୧୭ ବର୍ଷ ପରେ ଚେନ୍ନାଇ ଓ ୧୦ ବର୍ଷ ପରେ ମୁମ୍ବାଇକୁ ହରାଇଲା ଆରସିବି: ୧୮ ବର୍ଷରେ ଜିତିବ କି ଟ୍ରଫି?

ବିଜୟରୁ ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ କରିଥିଲା ଆରସିବି।

RCB

ଟିମ ଆରସିବି

Hemant Lenka
  • Published: Tuesday, 08 April 2025
  • Updated: 08 April 2025, 01:35 PM IST

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ପାଇଁ ଚଳିତ ଆଇପିଏଲ ଗୋଟିଏ ପରେ ଗୋଟିଏ ସଫଳତା ଆଣିବାରେ ଲାଗିଛି। ନୂଆ କ୍ୟାପ୍ଟେନ ରଜତ ପାଟିଦାରଙ୍କ ନେତୃତ୍ୱରେ ଖେଳୁଥିବା ଆରସିବି ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛି। ବିଜୟରୁ ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ କରିଥିଲା ଆରସିବି। ଇସ ବାର କମ ନାମ ଦେ ନାରା ଦେଇ ୧୮ତମ ସଂସ୍କରଣ ଖେଳୁଥିବା ଆରସିବି ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ବା କେକେଆରକୁ ତା’ର ହୋମ ଗ୍ରାଉଣ୍ଡ ଅର୍ଥାତ ଇଡେନ ଗାର୍ଡେନ୍ସରେ ମାତ ଦେଇଥିଲା।

ଦ୍ୱିତୀୟ ମ୍ୟାଚ୍‌ରେ ଆରସିବିର ମୁକାବିଲା ଆଇପିଏଲର ସବୁଠାରୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସ ବା ସିଏସକେ ସହ ହୋଇଥିଲା। ସିଏସକେର ଗଡ଼ ଭାବେ ପରିଚିତ ଚେପକରେ ଆରସିବି ଇତିହାସ ରଚିଥିଲା। ଦୀର୍ଘ ୧୭ ବର୍ଷ ପରେ ଦଳ ଚେପକରେ ଚେନ୍ନାଇକୁ ହରାଇବାର ଗୌରବ ହାସଲ କରିଥିଲା। ୨୦୦୮ ପରଠାରୁ ଆରସିବି କେବେ ହେଲେ ବି ଚେପକରେ ସିଏସକେକୁ ହରାଇ ପାରି ନଥିଲା। ୨୦୦୮ ଅର୍ଥାତ ଆଇପିଏଲର ପ୍ରଥମ ସଂସ୍କରଣରେ ରାହୁଲ ଡ୍ରାଭିଡଙ୍କ ଆରସିବି ୧୨୬କୁ ଡିଫେଣ୍ଡ କରୁଥିବା ବେଳେ ଚେନ୍ନାଇକୁ ଚେପକରେ ୧୪ ରନରେ ହରାଇଥିଲା। ସେଠାରୁ ଚେପକରେ ଆରସିବି ଯେତେଥର ମ୍ୟାଚ୍‌ ଖେଳିଥିଲା ସବୁଥର ହାରିଥିଲା। ୨ଟି ବିଜୟ ମଧ୍ୟରେ ଦଳକୁ ୮ଥର ଚେପକରେ ସିଏସକେ ଠାରୁ ହାରିବାକୁ ପଡ଼ିଥିଲା।

Also Read

ହେଲେ ୨୦୨୫ରେ ରଜତ ପାଟିଦାରଙ୍କ ଆରସିବି ଇତିହାସକୁ ବଦଳାଇ ଦେଇଛି। ଚେପକରେ ଚେନ୍ନାଇକୁ ୫୦ ରନରେ ହରାଇ ଚଳିତ ସଂସ୍କରଣରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଥିଲା। ଚେପକରେ ସିଏସକେ ବ୍ୟତୀତ ଦଳ ଆଉ ୪ଟି ମ୍ୟାଚ୍‌ ଅଲଗା ଟିମ ବିପକ୍ଷରେ ମଧ୍ୟ ଖେଳିଥିଲା। ଏହି ସବୁ ମ୍ୟାଚ୍‌ରେ ଦଳ ଜିତିବାକୁ ସକ୍ଷମ ହୋଇଥିଲା।

ତୃତୀୟ ମ୍ୟାଚ୍‌ରେ ଦଳକୁ ଗୁଜରାଟ ଟାଇଟନ୍ସ ଠାରୁ ହାରିବାକୁ ପଡ଼ିଥିଲା। ଏହି ମ୍ୟାଚ୍‌ଟି ଆରସିବି ତା’ର ହୋମ ଗ୍ରାଉଣ୍ଡ ଏନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳିଥିଲା। ଏହି ମ୍ୟାଚ୍‌କୁ ଭ୍ରମଣକାରୀ ଗୁଜରାଟ ବେଶ ସହଜରରେ ୮ ୱିକେଟରେ ଜିତି ନେଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ବ୍ୟାଟରଙ୍କ ‍ବିଫଳତା ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୮ ରନ କରିଥିଲା। ଏହାର ଜବାବରେ ଜୋଶ ବଟଲରଙ୍କ ବିସ୍ଫୋରକ ୭୩ ରନ ବଳରେ ଗୁଜରାଟ ୧୭.୫ ଓଭରରେ ମ୍ୟାଚ୍‌କୁ ଜିତି ନେଇଥିଲା। ଦମଦାର ବୋଲିଂ ଗୁଜରାଟର ମହମ୍ମଦ ସିରାଜଙ୍କ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଥିଲା।

ଏହି ପରାଜୟ ଦଳର ମନୋବଳକୁ ଆଦୌ ଭାଙ୍ଗି ନଥିଲା। ନୂଆ ବିଶ୍ୱାସ ଓ ଆଶା ନେଇ ଆରସିବି ୱାଙ୍ଖଡେରେ ପହଞ୍ଚିଥିଲେ। ଏଠାରେ ଦଳର ମୁକାବିଲା ଘରୋଇ ଟିମ ତଥା ୫ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ହୋଇଥିଲା। ୨୦୧୫ରୁ ଆରସିବି ୱାଙ୍ଖଡେରେ ମୁମ୍ବାଇକୁ ହରାଇ ପାରି ନଥିଲା। ଦଳ ଏଠାରେ ଲଗାତର ୬ଟି ମ୍ୟାଚ୍‌ ହାରିଥିଲେ। ୨୦୧୫ରେ ଦଳ ୩୯ ରନରେ ମୁମ୍ବାଇକୁ ୱାଙ୍ଖଡେରେ ହରାଇବା ପରେ କ୍ରମାଗତ ହାରି ଚାଲିଥିଲା। ମ୍ୟାଚ୍‌ ଆରମ୍ଭରୁ ରଜତ ପାଟିଦାର ଟସ୍‌ ହାରିବା କ୍ଷଣି ଆରସିବି ପୁଣି ହାରିବ ବୋଲି ସମସ୍ତେ ମତ ରଖିଥିଲେ। ହେଲେ ଆରସିବି ଇତିହାସ ବଦଳାଇ ମୁମ୍ବାଇକୁ ଦୀର୍ଘ ୧୦ ବର୍ଷ ପରେ ୱାଙ୍ଖଡେରେ ହରାଇ ନୂଆ ଇତିହାସ ସୃଷ୍ଟି କରିଛି।

ଚଳିତ ଆଇପିଏଲରେ ଆରସିବି ୪ଟି ମ୍ୟାଚ୍‌ରୁ ୩ଟିରେ ଜିତି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ଦଳ ଗୋଟିଏ ପରେ ଗୋଟିଏ ଇତିହାସକୁ ୨୦୨୫ରେ ବଦଳାଉଥିବା ବେଳେ ଫ୍ୟାନ୍ସ ବି ବେଶ ଉତ୍ସାହିତ ହୋଇ ଉଠିଛନ୍ତି। ସେମାନଙ୍କ କହିବା କଥା ଯେ ୨୦୨୫ ହେଉଛି ଆଇପିଏଲର ୧୮ତମ ସଂସ୍କରଣ। ଦଳର ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ଜର୍ସି ନମ୍ବର ମଧ୍ୟ ୧୮। ସେ ବି ଏଥର ଦମଦାର ଫର୍ମରେ ରହିଛନ୍ତି।

ରଜତ ପାଟିଦାର କ୍ୟାପ୍ଟେନ ହୋଇଥିଲେ ହେଁ ବିରାଟ ପୂରା ଟିମର ନେତୃତ୍ୱ ନେଉଛନ୍ତି। ତେଣୁ ଆଇପିଏଲର ୧୮ତମ ସଂସ୍କରଣରେ ଆରିସିବି ଇତିହାସ ରଚିବା ସହ ଟ୍ରଫି ପାଇଁ ରହିଥିବା ଅପେକ୍ଷାର ଅନ୍ତ ଘଟିବ। ୨୦୦୮ରୁ ଆରସିବି ଆଇପିଏଲ ଖେଳୁଥିଲେ ହେଁ ଏଯାଏ ଗୋଟିଏ ଥର ବି କପ ଜିତି ପାରି ନାହିଁ। ଏଥର ଦଳ କପ ଜିତିବା ଲକ୍ଷ୍ୟରେ ରହିଛି। ଏହାର ଭୋକ ମଧ୍ୟ ସବୁ ଖେଳାଳିଙ୍କ ମନରେ ଥିବା ୪ଟି ମ୍ୟାଚ୍‌ରୁ ସ୍ପଷ୍ଟ ହୋଇଛି।

