Advertisment

Vaibhav Suryavanshi: ବିସିସିଆଇ ଚାହିଁଲେ ବି ଏବେ ଭାରତୀୟ ସିନିୟର ଟିମରେ ଡେବ୍ୟୁ କରିପାରିବେ ନାହିଁ ସୂର୍ଯ୍ୟବଂଶୀ, ଜାଣନ୍ତୁ କାରଣ

ଯଦି ସେ ଇଂଲଣ୍ଡର ଶ୍ରେଷ୍ଠ ଯୁବ ବୋଲରଙ୍କୁ ଏପରି ଧୂଲେଇ କରୁଛନ୍ତି ଓ ଆଇପିଏଲରେ ଶତକ ମାରିଛନ୍ତି, ତା’ହେଲେ ତାଙ୍କୁ କାହିଁକି ଭାରତୀୟ ସିନିୟର କ୍ରିକେଟ ଟିମରେ ସାମିଲ କରାଯାଉ ନାହିଁ?

U19

ଶତକ ପରେ ବୈଭବ ସୂର୍ଯ୍ୟବଂଶୀ

Advertisment

ସମ୍ଭବତଃ ହରାରେ ସ୍ପୋର୍ଟସ କ୍ଲବର ଧୂଳି ଆଜି ସେଟେଲ ହୋଇସାରିଥିବ। କିନ୍ତୁ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ଖେଳିଥିବା ଇନିଂସ ଏବେ ବି ସମସ୍ତଙ୍କ କାନରେ ଗୁଞ୍ଜରିତ ହେବାରେ ଲାଗିଛି। ଫାଇନାଲରେ ସେ ଖେଳିଥିବା ୮୦ ବଲରେ ୧୭୫ ରନ କେବଳ ଗୋଟିଏ ସାଧାରଣ ଇନିଂସ ନଥିଲା, ବରଂ ଏହା ସବୁଦିନ ପାଇଁ ରେକର୍ଡ ବୁକରେ ସାମିଲ ହୋଇଥିଲା। ୧୫ଟି ଛକା, ୧୫ଟି ଚୌକା ଓ ଭୟଙ୍କର ଷ୍ଟ୍ରାଇକ ରେଟ ଅଣ୍ଡର ୧୯ ବିଶ୍ୱକପ ଫାଇନାଲକୁ ସତେ ଯେମିତି ସ୍କୁଲ ମ୍ୟାଚରେ ପରିଣତ କରିଥିଲା। 

Advertisment

ମାତ୍ର ୧୪ ବର୍ଷ ବୟସରେ ସୂର୍ଯ୍ୟବଂଶୀଙ୍କ ଏପରି ଇନିଂସ ସମସ୍ତଙ୍କୁ ଚକିତ କରିଛି। ସମସ୍ତେ ବିହାରର ଏହି ଖେଳାଳିଙ୍କ ପାଇଁ ଗୋଟିଏ ପ୍ରଶ୍ନ ପଚାରିବାରେ ଲାଗିଛନ୍ତି। ଯଦି ସେ(Vaibhav Suryavanshi) ଇଂଲଣ୍ଡର ଶ୍ରେଷ୍ଠ ଯୁବ ବୋଲରଙ୍କୁ ଏପରି ଧୂଲେଇ କରୁଛନ୍ତି ଓ ଆଇପିଏଲରେ ଶତକ ମାରିଛନ୍ତି, ତା’ହେଲେ ତାଙ୍କୁ କାହିଁକି ଭାରତୀୟ ସିନିୟର କ୍ରିକେଟ ଟିମରେ ସାମିଲ କରାଯାଉ ନାହିଁ?

ଅନେକ ଏପରି ପ୍ରଶ୍ନ କରୁଥିଲେ ହେଁ ଏହାର ଉତ୍ତର ହେଲା ଆଇସିସି ଧାର୍ଯ୍ୟ କରିଥିବା ନିୟମ। ସିନିୟର ଟିମରେ ସାମିଲ ହେବା ପାଇଁ ସୂର୍ଯ୍ୟବଂଶୀଙ୍କ ସାମ୍ନାରେ ଆଇସିସିର ସର୍ବନିମ୍ନ ବୟସ ନୀତି ବାଧା ସୃଷ୍ଟି କରୁଛି। ଯୁବ ଖେଳାଳିଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆଇସିସି ୨୦୨୦ରେ ଗୋଟିଏ ନିୟମ ଲାଗୁ କରିଥିଲା। ଏଥିରେ କୁହାଯାଇଛି ଯେ ଜଣେ ଖେଳାଳିଙ୍କୁ ୧୫ ବର୍ଷ ନ ହେବା ଯାଏ ସେ ଅନ୍ତର୍ଜାତୀୟ କ୍ରିକେଟ ବା ସିନିୟର ଟିମରେ କ୍ରିକେଟ ଖେଳିପାରିବେ ନାହିଁ।

Advertisment

ବୈଭବ ସୂର୍ଯ୍ୟବଂଶୀଙ୍କ ଜନ୍ମ ୨୦୧୧ ମସିହା ମାର୍ଚ୍ଚ ୨୭ରେ ହୋଇଥିଲା। ୨୦୨୬ ଫେବୃଆରୀ ମାସରେ ଭାରତୀୟ ଟିମ ଐତିହାସିକ ଅଣ୍ଡର ୧୯ ବିଶ୍ୱକପ ଜିତିଛି। ୨୦୧୧-୨୦୨୬କୁ ଆକଳନ କଲେ ଏବେ ସୂର୍ଯ୍ୟବଂଶୀଙ୍କୁ ୧୪ ବର୍ଷ। ତେଣୁ ଏହି ବୟସରେ ସେ ୩୬ ବଲରେ ଯେତେ ଶତକ ମାରିଲେ କିମ୍ବା ଆଇପିଏଲରେ ବୋଲରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲେ ବି ସିନିୟର ଟିମରେ ସାମିଲ ହୋଇପାରିବେ ନାହିଁ।

ସିନିୟର ଟିମରେ ସାମିଲ ହେବାକୁ ତାଙ୍କୁ ଅତିକମରେ ୨୦୨୬ ମାର୍ଚ୍ଚ ୨୭ ଯାଏ ଅପେକ୍ଷା କରିବକୁ ପଡ଼ିବ। ଏହାପରେ ବିସିସିଆଇ ତାଙ୍କୁ ସିନିୟର ଟିମରେ ସାମିଲ କରିବ କି ନାହିଁ, ତା’ ଉପରେ ଚିନ୍ତା କରିବ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସୂର୍ଯବଂଶୀ ୧୪ ବର୍ଷର ହୋଇଥିଲେ ହେଁ ଆଉ ଅଣ୍ଡର ୧୯ ଟିମ ପାଇଁ ମଧ୍ୟ ଖେଳିପାରିବେ ନାହିଁ।

କାରଣ ବିସିସିଆଇ ଏବେ ଅଣ୍ଡର ୧୯ ବିଶ୍ୱକପ ପାଇଁ ଗୋଟିଏ ଟୁର୍ଣ୍ଣାମେଣ୍ଟ ଲାଗୁ କରିଛି। ଏହି ନିୟମ ବଳରେ ଥରେ ଅଣ୍ଡର ୧୯ ବିଶ୍ୱକପ ଖେଳିଥିବା ଖେଳାଳି ବୟସ ଥିଲେ ମଧ୍ୟ ଆଉ ଭାରତ ପାଇଁ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ନାହିଁ। ନୂଆ ଟାଲେଣ୍ଟ ସନ୍ଧାନରେ ବିସିସିଆଇ ଏପରି ପଦକ୍ଷେପ ନେଇଛି। 

ଏହାର ଅର୍ଥ ୨୦୨୬ରେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିବା ସୂର୍ଯ୍ୟବଂଶୀ ୨୦୨୮ କିମ୍ବା ୨୦୩୦ ବିଶ୍ୱକପରେ ଖେଳିପାରିବେ ନାହିଁ। ଏହି ସମୟରେ ତାଙ୍କ ବୟସ ୧୯ ବର୍ଷରୁ କମ ରହିଥିବ, ତଥାପି ସେ ଭାରତ ପାଇଁ ଖେଳିପାରିବେ ନାହିଁ। 

Vaibhav Suryavanshi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe