Advertisment

ଇଣ୍ଡିଜ୍ ବିଜୟ ଧାରାରେ ଲାଗିଲା ବ୍ରେକ୍, 7 ୱିକେଟରେ ବିଜୟୀ ଭାରତ

ଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ଭାରତର ରୋମାଞ୍ଚକର ବିଜୟ।

ଅଦ୍ୟତନ ହୋଇଛି
Suryakumar Yadav

Suryakumar Yadav

Advertisment

ବିଜୟ ଧାରାକୁ ଫେରିଲା ଟିମ୍ ଇଣ୍ଡିଆ। ଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ଭାରତର ରୋମାଞ୍ଚକର ବିଜୟ। ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଅର୍ଦ୍ଧଶତକ ଭାରତକୁ ଦେଇଛି ଏହି ବିଜୟ ଭେଟି। 5 ଟିକିଆ ଏହି ମ୍ୟାଚରେ ଘରୋଇ ଓ୍ୱେଷ୍ଟ ଇଣ୍ଡିଜ୍ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ନେଇଥିବା ବେଳେ ତୃତୀୟ ମ୍ୟାଚକୁ କବଜା କରିଛି ଟିମ୍ ଇଣ୍ଡିଆ।

Advertisment

ଘରୋଇ ମାଟିରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟ୍ ଇଣ୍ଡିଜ୍। ଦୁଇ ଓପନର୍ ବ୍ରାଣ୍ଡନ୍ କିଙ୍ଗ୍ ଓ କେଲି ମାୟର୍ସ ପ୍ରାରମ୍ଭରୁ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲେ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସତ୍ତ୍ୱେ ବଡ ସର୍ଟ ଖେଳି ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର୍ 55 ବେଳକୁ ପ୍ରଥମ ୱିକେଟ୍ ହରାଇଥିଲା ଇଣ୍ଡିଜ୍। ମାୟର୍ସ ବ୍ୟକ୍ତିଗତ 25(3 ଚୌକା, ଗୋଟିଏ ଛକା) ରନ୍ କରି ଅକ୍ସରଙ୍କ ପ୍ରଥମ ଶିକାର ହୋଇଥିଲେ।

ଏହାପରେ ଦଳର ସ୍ଥିତି ସମ୍ଭାଳିଥିଲେ ବ୍ରାଣ୍ଡନ୍ କିଙ୍ଗ୍। ସେ ବ୍ୟକ୍ତିଗତ 42 ବଲରେ 42 ରନ୍ କରି ଦଳୀୟ ସ୍କୋରକୁ 106 ରେ ପହଞ୍ଚାଇ ଥିଲେ। କିନ୍ତୁ ମଧ୍ୟ ଭାଗରେ ୱେଷ୍ଟ ଇଣ୍ଡିଜର ବିପର୍ଯ୍ୟୟ ଘଟାଇଥିଲେ କୁଲଦୀପ ଯାଦବ। ସେ ଜନସନ୍ ଚାର୍ଲ୍ସ(12) ଓ ନିକୋଲାସ୍ ପୂରାନ(20)ଙ୍କୁ ଆଉଟ୍ କରି ନେଇଥିଲେ। 123 ରନ୍ ବେଳକୁ 5ଟି ୱିକେଟ୍ ହରାଇ ସାରିଥିଲା ଇଣ୍ଡିଜ୍ ବାହିନୀ। ମାତ୍ର କ୍ୟାପ୍ଟେନ୍ ରୋଭମାନଙ୍କ ରୋମାଞ୍ଚକର ପ୍ରଦର୍ଶନ ଦଳୀୟ ସ୍କୋରକୁ 159ରେ ପହଞ୍ଚାଇଥିଲା। ରୋଭମାନ୍ ମାତ୍ର 19 ବଲରେ ଅପରାଜିତ ରହି ବ୍ୟକ୍ତିଗତ 40 ରନ୍ ସଂଗ୍ରହ କରିଥିଲେ।

Advertisment

ଏହାପରେ 160 ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇ ଥିଲା ହାର୍ଦ୍ଦିକ ବାହିନୀ। ଇଣ୍ଡିଆ ପକ୍ଷରୁ ଟି-ଟ୍ୱେଣ୍ଟି ପଦାର୍ପଣ ମ୍ୟାଚରେ ପ୍ରଥମେ ଯଶସ୍ୱୀ ଜୈସ୍ୱାଲ ଓ ସୁବମନ୍ ଗିଲ୍ ଓପନିଂ ଆରମ୍ଭ କରିଥିଲେ। କିନ୍ତୁ ଦୁହେଁ ଭଲ ପ୍ରଦର୍ଶନ କରିପାରି ନଥିଲେ। ମାତ୍ର 6 ରନ୍ ବେଳକୁ ପ୍ରଥମ ୱିକେଟ୍ ହରାଇଥିଲା ଟିମ୍ ଇଣ୍ଡିଆ। ପଦାର୍ପଣ ମ୍ୟାଚରେ ଏକ ରନ୍ କରି ଆଉଟ୍ ହୋଇଯାଇ ଥିଲେ ଯଶସ୍ୱୀ। ଏହାପରେ ସୂର୍ଯ୍ୟକୁମାର ମୈଦାନକୁ ଓହ୍ଲାଇ ଥିଲେ। ପୂର୍ବ ଦୁଇ ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଏହି ମ୍ୟାଚରେ ସୂର୍ଯ୍ୟଙ୍କ ଚମକ ଦେଖିବାକୁ ମିଳିଥିଲା।

କିନ୍ତୁ ଶୁବମନ ଗିଲ୍ ଭଲ ପ୍ରଦର୍ଶନ କରିପାରି ନଥିଲେ। ସେ ମଧ୍ୟ 6 ରନ୍ କରି ଆଉଟ୍ ହୋଇଯାଇ ଥିଲେ। ଦଳୀୟ ସ୍କୋର୍ 34 ବେଳକୁ ଦୁଇଟି ୱିକେଟ୍ ହରାଇଥିଲା ଭାରତ। ଏହାପରେ ତିଳକ ବର୍ମା ସୂର୍ଯ୍ୟକୁମାରଙ୍କ ସାଥ୍ ଦେଇଥିଲେ। ଉଭୟଙ୍କ ଭାଗୀଦାରୀରେ 50 ବଲରେ 87 ରନ୍ ସଂଗ୍ରହ ହୋଇଥିଲା। ସୂର୍ଯ୍ୟକୁମାର ଧୂଆଁଧାର୍ ବ୍ୟାଟିଂ କରି ମାତ୍ର 23 ବଲରେ ବ୍ୟକ୍ତିଗତ ଅର୍ଦ୍ଧଶତକ ପୂରଣ କରିଥିଲେ। ଦଳୀୟ ସ୍କୋର୍ 121 ବେଳକୁ ଅଲଜାରୀ ଜୋଶେଫଙ୍କ ଶିକାର ହୋଇଥିଲେ ସୂର୍ଯ୍ୟ। ଏହି ମ୍ୟାଚରେ ସେ 44ଟି ବଲରେ 83(10 ଚୌକା, 4 ଛକା) ରନ୍ ସଂଗ୍ରହ କରିଥିଲେ।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ତିଳକ 37 ବଲରେ 49 ରନ୍ ସଂଗ୍ରହ କରିଥିବା ବେଳେ ପାଣ୍ଡ୍ୟା ମଧ୍ୟ 20 ରନ୍ କରିଥିଲେ। 17 ଓଭର୍ 5 ବଲରେ ଭାରତ 164 ରନ୍ ସଂଗ୍ରହ କରି ମ୍ୟାଚ୍ ଜିତିନେଇଛି।

Cricket T20 Match Sports News WI Vs IND 3rd T20 WI Vs IND
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe