/odisha-reporter/media/media_files/2026/02/23/washi-2026-02-23-14-28-59.jpg)
ଆଉଟ ହେବା ପରେ ୱାଶିଂଟନ ସୁନ୍ଦର
ଦକ୍ଷିଣ ଆଫ୍ରିକାର ଠାରୁ ସୁପର ୮ର(T20 World Cup) ପ୍ରଥମ ମୁକାବିଲାରେ ୭୬ରେ ହାରିବା ଟିମ ଇଣ୍ଡିଆର ବ୍ୟାଟିଂରେ ଥିବା ଦୁର୍ବଳତା, ମଧ୍ୟଭାଗରେ ବୋଲିଂ ବିଭାଗର ବିଫଳତା ଓ ଟିମ କମ୍ବିଂନେସନରେ ଥିବା ତ୍ରୁଟିକୁ ପଦାରେ ପକାଇଛି। ଏକଦା ଦକ୍ଷିଣ ଆଫ୍ରିକା ୨୦ ରନରେ ୩ ୱିକେହଟ ହରାଇ ସଙ୍କଟରେ ପଡ଼ିଥିଲା।
ତଥାପି ଡାଭିଲ ମିଲର-ଡେୱାଲ୍ଡ ବ୍ରେଭିସ ମ୍ୟାଚ୍ର ମୋଡ ବଦଳାଇଥିଲେ। ସେହିପରି ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନ ଖର୍ଚ୍ଚ କରିବା ମ୍ୟାଚ୍କୁ ଦକ୍ଷିଣ ଆଫ୍ରିକା ଆଡ଼କୁ ମୋଡ଼ି ଦେଇଥିଲା। ଚେଜ ବେଳେ ଭାରତର ଟପ ଅର୍ଡର ଭୁଶୁଡ଼ି ଥିଲା ଓ ପ୍ରଭାବହୀନ ସ୍ପିନ ବୋଲିଂ ଯୋଗୁ ଭାରତ ଏକତରଫା ତଥା ବିରାଟ ପରାଜୟର ସମ୍ମୁଖୀନ ହୋଇଛି।
ଚୟନ ପ୍ରକ୍ରିୟା ଓ ବ୍ୟାଟିଂ ଅର୍ଡରରେ ବୁଝାମଣାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଭାରତର ସେମି ଫାଇନାଲ ବାଜିରେ ଲାଗିଥିବାରୁ ଦଳକୁ ପାୱାର ପ୍ଲେରେ ବ୍ୟାଟିଂ ବିଫଳତା, ମଧ୍ୟ ଓଭରର ବୋଲିଂ ଓ ଫିନିଶିଂ ଆଦି ଉପରେ ଏବେ ଠାରୁ ଧ୍ୟାନ ଦେବାକୁ ପଡ଼ିବ।
ପରାଜୟର ପ୍ରମୁଖ କାରଣ
୧- ପାୱାର ପ୍ଲେ ବିଫଳତା ଚେଜକୁ ଧ୍ୱଂସ କଲା
ଟିମ ଇଣ୍ଡିଆ ୧୮୮ ରନର ପିଛା କରୁଥିବା ବେଳେ ଶସ୍ତାରେ ଈଶାନ କିଶନ(୦), ଅଭିଷେକ ଶର୍ମା(୧୫) ଓ ତିଳକ ବର୍ମା(୧)ଙ୍କୁ ହରାଇଥିଲା। ପ୍ରଥମ ୬ ଓଭର ଅର୍ଥାତ ପାୱାର ପ୍ଲେରେ ଦଳ ୩ ୱିକେଟ ହରାଇ କେବଳ ୨୬ ରନ କରିଥିଲା। ପ୍ରାରମ୍ଭରୁ ସ୍କୋର ବୋର୍ଡ ଚାପରେ ଭାରତୀୟ ଟିମ ପୂରା ଦାବି ହୋଇ ଯାଇଥିଲା। ପଶ୍ଚାତଧାବନର ଗାଡ଼ି ପାୱାର ପ୍ଲେରେ ହିଁ ଟ୍ରାକରୁ ବାହାରି ଯାଇଥିଲା।
୨- ଚାପକୁ କାଏମ ରଖିବାରେ ବିଫଳ
ମ୍ୟାଚ୍ ଆରମ୍ଭରୁ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂହ ଚାପ ସୃଷ୍ଟି କରିଥିଲେ। ଦକ୍ଷିଣ ଆଫ୍ରିକା ୨୦ ରନରେ ୩ ୱିକେଟ ହରାଇ ପୂରା ଚାପରେ ରହିଥିଲା। ହେଲେ ଭାରତ ସୁଯୋଗ ହାତ ଛଡ଼ା କରିଥିଲା। ମଧ୍ୟକ୍ରମ ବୋଲରମାନେ ଲାଇନ ଓ ଲେନ୍ଥରେ ନିଜର ଜଲୱା ଦେଖାଇ ପାରି ନଥିଲେ।
ଶେଷରେ ମୋମେଣ୍ଟମ ଦକ୍ଷିଣ ଆଫ୍ରିକା ଆଡ଼କୁ ଯାଇଥିଲା। ତଥାପି ୧୩ରୁ ୧୯ ଓଭର ଯାଏ ବୁମ୍ରା ଓ ଅର୍ଶଦୀପ ଭାରତର କମବ୍ୟାକ କରାଇଥିଲେ। ୬ ଓଭରରେ ଦକ୍ଷିଣ ଆଫ୍ରିକା କେବଳ ୩୯ ରନ କରିଥିଲା। କିନ୍ତୁ ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନ ଦେଇ ମ୍ୟାଚ୍କୁ ପୁଣି ଦକ୍ଷିଣ ଆଫ୍ରିକା ଆଡ଼କୁ ଠେଲି ଦେଇଥିଲେ।
୩- ମିଲର ଓ ବ୍ରେଭିସଙ୍କ କାଉଣ୍ଟର ଆଟାକ
୨୦ ରନରେ ୩ ୱିକେଟ ଯାଇଥିବା ବେଳେ ମିଲର ଓ ବ୍ରେଭିସ ୫୧ ବଲରେ ୯୭ ରନ ଯୋଡ଼ିଥିଲେ। ଉଭୟ ସ୍ପିନ ଓ ପେସ ବୋଲିଂକୁ ସମାନ ଭାବେ ଆଟାକ କରିଥିଲେ। ଦୁଇ ଜଣଙ୍କ ଇନିଂସ ଯୋଗୁ ଦକ୍ଷିଣ ଆଫ୍ରିକା ଗୋଟିଏ ଦମଦାର ସ୍ତରରେ ପହଞ୍ଚି ଯାଇଥିଲା। ଭାରତ ପାଖରେ ସତେ ଯେମିତି ଉଭୟଙ୍କୁ ଅଟକାଇବା ପାଇଁ ରଣନୀତି ନଥିଲା।
୪- ମଧ୍ୟକ୍ରମରେ ସ୍ପିନ ଆଟାକ ବିଫଳ
ଭାରତ ନିଜର ସ୍ପିନ ବୋଲିଂ ପାଇଁ ଜଣାଶୁଣା। ହେଲେ ବରୁଣ ଚକ୍ରବର୍ତ୍ତୀ ରବିବାର ମ୍ୟାଚ୍ରେ ୪ ଓଭର ପକାଇ ୪୭ ରନ ଦେଇଛନ୍ତି। ସେ ମଧ୍ୟକ୍ରମରେ ଚାପ ସୃଷ୍ଟି କରିବାରେ ବିଫଳ ହୋଇଥିଲେ। ଚକ୍ରବର୍ତ୍ତୀଙ୍କ ଭଲ ବଲରେ ମିଲିର ଓ ବ୍ରେଭିସ ସିଙ୍ଗଲ ନେଇଥିଲେ ଓ ଖରାପ ବଲକୁ ପ୍ରହାର କରିଥିଲେ। ଚକ୍ରବର୍ତ୍ତୀ ଫେଲ ମାରିବାରୁ ଭାରତ ମଧ୍ୟଓଭରରେ ପ୍ରବଳ ରନ ଦେଇଥିଲା।
୫- ଅକ୍ଷର ପଟେଲଙ୍କୁ ସାମିଲ ନ କରିବା
ୱାଶିଂଟନ ସୁନ୍ଦରଙ୍କୁ ଖେଳାଇବା ପାଇଁ ଦଳର ଉପଅଧିନାୟକ ଅକ୍ଷର ପଟେଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ ନ କରିବା ସମସ୍ତଙ୍କୁ ଚକିତ କରିଛି। ଏଥିଯୋଗୁ ଭାରତର ସ୍ପିନ ନିୟନ୍ତ୍ରଣ ଓ ବ୍ୟାଟିଂ ଗଭୀରତା ଦୁର୍ବଳ ହୋଇଥିଲା। ସୁନ୍ଦର ଉଭୟ ବୋଲିଂ ଓ ବ୍ୟାଟିଂରେ ଫେଲ ମାରିଛନ୍ତି। ଅକ୍ଷର କ୍ରମାଗତ ଭାବେ ଭଲ ବୋଲିଂ କରି ଆସୁଥିବା ବେଳେ ସୁନର ୮ ଭଳି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ତା’କୁ ବାଦ ଦେବା କେହି ବି ସହଜରେ ହଜମ କରିପାରୁ ନାହାନ୍ତି।
୬- ସୁନ୍ଦରଙ୍କ ବ୍ୟାଟିଂ ପ୍ରମୋସନ ବୁମେରାଂ ହେଲା
ଭାରତର ବ୍ୟାଟିଂ ଲାଇନ ଅପ ଭୁଶୁଡ଼ୁ ଥିବା ବେଳେ ୱାଶିଂଟନଙ୍କୁ ୫ ନମ୍ବରକୁ ପ୍ରମୋସନ ମିଳିଥିଲା। ସେ ଇନିଂସରେ ସ୍ଥରିତା ଆଣିବା ବଦଳରେ ଚାପକୁ ଆହୁରି ବଢ଼ାଇଥିଲେ। ସୁନ୍ଦର ଯୋଗୁ ବ୍ୟାଟିଂ ଅର୍ଡର ଲୟକୁ ବିଗାଡ଼ିଥିଲା। ସଙ୍କଟମୟ ପରିସ୍ଥିତିରେ ଅଭିଜ୍ଞତାର ଅଭାବ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ିଥିଲା।
୭- ଶେଷ ଓଭରରେ ରନ ବର୍ଷା
ଟ୍ରିଷ୍ଟନ୍ ଷ୍ଟବ୍ସ୍ ଶେଷ ମୁହୂର୍ତ୍ତରେ ଦମଦାର ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଓଭରରେ ୨୦ ରନ୍ ଆଦାୟ କରିଥିଲେ। ଶେଷ ଓଭର ମହଙ୍ଗା ସାବ୍ୟସ୍ତ ହେବାରୁ ଦକ୍ଷିଣ ଆଫ୍ରିକାର ସ୍କୋର ୧୮୭ରେ ପହଞ୍ଚି ଯାଇଥିଲା। ଗୋଟିଏ ସହଜ ଲକ୍ଷ୍ୟ ପରବର୍ତ୍ତୀ ସମୟରେ ମାନସିକ ଭାବେ ବଡ଼ ଚେଜ୍ରେ ପରିଣତ ହୋଇଥିଲା।
୮- ଧିମା ପିଚ୍ରେ ପେସ୍-ଅଫ୍ ରଣନୀତିର ଅଭାବ
ଦକ୍ଷିଣ ଆଫ୍ରିକା ବୋଲରମାନେ କଟର୍ ଓ ପେସ୍ ଭ୍ୟାରିଏସନ୍କୁ ପ୍ରଭାବଶାଳୀ ଭାବେ ବ୍ୟବହାର କରିଥିଲେ। କିନ୍ତୁ ଭାରତ ଏହି ପଦ୍ଧତିକୁ ଅନୁକରଣ କରିବାରେ ବିଫଳ ହୋଇଥିଲା। ଲୁଙ୍ଗି ଏନଗିଡି କ୍ରମାଗତ ପେସରେ ପରିବର୍ତ୍ତନ କରି ଭାରତୀୟ ବ୍ୟାଟରଙ୍କୁ ବଡ଼ ଶଟ ଖେଳିବାକୁ ଦେଇ ନଥିଲେ।
୯- ମଧ୍ୟମକ୍ରମ ବ୍ୟାଟିଂ ବିଫଳତା
ପ୍ରାରମ୍ଭିକ ଝଟକା ପରେ ଭାରତର ମଧ୍ୟମକ୍ରମ ଷ୍ଟ୍ରାଇକ୍ ରୋଟେଟ୍ କରିବା କିମ୍ବା ଭଲ ପାର୍ଟନରଶିପ୍ ଗଢ଼ିବାରେ ବିଫଳ ହୋଇଥିଲା। ଡଟ୍-ବଲ୍ ଚାପ ବଢ଼ିବାରୁ ବଡ଼ ଶଟ ଖେଳିବାକୁ ଲୋୟର ଅର୍ଡର ବ୍ୟାଟର ବାଧ୍ୟ ହୋଇଥିଲେ। ଶେଷରେ ଭାରତ ୧୧୧ରେ ଅଲଆଉଟ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
