Advertisment

କାହିଁକି ଶେଷ ମ୍ୟାଚରେ ହାତରେ କଳା ପଟି ବାନ୍ଧି ଖେଳିଲା ଟିମ୍ ଇଣ୍ଡିଆ?

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ ଟି-୨୦ ବିଶ୍ୱକପରେ ତା’ର ଶେଷ ମ୍ୟାଚରେ ନାମିବିଆକୁ ଭେଟିଛି। ଏହି ମ୍ୟାଚରେ ଭାରତୀୟ ଟିମର ଖେଳାଳିମାନେ ହାତରେ କଳା ପଟି ବାନ୍ଧି ଖେଳିଛନ୍ତି। ଭାରତକୁ ଏକାଧିକ ମହାନ ଖେଳାଳି ଭେଟି ଦେଇଥିବା ତାରକ ସିହ୍ନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଭାରତୀୟ ଖେଳାଳି ମାନେ ହାତରେ କଳା ପଟି ବାନ୍ଧିଥିଲେ। ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା କୋଚ୍ ତାରକ ସିହ୍ନାଙ୍କର ଶନିବାର ଦେହାନ୍ତ ହୋଇଥିଲା। ସେ ପ୍ରାତଃ ସକାଳ ୩ଟା ବେଳେ ଶେଷ ନିଶ୍ୱାସ […]

କାହିଁକି ଶେଷ ମ୍ୟାଚରେ ହାତରେ କଳା ପଟି ବାନ୍ଧି ଖେଳିଲା ଟିମ୍ ଇଣ୍ଡିଆ?

team-india

Advertisment

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ ଟି-୨୦ ବିଶ୍ୱକପରେ ତା’ର ଶେଷ ମ୍ୟାଚରେ ନାମିବିଆକୁ ଭେଟିଛି। ଏହି ମ୍ୟାଚରେ ଭାରତୀୟ ଟିମର ଖେଳାଳିମାନେ ହାତରେ କଳା ପଟି ବାନ୍ଧି ଖେଳିଛନ୍ତି। ଭାରତକୁ ଏକାଧିକ ମହାନ ଖେଳାଳି ଭେଟି ଦେଇଥିବା ତାରକ ସିହ୍ନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଭାରତୀୟ ଖେଳାଳି ମାନେ ହାତରେ କଳା ପଟି ବାନ୍ଧିଥିଲେ। ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା କୋଚ୍ ତାରକ ସିହ୍ନାଙ୍କର ଶନିବାର ଦେହାନ୍ତ ହୋଇଥିଲା। ସେ ପ୍ରାତଃ ସକାଳ ୩ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାରକ ସିହ୍ନା ଦିଲ୍ଲୀରେ ସୋନେଟ୍ କ୍ରିକେଟ୍ କ୍ଲବ୍ ଚଳାଉଥିଲେ।

Advertisment

ଆଜି ମ୍ୟାଚରେ ଖେଳାଳିଙ୍କ କଳା ପଟି ପିନ୍ଧିବା ନେଇ ବିସିସିଆଇ ଟ୍ୱିଟ୍ କରି ଜଣାଇଥିଲା। ବିସିସିଆଇ ଟ୍ୱିଟ୍ କରି କହିଛି, ଟିମ ଇଣ୍ଡିଆ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଏବଂ ସମ୍ମାନିତ କୋଚ୍ ତାରକ ସିହ୍ନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମଇଦାନରେ କଳା ପଟି ବାନ୍ଧି ଓହ୍ଲାଇଛନ୍ତି। ଶନିବାର ତାଙ୍କର ପରଲୋକ ହୋଇଥିଲା।

https://twitter.com/BCCI/status/1457710838844772352?s=20

ତାରକ ଭାରତୀୟ କ୍ରିକେଟକୁ ୧୨ ଅନ୍ତର୍ଜାତୀୟ କ୍ରିକେଟର୍ ଭେଟି ଦେଇଛନ୍ତି। ଯେଉଁଥିରେ ବର୍ତ୍ତମାନ ଭାରତୀୟ ଟିମର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସାମିଲ୍ ଅଛନ୍ତି। ପନ୍ତଙ୍କ ବ୍ୟତୀତ ଶିଖର ଧୱନ୍, ଆକାଶ ଚୋପ୍ରା, ଆଶିଷ ନେହରା, ଅତୁଲ ୱାସନ୍, ସଞ୍ଜୀବ ଶର୍ମା, କେପି ଭାସ୍କର, ଅଜୟ ଶର୍ମା, ମନୋଜ ପ୍ରଭାକର, ରମଣ ଲାମ୍ବା, ରଣଧୀର ସିଂହ, ସୁରିନ୍ଦର ଖାନ୍ନାଙ୍କ ନାଁ ମଧ୍ୟ ସାମିଲ୍‌ ଅଛି। ଏହାବ୍ୟତୀତ ଦେଶର ଅନ୍ୟତମ କିମ୍ବଦନ୍ତୀ ମହିଳା କ୍ରିକେଟର୍ ତଥା ପୂର୍ବତନ କ୍ୟାପଟେନ୍ ଅଞ୍ଜୁମ ଚୋପ୍ରାଙ୍କର ମଧ୍ୟ କୋଚ୍ ଥିଲେ ତାରକ ସିହ୍ନା।

Advertisment
ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe