Advertisment

‘ଏଥର ହାରିବ ଭାରତ, ଜିତିବ ପାକିସ୍ତାନ’

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି। ଅକ୍ଟୋବର ୧୭ ତାରିଖରୁ ଟି-୨୦ ବିଶ୍ୱକପର ରାଉଣ୍ଡ-୧ ଆରମ୍ଭ ହେବ। ଏହା ପରେ ୨୪ ତାରିଖରୁ ରାଉଣ୍ଡ-୨ ଆରମ୍ଭ ହେବ। ତେବେ ଫ୍ୟାନ୍ ବିଶ୍ୱକପର ଯେଉଁ ମ୍ୟାଚକୁ ଅପେକ୍ଷା କରିଛନ୍ତି, ତାହା ଅକ୍ଟୋବର ୨୪ ତାରିଖରେ ଖେଳାଯିବ। ଅର୍ଥାତ୍ ଏହି ଦିନ ଦୁଇ ପାରମ୍ପରିକ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଆଉ ପ୍ରତିଥର ଭଳି ଆରମ୍ଭ ହୋଇଯାଇଛି କିଏ ଜିତିବ ଏହି […]

‘ଏଥର ହାରିବ ଭାରତ, ଜିତିବ ପାକିସ୍ତାନ’

kohli-and-babar

Advertisment

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି। ଅକ୍ଟୋବର ୧୭ ତାରିଖରୁ ଟି-୨୦ ବିଶ୍ୱକପର ରାଉଣ୍ଡ-୧ ଆରମ୍ଭ ହେବ। ଏହା ପରେ ୨୪ ତାରିଖରୁ ରାଉଣ୍ଡ-୨ ଆରମ୍ଭ ହେବ। ତେବେ ଫ୍ୟାନ୍ ବିଶ୍ୱକପର ଯେଉଁ ମ୍ୟାଚକୁ ଅପେକ୍ଷା କରିଛନ୍ତି, ତାହା ଅକ୍ଟୋବର ୨୪ ତାରିଖରେ ଖେଳାଯିବ। ଅର୍ଥାତ୍ ଏହି ଦିନ ଦୁଇ ପାରମ୍ପରିକ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଆଉ ପ୍ରତିଥର ଭଳି ଆରମ୍ଭ ହୋଇଯାଇଛି କିଏ ଜିତିବ ଏହି ହାଇଭୋଲଟେଜ୍ ମ୍ୟାଚ୍।

Advertisment

ଏବେ ଏହି ବହୁପ୍ରତୀକ୍ଷିତ ମ୍ୟାଚକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପାକିସ୍ତାନ କ୍ୟାପଟେନ୍ ବାବର ଆଜମ୍। ଆଜମ କହିଛନ୍ତି ଯେ ଏଥର ଭାରତ ବିପକ୍ଷରେ ତାଙ୍କ ଟିମ୍ ନିଶ୍ଚୟ ଜିତିବ। ଆଇସିସି ୱେବସାଇଟ ସହ କଥାବାର୍ତ୍ତା ବେଳେ ଆଜମ କହିଛନ୍ତି, ଗତ ତିନି-ଚାରି ବର୍ଷ ଧରି ୟୁଏଇରେ ଖେଳିବାର ପ୍ରଚୁର ଅଭିଜ୍ଞତା ଆମ ପାଖରେ ରହିଛି। ଏହା ଆମ ପାଇଁ ନିଶ୍ଚିତ ଫାଇଦାଯୋଗ୍ୟ ହେବ।

ବାବର କହିଛନ୍ତି, ‘ଆମେ ଜାଣିଛୁ ୟୁଏଇର ୱିକେଟ୍ କିପରି ହେବ ଏବଂ ବ୍ୟାଟ୍ସମ୍ୟାନ୍ କିପରି ପରିବେଶ ସହ ଅଭ୍ୟସ୍ତ ହେବେ। ମ୍ୟାଚ୍ ଦିନ ଯେଉଁ ଟିମ୍ ଭଲ ଖେଳିବ, ସେ ହିଁ ଜିତିବ। ମୋତେ ଲାଗୁଛି ଆମେ ମ୍ୟାଚ୍ ଜିତିବୁ।’ ୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଟିମର ଉପରେ ହୋଇଥିବା ଆତଙ୍କୀ ହମଲା ପରେ ସୁରକ୍ଷା କାରଣରୁ ଅନ୍ୟ ଦେଶ ମାନେ ପାକିସ୍ତାନ ଗସ୍ତ କରିବାକୁ ମନା କରିଥିଲେ। ଯେଉଁ କାରଣରୁ ପାକିସ୍ତାନ ତା’ର ଅଧିକାଂଶ ଘରୋଇ ସିରିଜ୍ ୟୁଏଇରେ ଖେଳିଛି।

Advertisment

ଦିନିକିଆ ହେଉ କି ଟି-୨୦ ବିଶ୍ୱକପ୍, ପାକିସ୍ତାନ କେବେବି ଭାରତକୁ ହରାଇ ପାରିନାହିଁ। କିନ୍ତୁ ଆଜମ କହିଛନ୍ତି ଯେ ଏସବୁ ଏତେ ଅତୀତ ହୋଇଗଲାଣି। ସେ କହିଛନ୍ତି, ବଡ଼ ଟୁର୍ଣ୍ଣାମେଣ୍ଟରେ ଚାପ ରହିବା ସ୍ୱାଭାବିକ। କିନ୍ତୁ ଆମେ ଭାରତକୁ ହରାଇ ଲୟ ହାସଲ କରିବୁ। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆମର ଆତ୍ମବିଶ୍ୱାସକୁ ମଜଭୁତ୍ କରିବାକୁ ପଡ଼ିବ। ଆମର ଆତ୍ମବିଶ୍ୱାସ ଓ ମନୋବଳ ଊର୍ଦ୍ଧ୍ୱରେ ରହିଛି। ଆମେ ଅତୀତ କଥା ଭାବୁ ନାହୁଁ ବରଂ ଭବିଷ୍ୟତ କଥା ଭାବୁଛୁ ଏବଂ ଏହାର ପ୍ରସ୍ତୁତି ମଧ୍ୟ କରୁଛୁ ବୋଲି ବାବର କହିଛନ୍ତି।

ଟି-୨୦ ବିଶ୍ୱକପରେ ଉଭୟ ଭାରତ ଓ ପାକିସ୍ତାନ ପରସ୍ପରକୁ ପାଞ୍ଚଥର ଭେଟିଛନ୍ତି। ଆଉ ସବୁଥର ପାକିସ୍ତାନର ପରାଜୟର ମୁହଁ ଦେଖିଛି। ୨୦୦୭ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଟ୍ରଫି ଜିତିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe