ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜର ପ୍ରଥମ ବିଜୟ

ମେଲବର୍ଣ୍ଣ: ପରାଜୟରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ଦୁଇଥର ଟି-୨୦ ଚାମ୍ପିୟନ ଆଜି ପ୍ରଥମ ବିଜୟ ହାସଲ କରିଛି। ଆଜି ଗ୍ରୁପ ପର୍ଯ୍ୟାୟରେ ଇଣ୍ତିଜ ଟିମ୍‌ ଅଲଜାରି ଯୋଶେଫଙ୍କ ୪ ୱିକେଟ ବଳରେ ଜିମ୍ବାୱେକୁ ୩୧ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ଅପେକ୍ଷାକୃତ ଦୁର୍ବଳ ସ୍କଟଲ୍ୟାଣ୍ଡ ଠାରୁ ଆଶ୍ଚର୍ଯ୍ୟଜନକ ଭାବେ ପରାସ୍ତ ହୋଇଥିଲା। ଏବେ ଜିମ୍ବାୱେକୁ ଦଳ ହରାଇଥିବାରୁ ସୁପର ୧୨ରେ ପ୍ରବେଶ ଦୌଡ଼ରେ ନିଜକୁ ବଜାୟୀ ରଖିପାରିଛି। ଜିମ୍ବାୱେ ପକ୍ଷରୁ ଅଲରାଉଣ୍ଡର ସିକନ୍ଦର […]

WI

  • Published: Wednesday, 19 October 2022
  • , Updated: 19 October 2022, 06:49 PM IST

ମେଲବର୍ଣ୍ଣ: ପରାଜୟରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ଦୁଇଥର ଟି-୨୦ ଚାମ୍ପିୟନ ଆଜି ପ୍ରଥମ ବିଜୟ ହାସଲ କରିଛି। ଆଜି ଗ୍ରୁପ ପର୍ଯ୍ୟାୟରେ ଇଣ୍ତିଜ ଟିମ୍‌ ଅଲଜାରି ଯୋଶେଫଙ୍କ ୪ ୱିକେଟ ବଳରେ ଜିମ୍ବାୱେକୁ ୩୧ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ଅପେକ୍ଷାକୃତ ଦୁର୍ବଳ ସ୍କଟଲ୍ୟାଣ୍ଡ ଠାରୁ ଆଶ୍ଚର୍ଯ୍ୟଜନକ ଭାବେ ପରାସ୍ତ ହୋଇଥିଲା। ଏବେ ଜିମ୍ବାୱେକୁ ଦଳ ହରାଇଥିବାରୁ ସୁପର ୧୨ରେ ପ୍ରବେଶ ଦୌଡ଼ରେ ନିଜକୁ ବଜାୟୀ ରଖିପାରିଛି।

ଜିମ୍ବାୱେ ପକ୍ଷରୁ ଅଲରାଉଣ୍ଡର ସିକନ୍ଦର ରାଜାଙ୍କ ଚମତ୍କାର ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ ଟିମ୍‌ ୭ ୱିକେଟ ହରାଇ ୧୫୩ ରନରେ ଅଟକି ଯାଇଥିଲା। ଆଜି ଇଣ୍ଡିଜ୍‌ ଟିମ୍‌ ପ୍ରଥମେ ବ୍ୟାଟିଂ କରିବା ସହ ଭଲ ଆରମ୍ଭ କରିଥିଲା। ଏକଦା ଦଳ ୭୭ ରନରେ ଗୋଟିଏ ୱିକେଟ ହରାଇଥିଲା। କିନ୍ତୁ ରାଜାଙ୍କ ୩/୧୯ ଯୋଗୁ ଇଣ୍ଡିଜ ଟିମ ଅଡୁଆରେ ପଡ଼ିଥିଲା। ଏଥିସହ ୧୦୧ ରନରେ ୬ ୱିକେଟ ହରାଇଥିଲା।

ୱେଷ୍ଟଇଣ୍ଡିଜ ପକ୍ଷରୁ ଓପନର ଚାର୍ଲସ ଜନସନ ୩୬ ବଲରେ ୪୫ ରନର ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଭିନ ଲୁଇସ ୧୫, ରୋଭମନ ପାୱେଲ ୨୮ ଓ ଶେଷ ଭାଗରେ ଅକେଲ ହୁସନେ ୨୩ ରନ କରିବାରୁ ଇଣ୍ଡିଜ୍‌ ଟିମ୍‌ ୭ ୱିକେଟ ହରାଇ ୧୫୩ ରନ କରିବାକୁ ସକ୍ଷମ ହୋଇଥିଲା।

୧୫୪ ରନର ଟାର୍ଗେଟ ପାଇଥିବା ଜିମ୍ବାୱେ ୨୯ ରନରେ ପ୍ରଥମ ୱିକେଟ ହରାଇଥିଲା। ଏହାପରେ ଦଳ ନିୟମିତ ୱିକେଟ ହରାଇବା ଆରମ୍ଭ କରିଥିଲା। ବିଶେଷ କରି ଦ୍ରୁତ ବୋଲର ଯୋଶେଫ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେ ୪ ଜଣ ଜିମ୍ବାୱେ ବ୍ୟାଟରଙ୍କୁ ଆଉଟ କରି ଇଣ୍ଡିଜ ବିଜୟର ମୁଖ୍ୟ ନାୟକ ସାଜିଥିଲେ। ତାଙ୍କୁ ଜେସନ ହୋଲ୍ଡର ଭରପୂର ସାଥ ଦେଇଥିଲେ। ସେ ମଧ୍ୟ ୩ଟି ୱିକେଟ ଦଖଲ କରିଛନ୍ତି।

ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଜିମ୍ବାୱେକୁ ଶେଷ ଭାଗରେ ଲୁକ ଜୋଙ୍ଗୱେ(୨୯) ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ଦଳୀୟ ସ୍କୋର ୧୨୦ ଥିବା ବେଳେ ତାଙ୍କୁ ଯୋଶେଫ କ୍ଲିନବୋଲ୍ଡ କରି ଜିମ୍ବାୱେର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଶେଷରେ ଟେଣ୍ଡାଇ ଚାତାରା(୩)ଙ୍କୁ ଆଉଟ କରି ଜେସନ ହୋଲ୍ଡର ଜିମ୍ବାୱେ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଜିମ୍ବାୱେ ବ୍ୟାଟରମାନେ ପୂରା ୨୦ ଓଭର ମଧ୍ୟ ଖେଳିବାକୁ ସକ୍ଷମ ହୋଇ ନାହାନ୍ତି। ପୂରା ଟିମ୍‌ ୧୮.୨ ଓଭରରେ ସମସ୍ତ ୱିକେଟ ହରାଇ ୧୨୨ ରନ କରିବାକୁ ସକ୍ଷମ ହୋଇଛି।

ଇଣ୍ତିଜ ପକ୍ଷରୁ ଯୋଶେଫ ୪ଟି ୱିକେଟ ନେଇଥିବା ବେଳେ ହୋଲ୍ଡର ୩ଟି, ହୁସେନ, ଓବେଡ ମ୍ୟାକୟ ଓ ଓଡେନ ସ୍ମିଥ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ୱେଷ୍ଟଇଣ୍ଡିଜ ନିଜ ଶେଷ ଗ୍ରୁପ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡକୁ ଭେଟିବ।

ଆଜି ଆୟର୍ଲ୍ୟାଣ୍ଡ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ହରାଇଥିବା ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଛି। ଏହାର ଅର୍ଥ ଗ୍ରୁପ ବି’ରେ ଥିବା ୪ ଦଳ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିଛନ୍ତି। ତେଣୁ କେଉଁ ଦୁଇ ଦଳ ସୁପର ୧୨କୁ ଯିବେ, ତା’କୁ ନେଇ ବେଶ ରୋମାଞ୍ଚକର ସ୍ଥିତି ସୃଷ୍ଟି ହୋଇଛି।

Related story