Advertisment

ଇଂଲଣ୍ଡ ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ସ୍ୱପ୍ନକୁ ଚୁରମାର କରିଦେବ କି ଆଫଗାନିସ୍ତାନ?

ଇଂଲଣ୍ଡ ବିପକ୍ଷରେ ଆଫଗାନିସ୍ତାନର ବିଜୟ ଗ୍ରୁପ ବିର ପ୍ରଥମ ଦୁଇ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି। ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସମାନ ୩ ପଏଣ୍ଟ ଲେଖାଏ ପାଇଥିବା ବେଳେ ଆଫାଗନିସ୍ତାନ ଗୁରୁତ୍ୱପୂର୍ଣ୍ଣ ବିଜୟ ପରେ ୨ ପଏଣ୍ଟ ହାସଲ କରି ନେଇଛି।

Afghanistan

Afghanistan

Advertisment

୨୦୨୩ ଦିନିକିଆ ବିଶ୍ୱକପ ଭଳି ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନ ବିପର୍ଯ୍ୟୟ ସୃଷ୍ଟି କରିଛି। ଗ୍ରୁପ ବିରେ ଥିବା ଆଫଗାନିସ୍ତାନ ବୁଧବାର ଅପ୍ରତ୍ୟାଶିତ ଢଙ୍ଗରେ ଇଂଲଣ୍ଡକୁ ହରାଇ ଦେଇଛି। ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ଆଫଗାନ ଟିମ ୬୯ରେ ଇଂଲଣ୍ଡକୁ ହରାଇ ଥିଲା। ବୁଧବାର ଦଳ ୮ ରନରେ ଇଂଲଣ୍ଡକୁ ହରାଇଛି। ଲାହୋରର ଗଦାଫି ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ଆଫଗାନିସ୍ତାନ ଇବ୍ରାହିମ ଜଦ୍ରାନଙ୍କ ୧୭୭ ରନର ଇନିଂସ ବଳରେ ୭ ୱିକେଟ ହରାଇ ୩୨୫ ରନ କରିଥିଲା। ଏହାର ଜବାବରେ ଇଂଲଣ୍ଡ ପାଇଁ ଜୋ ରୁଟ ୧୨୦ ରନର ଇନିଂସ ଖେଳିଥିଲେ। କିନ୍ତୁ ଅଜମତୁଲ୍ଲା ଓମରଜାଇଙ୍କ ୫ ୱିକେଟ ସଫଳତା ଯୋଗୁ ଆଫଗାନିସ୍ତାନ ବିପର୍ଯ୍ୟୟ ସୃଷ୍ଟି କରିଛି।

Advertisment

ଇଂଲଣ୍ଡ ବିପକ୍ଷରେ ଆଫଗାନିସ୍ତାନର ବିଜୟ ଗ୍ରୁପ ବିର ପ୍ରଥମ ଦୁଇ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି। ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସମାନ ୩ ପଏଣ୍ଟ ଲେଖାଏ ପାଇଥିବା ବେଳେ ଆଫାଗନିସ୍ତାନ ଗୁରୁତ୍ୱପୂର୍ଣ୍ଣ ବିଜୟ ପରେ ୨ ପଏଣ୍ଟ ହାସଲ କରି ନେଇଛି।

ଅଷ୍ଟ୍ରେଲିଆ ପ୍ରତି ଆଫଗାନର ବିପଦ ଅଧିକ ରହିଛି। କାରଣ ଉଭୟ ଦଳ ଶୁକ୍ରବାର ମୁହାଁମୁହିଁ ହେବେ। ଏହା ଗ୍ରୁପ ପର୍ଯ୍ୟାୟ ହୋଇଥିଲେ ହେଁ ଦୁଇ ଦଳ ପାଇଁ ଏକ ପ୍ରକାରର କ୍ୱାର୍ଟର ଫାଇନାଲ ଲଢ଼େଇ। କାରଣ ଯେଉଁ ଦଳ ହାରିବ, ସେ ଚାମ୍ପିୟନ୍ସ ଟ୍ରଫିରୁ ବିଦାୟ ନେବ। ସେହିପରି ଆଫଗାନିସ୍ତାନ ଠାରୁ ହାରି ଚାମ୍ପିୟନ୍ସ ଟ୍ରଫିରୁ ବିଦାୟ ନେଇଥିବା ଇଂଲଣ୍ଡ ତା’ର ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

Advertisment

ଯଦି ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା କେହି ବି ସେମି ଫାଇନାଲ ରେସରୁ ବାଦ ପଡ଼ିବେ, ତା’ହେଲେ ସେମାନେ ନିଶ୍ଚିତ ଅନୁତାପ କରିବେ। କାରଣ ବର୍ଷା ଯୋଗୁ ଉଭୟ ଦଳ ମଧ୍ୟରେ ଖେଳା ଯିବାକୁ ଥିବା ରାୱଲପିଣ୍ଡି ମୁକାବିଲା ବାତିଲ ହୋଇ ଯାଇଛି। ଯଦି ଉକ୍ତ ମ୍ୟାଚ୍‌ ଅନୁଷ୍ଠିତ ହୋଇଥାଆନ୍ତା, ତା’ହେଲେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସେମି ଫାଇନାଲରେ ପ୍ରବେଶ କରିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇ ଥାଆନ୍ତା। କିନ୍ତୁ ଏବେ ସ୍ଥିତି ପୂରା ବିଗିଡ଼ି ଯାଇଛି। ଗ୍ରୁପ ବି ରୁ କେଉଁ ଦୁଇ ଦଳ ସେମିକୁ ଯିବେ, ସେକଥା ମାର୍ଚ୍ଚ ୧ରେ ହିଁ ସ୍ପଷ୍ଟ ହେବ।

ଗ୍ରୁପ ବିର ବାକି ରହିଥିବା ମ୍ୟାଚ୍‌

୧- ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ: ଯଦି ଆଫଗାନିସ୍ତାନ ଜିତିବ, ତା’ହେଲେ ଦଳ ଚାମ୍ପିୟନ୍ସ ଟ୍ରଫିର ସେମି ଫାଇନାଲକୁ ୪ ପଏଣ୍ଟ ସହ ପ୍ରବେଶ କରିବ। ଅଷ୍ଟ୍ରେଲିଆ ପାଖରେ ୩ ପଏଣ୍ଟ ରହିବ। ଏପରି ସ୍ଥିତିରେ ଅଷ୍ଟ୍ରେଲିଆକୁ ସେମି ଫାଇନାଲ ଟିକେଟ ପାଇଁ ଗ୍ରୁପ ବିର ଶେଷ ମ୍ୟାଚ୍‌ ଅର୍ଥାତ ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର କରିବାକୁ ପଡ଼ିବ।

ଯଦି ଅଷ୍ଟ୍ରେଲିଆ ଶୁକ୍ରବାର ମ୍ୟାଚ୍‌ରେ ବିଜୟୀ ହେଉଛି, ତା’ହେଲେ ୫ ପଏଣ୍ଟ ସହ ବେଶ ସହଜରେ ସେମିକୁ ଚାଲିଯିବ। ଆଫଗାନିସ୍ତାନର ଚାମ୍ପିୟନ୍ସ ଟ୍ରଫି ଅଭିଯାନ ସେହି ଠାରେ ଶେଷ ହୋଇଯିବ। ଅଷ୍ଟ୍ରେଲିଆ ଜିତିଗଲେ ମାର୍ଚ୍ଚ ୧ରେ ଖେଳା ଯିବାକୁ ଥିବା ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ଗୁରୁତ୍ୱହୀନ ହୋଇପଡ଼ିବ। କାରଣ ଦକ୍ଷିଣ ଆଫ୍ରିକା ହାରିଲେ ମଧ୍ୟ ୩ ପଏଣ୍ଟ ସହ ସେମିରେ ପ୍ରବେଶ କରିବ।

ଯଦି ବର୍ଷା ଯୋଗୁ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମ୍ୟାଚ୍‌ ବାତିଲ ହୋଇଯିବ, ତା’ହେଲେ କଙ୍ଗାରୁ ଟିମ ୪ ପଏଣ୍ଟ ସହ ସେମିକୁ ଯିବ। ଏପରି ସ୍ଥିତିରେ ଆଫଗାନିସ୍ତାନ ୩ ପଏଣ୍ଟ ସହ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ଅପେକ୍ଷା କରିବ। ଦକ୍ଷିଣ ଆଫ୍ରିକା ହାରିଲେ, ରନ ରେଟ ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। 

୨- ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା- ଏହି ମ୍ୟାଚ୍‌ର ଗୁରୁତ୍ୱ ସେତେବେଳେ ଅଧିକ ହେବ ଯେତେବେଳେ ଅଷ୍ଟ୍ରେଲିଆ ଶୁକ୍ରବାର ମ୍ୟାଚ୍‌ରେ ଆଫଗାନିସ୍ତାନ ଠାରୁ ହାରିବ କିମ୍ବା ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୋଇଯିବ। ଯଦି ଇଂଲଣ୍ଡ ଶେଷ ମ୍ୟାଚ୍‌ରେ ଜିତି ଯାଉଛି, ତେବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ସହ ସମାନ ସ୍ଥିତିରେ ରହିବେ। ଏହି ସମୟରେ ନେଟ ରନ ରେଟ ଆଧାରରେ ଗ୍ରୁପ ବି’ରୁ କିଏ ସେମିରେ ଆଫଗାନିସ୍ତାନ ସହ ପ୍ରବେଶ କରିବ, ତା’ର ନିଷ୍ପତ୍ତି ହେବ।

ଯଦି ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବା ପରେ ଇଂଲଣ୍ଡ ଜିତୁଛି, ତା’ହେଲେ ଅଷ୍ଟ୍ରେଲିଆ ୪ ପଏଣ୍ଟ ସହ ସେମିକୁ ଯିବ। କିନ୍ତୁ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରୁ ଗୋଟିଏ ଦଳ ନେଟ ରନ ରେଟ ଆଧାରରେ ସେମିରେ ପ୍ରବେଶ କରିବ।

ଯଦି ଅଷ୍ଟ୍ରେଲିଆର ପରାଜୟ ପରେ ଦକ୍ଷିଣ ଆଫ୍ରିକା ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ଜିତିଛୁ, ତା’ହେଲେ ବିନା କୌଣସି ଦ୍ୱିଧାରେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ସହ ସେମିକୁ ଯିବ। ପଏଣ୍ଟ ଟେବୁଲର ୧ନଂରେ ଦକ୍ଷିଣ ଆଫ୍ରିକା ଓ ଦ୍ୱିତୀୟର ଆଫଗାନିସ୍ତାନ ରହିବ।

ଯଦି ଅଷ୍ଟ୍ରେଲିଆ ହାରିବା ପରେ ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ ମ୍ୟାଚ୍‌ ବାତିଲ ହୋଇଯିବ, ତା’ହେଲେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ୪ ପଏଣ୍ଟ ଲେଖାଏ ପାଇ ସେମିକୁ ଯିବେ।

ଯଦି ଗ୍ରୁପ ବି’ର ୨ଟି ଯାକ ମ୍ୟାଚ୍‌କୁ ବର୍ଷା ଧୋଇ ନେବ, ତା’ହେଲେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମିକୁ ଯିବେ। ଆଫଗାନିସ୍ତାନ ୩ ପଏଣ୍ଟ ସହ ଚାମ୍ପିୟନ୍ସ ଟ୍ରଫିରୁ ବିଦାୟ ନେବ।

Afghanistan Cricket Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe