Advertisment

ଟି-୨୦ ବିଶ୍ୱକପ: ଆଫଗାନିସ୍ତାନ ଟିମରେ ବ୍ରାଭୋଙ୍କୁ ମିଳିଲା ନୂଆ ଦାୟିତ୍ୱ

୪୦ ବର୍ଷୀୟ ବ୍ରାଭୋ ଇଣ୍ଡିଜ ଟିମରେ ବୋଲିଂ ଅଲରାଉଣ୍ଡର ଭାବେ ଖେଳୁଥିଲେ। ସେ ୨୯୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୬୪୨୩ ରନ କରିବା ସହ ୩୬୩ଟି ୱିକେଟ ନେଇଛନ୍ତି।

Bravo

Bravo

Advertisment

ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଟିମର ବୋଲିଂ କନସଲଟାଣ୍ଟ ଭାବେ କାମ କରିବେ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଡ୍ୱେନ ବ୍ରାଭୋ। ଆଜି ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଆଜି ଏହା ଘୋଷଣା କରିଛି।

Advertisment

୪୦ ବର୍ଷୀୟ ବ୍ରାଭୋ ଇଣ୍ଡିଜ ଟିମରେ ବୋଲିଂ ଅଲରାଉଣ୍ଡର ଭାବେ ଖେଳୁଥିଲେ। ସେ ୨୯୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୬୪୨୩ ରନ କରିବା ସହ ୩୬୩ଟି ୱିକେଟ ନେଇଛନ୍ତି। ଏହାବାଦ ସେ ୧୦୦ ଟି ପ୍ରଥମ ଶ୍ରେଣୀ, ୨୨୭ଟି ଲିଷ୍ଟ ଏ ଓ ୫୭୩ ଟି-୨୦ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି।

ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହେଉଛନ୍ତି ବ୍ରାଭୋ। ସେ ୬୨୫ଟି ୱିକେଟ ନେବା ସହ ଏହି ଫର୍ମାଟରେ ପ୍ରାୟ ୭ ହଜାର ରନ କରିଛନ୍ତି। ସେ ଟି-୨୦ ବିଶ୍ୱକପ, ଚାମ୍ପିୟନ୍ସ ଟ୍ରଫି, ଆଇପିଏଲ ଟ୍ରଫି ଓ ସିପିଏଲ ଟ୍ରଫି ମଧ୍ୟ ଜିତିଛନ୍ତି।

Advertisment

ଆଇପିଏଲ ୨୦୨୪ରେ ବ୍ରାଭୋ ଚେନ୍ନାଇ ସୁପର କିଙ୍ଗସର ବୋଲିଂ କୋଚ ଭାବେ କାମ କରୁଥିଲେ। ଅବଶ୍ୟ ଚେନ୍ନାଇ ଚଳିତ ବର୍ଷ ପ୍ଲେଅଫକୁ ଯାଇ ପାରି ନାହିଁ।

ଟି-୨୦ ବିଶ୍ୱକପ ପାଇଁ ଆଫଗାନିସ୍ତାନ ଟିମ ସେଣ୍ଟ କିଟ୍ସକୁ ଆସି ସାରିଛି। ଏଠାରେ ଦଳ ୧୦ ଦିନିଆ ଟ୍ରେନିଂ କ୍ୟାମ୍ପ କରିବ। ଏହି ସମୟରେ ବ୍ରାଭୋ ଦଳ ସହ ଯୋଗ ଦେବେ। 

Afganistan T20 Match T20 World Cup T20 Cricket DJ Bravo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe