Advertisment

ୱେଷ୍ଟଇଣ୍ଡିଜର ବିଶାଳ ବିଜୟ, ୧୩୪ ରନରେ ହାରିଲା ଉଗାଣ୍ଡା

ମାତ୍ର ୩୯ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା ଉଗାଣ୍ଡା।

author-image
Debibandita Barick
ଅଦ୍ୟତନ ହୋଇଛି
Akeal Hosein

Akeal Hosein

ଟି-୨୦ ବିଶ୍ୱକପ ମୈଦାନରେ ୱେଷ୍ଟଇଣ୍ଡିଜର ବିଶାଳ ବିଜୟ। ଉଗାଣ୍ଡାକୁ ୧୩୪ ରନ୍ ବ୍ୟବଧାନରେ ପରାସ୍ତ କରି ନୂଆ ରେକର୍ଡ କରିଛି ଇଣ୍ଡିଜ ବାହିନୀ। ଏହା ପୂର୍ବରୁ ଦଳ ପାକିସ୍ତାନକୁ ୮୪ ରନରେ ପରାସ୍ତ କରିଥିଲା।

Advertisment

ଦକ୍ଷିଣ ଆମେରିକାର ଗୁୟାନା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଗ୍ରୁପ୍-ସି ପର୍ଯ୍ୟାୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ୱେଷ୍ଟଇଣ୍ଡିଜ ଓ ଉଗାଣ୍ଡା। ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ ବାହିନୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜନସନ ଚାର୍ଲେସ ସର୍ବାଧିକ ୪୪ ରନ୍ କରିଥିଲେ। 

ଏହାପରେ ୧୭୪ ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଉଗାଣ୍ଡା ଅତି ଶୋଚନୀୟ ଭାବେ ପରାସ୍ତ ହୋଇଛି। ଦଳ ମାତ୍ର ୩୯ ରନରେ ଅଲ୍ ଆଉଟ୍ ହୋଇଯିବା ପରେ ୱେଷ୍ଟଇଣ୍ଡିଜକୁ ବିରାଟ ବିଜୟ ହାସଲ ହୋଇଛି।

Advertisment

ୱେଷ୍ଟଇଣ୍ଡିଜ ପକ୍ଷରୁ ଆକେଲ ହୋସେନ ସର୍ବାଧିକ ୫ ୱିକେଟ୍ ନେବା ସହ ୪ ଓଭର୍ ପକାଇ ମାତ୍ର ୧୧ ରନ୍ ଦେଇଥିଲେ। ଘାତକ ବୋଲିଂ ପାଇଁ ସେ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଆଲଜାରି ଜୋସେଫ ୩ ଓଭର ପକାଇ ୬ ରନ୍ ଦେବା ସହ ୨ଟି ୱିକେଟ୍ ନେଇଥିବା ବେଳେ ରୋମାରିଓ ଶେଫେର୍ଡ, ଆଣ୍ଡ୍ରେ ରସେଲ ଓ ଗୁଡ଼ାକେଶ ମୋତି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।  

WI Vs UGA T20 World Cup 2024 West Indies Thrash Uganda