Advertisment

ପଞ୍ଜାବ, ହାଇଦ୍ରାବାଦ ବିଦା, ଦିଲ୍ଲୀ ଉପରେ ଝୁଲିଲା ଆରସିବିର ଭାଗ୍ୟ

ମୁମ୍ବାଇ: ଚଳିତ ଆଇପିଏଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଲିଗ୍‌ ପର୍ଯ୍ୟାୟରେ ଆଉ ୩ଟି ମ୍ୟାଚ୍‌ ଖେଳାଯିବ। ଗୁରୁବାର ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଟେବୁଲ ଟପର ଗୁଜରାଟକୁ ହରାଇବା ପରେ ପ୍ଲେ ଅଫ ସ୍ଥିତି ଆହୁରି ସ୍ପଷ୍ଟ ହୋଇ ଯାଇଛି। ୮ ୱିକେଟର ବିଜୟ ପରେ ଆରସିବି ୧୬ ପଏଣ୍ଟ ସହ ୪ର୍ଥ ସ୍ଥାନରେ ପହଞ୍ଚିଛି। ଆରସିବିର ଏହି ବିଜୟ ପରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ ପ୍ଲେ ଅଫ ଦୌଡ଼ରୁ ବାଦ […]

author-image
Hemant Lenka
ଅଦ୍ୟତନ ହୋଇଛି
ପଞ୍ଜାବ, ହାଇଦ୍ରାବାଦ ବିଦା, ଦିଲ୍ଲୀ ଉପରେ ଝୁଲିଲା ଆରସିବିର ଭାଗ୍ୟ

RCB

ମୁମ୍ବାଇ: ଚଳିତ ଆଇପିଏଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଲିଗ୍‌ ପର୍ଯ୍ୟାୟରେ ଆଉ ୩ଟି ମ୍ୟାଚ୍‌ ଖେଳାଯିବ। ଗୁରୁବାର ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଟେବୁଲ ଟପର ଗୁଜରାଟକୁ ହରାଇବା ପରେ ପ୍ଲେ ଅଫ ସ୍ଥିତି ଆହୁରି ସ୍ପଷ୍ଟ ହୋଇ ଯାଇଛି। ୮ ୱିକେଟର ବିଜୟ ପରେ ଆରସିବି ୧୬ ପଏଣ୍ଟ ସହ ୪ର୍ଥ ସ୍ଥାନରେ ପହଞ୍ଚିଛି। ଆରସିବିର ଏହି ବିଜୟ ପରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଛନ୍ତି। ପୂର୍ବରୁ ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଟପ୍‌ ୪ ରେସ୍‌ରୁ ବିଦା ହୋଇଥିଲେ।

Advertisment

ଆରସିବି ୧୬ ପଏଣ୍ଟ ସହ ଟପ୍‌ ୪ରେ ରହିଥିଲେ ମଧ୍ୟ ଦଳର ପ୍ଲେ ଅଫ ଖେଳିବା ନିଶ୍ଚିତ ହୋଇନି। କାରଣ ଏବେ ସବୁ କିଛି ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ନିର୍ଭର କରୁଛି। ଦିଲ୍ଲୀ ୧୪ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି। ଦଳ ଶେଷ ମ୍ୟାଚ୍‌ରେ ଆସନ୍ତାକାଲି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହି ମ୍ୟାଚ୍‌କୁ ଯଦି ଦିଲ୍ଲୀ ଜିତି ନିଏ, ତା’ହେଲେ ଆରସିବି ଟପ୍‌ ୪ରୁ ବାଦ ପଡ଼ିବ। କାରଣ ରନରେଟ୍‌ ଦୃଷ୍ଟିରୁ ଦିଲ୍ଲୀ ତୁଳନାରେ ଆରସିବି ବହୁତ ପଛରେ ରହିଛି।

ଆରସିବିର ନେଟ ରନ ରେଟ୍‌ ମାଇନ୍ସରେ ଥିବା ବେଳେ ଦିଲ୍ଲୀର ପ୍ଲସ(୦.୨୨୫)ରେ ରହିଛି। ତେଣୁ ଦିଲ୍ଲୀ କେବଳ ମୁମ୍ବାଇକୁ ହରାଇ ଦେଲେ ଆରସିବିର ଖେଳ ଖତମ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ଆରସିବି ଫ୍ୟାନମାନେ ମୁମ୍ବାଇ ଆସନ୍ତାକାଲି ଦିଲ୍ଲୀ ବିପକ୍ଷରେ ମ୍ୟାଚ୍‌ ଜିତୁ ବୋଲି ଆଶା ରଖିଛନ୍ତି। ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ମୁମ୍ବାଇ ମ୍ୟାଚ୍‌ ଜିତୁ ବୋଲି ଚାହିଁଛନ୍ତି। ମୁମ୍ବାଇ ପାଇଁ ଦିଲ୍ଲୀ ବିପକ୍ଷରେ ଆଉ ୨୫ ଜଣ ସମର୍ଥକ ବାହାରିବେ ବୋଲି ମ୍ୟାଚ୍‌ ପରେ ବିରାଟ କୋହଲି ମଜାରେ ମଧ୍ୟ କହିଛନ୍ତି।

Advertisment

ବର୍ତ୍ତମାନ ପଏଣ୍ଟ ଟେବୁଲକୁ ଦେଖିଲେ ଗୁଜରାଟ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ଲେ ଅଫରେ ସ୍ଥାନ ପକ୍କା କରି ନେଇଛନ୍ତି। ରାଜସ୍ଥାନ ରୟାଲ୍ସ ମଧ୍ୟ ୧୬ ପଏଣ୍ଟ ସହ ପ୍ଲେ ଅଫ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଦଳର ରନ ରେଟ୍‌ ଭଲ ଥିବା ବେଳେ ଆଜି ରାଜସ୍ଥାନ ପ୍ରତିପକ୍ଷ ଚେନ୍ନାଇକୁ ଭେଟିବ। ଆଜିର ମ୍ୟାଚ୍‌ ରାଜସ୍ଥାନ ଜିତିଲେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯିବ। ଏପରି ସ୍ଥିତିରେ ଲକ୍ଷ୍ନୌ ତୃତୀୟ ସ୍ଥାନକୁ ଖସି ଯିବ।

ରାଜସ୍ଥାନର ନେଟ ରନରେଟ +୦.୩୦୪ ରହିଥିବା ବେଳେ ଲକ୍ଷ୍ନୌର ରନରେଟ +୦.୨୫୧ ରହିଛି। ତେଣୁ ଆଜି ରାଜସ୍ଥାନ ଜିତିଲେ ଲକ୍ଷ୍ନୌ ପ୍ରଥମ କ୍ୱାଲିଫାୟର୍ସ ବଦଳରେ ଏଲିମିନେଟ ମ୍ୟାଚ ଖେଳିବ। ଯଦି ରାଜସ୍ଥାନ ଆଜି ହାରିବ, ତା’ହେଲେ ବି ଟପ୍‌ ୪ରେ ରହିବ। କେବଳ ଚେନ୍ନାଇର ବୃହତ୍ତ ବିଜୟ ହିଁ ରାଜସ୍ଥାନର ରନ ରେଟ୍‌କୁ କମାଇ ପାରିବ। ହେଲେ ତାରକା ଖଚିତ ରାଜସ୍ଥାନକୁ ଏକତରଫା ଭାବେ ପରାସ୍ତ କରିବା ମଧ୍ୟ ଆଦୌ ସହଜ ନୁହେଁ।

ଅନ୍ୟପକ୍ଷରେ ପଞ୍ଜାବ ଓ ହାଇଦ୍ରାବାଦ ପାଖରେ ଗୋଟିଏ ଲେଖାଏ ମ୍ୟାଚ୍‌ ରହିଛି। ଉଭୟ ଦଳ ପରସ୍ପରକୁ ଭେଟିବେ। କିନ୍ତୁ ଯେଉଁ ଦଳ ଜିତିଲେ ବି ପଏଣ୍ଟ ସଂଖ୍ୟା କେବଳ ୧୪ରେ ପହଞ୍ଚିବ। ଏପରି ସ୍ଥିତିରେ ଉଭୟ ଦଳ ପ୍ଲେ ଅଫରେ ପହଞ୍ଚି ପାରିବେ ନାହିଁ। କାରଣ ଏବେ ପ୍ଲେ ଅଫ ଖେଳିବା ପାଇଁ ୧୬ ପଏଣ୍ଟର ଲଢ଼େଇ ଚାଲିଛି। ଉଭୟ ଦଳ ମେ’ ୨୨ରେ ପରସ୍ପରକୁ ଭେଟିବେ।

IPL 2022 Royal Challengers Bangalore