Advertisment

ରୋହିତଙ୍କୁ ନେଇ ଏତେ ଏକ୍ସପେରୀମେଣ୍ଟ କ’ଣ ପାଇଁ?

ନୂଆଦିଲ୍ଲୀ: ପାକିସ୍ତାନ ପରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ଟିମ ଇଣ୍ଡିଆକୁ ଚାରିଆଡ଼କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ଫ୍ୟାନ୍ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର ପର୍ଯ୍ୟନ୍ତ, ସମସ୍ତେ ଟିମ୍ ଇଣ୍ଡିଆର ପ୍ରଦର୍ଶନ, ବଡି ଲାଙ୍ଗୁଏଜ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ହେଲେ ଟିମର ବ୍ୟାଟିଂ ଅର୍ଡର ଅଦଳବଦଳକୁ ନେଇ ଅଧିକ ପ୍ରଶ୍ନ ଉଠୁଛି। ବିଶେଷକରି ରୋହିତ୍ ଶର୍ମାଙ୍କୁ ଓପନ୍ ନକରାଇବାକୁ ନେଇ ଟିମ୍ ଉପରେ ଅନେକେ ଅସନ୍ତୋଷ ଝାଡ଼ିଛନ୍ତି। ରୋହିତଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ […]

ରୋହିତଙ୍କୁ ନେଇ ଏତେ ଏକ୍ସପେରୀମେଣ୍ଟ କ’ଣ ପାଇଁ?

rohit-sharma

Advertisment

ନୂଆଦିଲ୍ଲୀ: ପାକିସ୍ତାନ ପରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ଟିମ ଇଣ୍ଡିଆକୁ ଚାରିଆଡ଼କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ଫ୍ୟାନ୍ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର ପର୍ଯ୍ୟନ୍ତ, ସମସ୍ତେ ଟିମ୍ ଇଣ୍ଡିଆର ପ୍ରଦର୍ଶନ, ବଡି ଲାଙ୍ଗୁଏଜ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ହେଲେ ଟିମର ବ୍ୟାଟିଂ ଅର୍ଡର ଅଦଳବଦଳକୁ ନେଇ ଅଧିକ ପ୍ରଶ୍ନ ଉଠୁଛି। ବିଶେଷକରି ରୋହିତ୍ ଶର୍ମାଙ୍କୁ ଓପନ୍ ନକରାଇବାକୁ ନେଇ ଟିମ୍ ଉପରେ ଅନେକେ ଅସନ୍ତୋଷ ଝାଡ଼ିଛନ୍ତି।

Advertisment

ରୋହିତଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ପଠାଇବାକୁ ନେଇ ବର୍ଷିଛନ୍ତି ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କର। ଗାଭାସ୍କରଙ୍କ ମତରେ, ‘ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ରୋହିତଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଇବା ନେଇ ସଂକେତ ମିଳିଛି ଯେ ଟ୍ରେଣ୍ଟ ବୋଲ୍ଟଙ୍କ ଇନସୁଇଂକୁ ସାମ୍ନା କରିବା ପାଇଁ ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ଭରସା ନଥିଲା।’ ସୀମିତ ଓଭର କ୍ରିକେଟରେ ରୋହିତ୍ ଦୁନିଆର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍। କିନ୍ତୁ ତାଙ୍କ ପ୍ରତିଭାକୁ ନେଇ କେଉଁଠି ନା କେଉଁଠି ଟିମ୍ ମ୍ୟାନେଜମେଣ୍ଟର ସନ୍ଦେହ ଥିବା ରବିବାର ମ୍ୟାଚରୁ ଜଣାପଡ଼ିଛି।

ପାକିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ୍ ତାଙ୍କର ପ୍ରଥମ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ପାକିସ୍ତାନର ବାମହାତୀ ପେସର ଶାହୀନ ଆଫ୍ରିଦି ରୋହିତଙ୍କୁ ଆଉଟ୍ ହୋଇଥିଲା। ପରବର୍ତ୍ତୀ ମ୍ୟାଚରେ ରୋହିତଙ୍କୁ ଓପନ୍ ବଦଳରେ ତୃତୀୟ ସ୍ଥାନରେ ପଠାଗଲା। ତାଙ୍କ ସ୍ଥାନରେ ଈଶାନ୍ କିଶନ ଓପନ୍ କଲେ। କିନ୍ତୁ ମ୍ୟାନେଜମେଣ୍ଟର ଏହି ରଣନୀତି ଫେଲ୍ ମାରିଲା ଏବଂ ପୂରା ବ୍ୟାଟିଂ ଲାଇନ୍ ଭୁଶୁଡ଼ି ପଡ଼ିଲା, ଯାହା ଫଳରେ ଭାରତ ମାତ୍ର ୧୧୦ କରିବାକୁ ସକ୍ଷମ ହେଲା। ଟିମ୍ ମ୍ୟାନେଜମେଣ୍ଟର ଏଭଳି ରଣନୀତିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଗାଭାସ୍କର। ଗାଭାସ୍କର କହିଛନ୍ତି, ‘ଈଶାନ୍ କିଶନ ‘ମାର ବା ମର’ ଖେଳାଳି ଏବଂ ତାଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଚତୁର୍ଥ କିମ୍ବା ପଞ୍ଚମ ସ୍ଥାନରେ ଆସିବା ଦରକାର। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଈଶାନଙ୍କୁ ଓପନ୍ କରିବାକୁ ସୁଯୋଗ ମିଳିଲା। ଆଉ ରୋହିତଙ୍କୁ କୁହାଗଲା ଯେ ବାମହାତୀ ପେସ୍ ବୋଲର ବୋଲ୍ଟଙ୍କୁ ସାମ୍ନା କରିବା ପାଇଁ ଆମେ ଆପଣଙ୍କ ଉପରେ ଭରସା କରିପାରିବୁ ନାହିଁ।’

Advertisment

ଗାଭାସ୍କର କହିଛନ୍ତି, ଯଦି କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ଦିନ ଧରି ଖେଳିଆସୁଥିବା ଖେଳାଳିଙ୍କ ସହ ଏଭଳି ଏକ୍ସପେରୀମେଣ୍ଟ କରାଯିବ, ତାହେଲେ ସେ ଭାବିବେ ଯେ ବୋଧହୁଏ ମୁଁ ଏହି ସ୍ଥାନ ପାଇଁ ସକ୍ଷମ ନୁହେଁ। ଯଦି ଈଶାନ୍ ୬୦ କି ୭୦ ରନ୍ କରିଥାନ୍ତେ, ତାହେଲେ ଆମେ ତାଙ୍କୁ ପ୍ରଶଂସା କରିଥାନ୍ତୁ। କିନ୍ତୁ ଯଦି ଏଭଳି ପଦକ୍ଷେପ କାମ ଦିଏ ନାହିଁ, ତାହେଲେ ସମାଲୋଚନା କରିବା ସ୍ୱାଭାବିକ। ରୋହିତଙ୍କ ଭଳି ଦମଦାର ବ୍ୟାଟ୍ସମ୍ୟାନଙ୍କୁ ତୃତୀୟ ପଠାଗଲା। ତୃତୀୟ ସ୍ଥାନରେ ଏତେ ରନ୍ କରିଥିବା ସ୍ୱୟଂ କ୍ୟାପଟେନ୍ କୋହଲି ଚତୁର୍ଥ ସ୍ଥାନରେ ଆସିଲେ। ଆଉ ଈଶାନଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନଙ୍କୁ ଓପନିଂରେ ପଠାଗଲା। ଏମିତି ପରିବର୍ତ୍ତନ କରି କିଛି ସୁଫଳ ନମିଳିବା ନିଶ୍ଚିତ ଭାବେ ଟିମ୍ ମ୍ୟାନେଜମେଣ୍ଟ ଉପରେ ଅଙ୍ଗୁଳି ଉଠାଉଛି ବୋଲି ଗାଭାସ୍କର କହିଛନ୍ତି।

କେବଳ ଗାଭାସ୍କର ନୁହଁନ୍ତି, ସାଧାରଣ ଲୋକଟି ମଧ୍ୟ ଭାରତର ଏଭଳି ନିଷ୍ପତ୍ତି ପାଇଁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯେଉଁ ରୋହିତ୍ ଶର୍ମା ୨୦୧୯ ଦିନିକିଆ ବିଶ୍ୱକପରେ ୫ ଶତକ ମାରିଥିଲେ, ତାଙ୍କ ବ୍ୟାଟିଂକ୍ରମକୁ ଯଦି ଅଦଳବଦଳ କରାଯିବ, ତାହେଲେ ଏହା ନିଶ୍ଚିତ ଭାବେ ଭୁଲ ରଣନୀତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe