ ଘୋଷଣା କରିଥିଲେ।

ନିଷ୍ପତ୍ତି ପରେ ଭାରତୀୟ ଖେଳାଳିମାନେ ଆଶ୍ଚର୍ଯ୍ୟ ହେବା ସହ ଅମ୍ପାୟାର ଗାଫନୀଙ୍କୁ ପ୍ରଶ୍ନ କରିଥିଲେ। ଭାଷ୍ୟକାର ଇଓନ ମୋର୍ଗାନ ଓ ରବି ଶାସ୍ତ୍ରୀ ହଠାତ୍‌ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବୁଝି ପାରି ନଥିଲେ। ସେମାନେ କେବଳ ନିଷ୍ପତ୍ତି ଦ୍ୱନ୍ଦ୍ୱାତ୍ମକ ରହିଥିବା କହିଥିଲେ।

ତେବେ କ’ଣ ଥିଲା ପୂରା ଘଟଣା

୧- ହାର୍ଟଲୀଙ୍କ ଫୋରଆର୍ମରେ ବଲ ମାଡ଼ ହୋଇଥିବା ବେଳେ ଏହା ପଛକୁ ଚାଲି ଯାଇଥିଲା। ଲେଗ ସ୍ଲିପରେ ଭାରତୀୟ ଖେଳାଳି ଏହାକୁ କ୍ୟାଚ୍‌ କରିଥିଲେ। 

୨- ଅମ୍ପାୟାର କ୍ୟାଚ୍‌ ଆଉଟ ବୋଲି ଘୋଷଣା କରିଥିଲେ। ତେଣୁ ହାର୍ଟଲୀ ବ୍ୟାଟରେ ବଲ ବାଜିଛି କି ନାହିଁ, ତା’କୁ ଜାଣିବା ପାଇଁ ଥାର୍ଡ ଅମ୍ପାୟାରଙ୍କ ପାଖକୁ ଯାଇଥିଲେ।

୩- ତୃତୀୟ ଅମ୍ପାୟାର ଏଡଜ ଚେକ୍‌ କରିଥିଲେ ଓ ବଲ ବ୍ୟାଟରେ ମାଡ଼ ହୋଇ ନଥିବା ଜାଣିବାକୁ ପାଇଥିଲେ। ତେଣୁ ଗାଫନୀଙ୍କୁ ନିଷ୍ପତ୍ତି ବଦଳାଇବାକୁ କହିଥିଲେ।

୪- ଅନଫିଲ୍ଡ ଅମ୍ପାୟାର ଗାଫନୀ LBW ଆଉଟ ଦେଇ ନଥିଲେ। ସେ ବଲ ହାର୍ଟଲୀଙ୍କ ହାତରେ ବାଜିଥିଲା ବୋଲି ଭାବି କ୍ୟାଚ ଆଉଟ ଦେଇଥିଲେ। ତେଣୁ LBW ଚେକ ବେଳେ ଅମ୍ପାୟାର୍ସ କଲ ହୋଇଥିଲା। ଏପରି ସ୍ଥିତିରେ ହାର୍ଟଲୀ ନଟଆଉଟ ରହିଥିଲେ।

Test Cricket Ravichandran Ashwin Test Match