ସମସ୍ତ ଖେଳାଳି ଗୋଟିଏ ଟିମ ହୋଇ ଖେଳିଛନ୍ତି। ସମସ୍ତଙ୍କୁ ନିଜ ନିଜର ଦାୟିତ୍ୱ ସମ୍ପର୍କରେ ଭଲ ଭାବେ ଜଣା। ସେମାନେ ସେହି ଅନୁସାରେ ଯୋଗଦାନ ଦେଇଛନ୍ତି। ଏହାର ସବୁ ଶ୍ରେୟ ଟିମର ନେତୃବୃନ୍ଦଙ୍କ ପାଖକୁ ଯିବ। ଅଧିନାୟକ ରଜତ ପାଟିଦାର ସାମ୍ନାକୁ ଲିଡ କରି ପ୍ରତି ମ୍ୟାଚ୍‌ରେ ରନ କରୁଛନ୍ତି। ତାଙ୍କ କ୍ୟାପ୍ଟେନ୍ସି ବି ଦମଦାର ରହିଛି। ରନକୁ ଡିଫେଣ୍ଡ କରିବା ବେଳେ ବୋଲିଂରେ ବାରମ୍ବାର ପ୍ରଦର୍ଶନ ତାଙ୍କ ଦକ୍ଷତାର ପରିଚୟ ଦେଇଛି।

ମୁମ୍ବାଇ ବିପକ୍ଷରେ ଆରସିବି ବିଶାଳ ୨୨୧ ରନ କରିଥିଲେ ହେଁ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମା ୩୪ ବଲରେ ୮୯ ରନ ଯୋଡ଼ି ମ୍ୟାଚ୍‌କୁ ଛଡ଼ାଇ ନେବାକୁ ବସିଥିଲେ। ଶେଷ ୩ ଓଭରରେ ମୁମ୍ବାଇକୁ ଜିତିବା ପାଇଁ ୪୧ ରନ ଦରକାର ଥିଲା। ଏତିକି ବେଳେ ପାଟିଦାର ନିଜ କ୍ୟାପ୍ଟେନ୍ସିର ଦକ୍ଷତା ଦେଖାଇଥିଲେ। ସେ ଭୁବନେଶ୍ୱର କୁମାର, ଜୋଶ ହାଜେଲଉଡଙ୍କ ଉପରେ ଭରସା ଦେଖାଇଥିଲେ। ଉଭୟ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ। ଶେଷ ଓଭରରେ ମୁମ୍ବାଇକୁ ଜିତିବା ପାଇଁ କୃନାଲ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଥିଲେ। ସେ ମାତ୍ର ୭ ରନ ଦେଇ ୩ ୱିକେଟ ଦଖଲ କରିବାରୁ ମୁମ୍ବାଇକୁ ମ୍ୟାଚ୍‌ ୧୨ ରନରେ ହାରିବାକୁ ପଡ଼ିଥିଲା।

ଆରସିବି ଦମଦାର ବ୍ୟାଟିଂ କରି ପ୍ରଥମ ଇନିଂସରେ ହିଁ ମୁମ୍ବାଇ ଠାରୁ ମ୍ୟାଚ୍‌କୁ ବହୁ ଦୂରକୁ ନେଇ ଯାଇଥିଲା। ଆଇପିଏଲରେ ୩୧ ଥର ପାଇଁ ଟ୍ରେଣ୍ଟ ବୋଲ୍ଟ ତାଙ୍କ ପ୍ରଥମେ ଓଭରରେ ୱିକେଟ ନେଇଥିଲେ। ସେ ଫିଲ ସଲ୍ଟଙ୍କୁ ୪ ରନରେ ବୋଲ୍ଡ କରି ଆରସିବିକୁ ବ୍ୟାକଫୁଟକୁ ଠେଲିବାକୁ ଚେଷ୍ଟା କରିଥିଲେ। ହେଲେ ବିରାଟ କୋହଲିଙ୍କ ୪୨ ବଲରେ ୬୭, ଦେବଦତ୍ତ ପାଡିକ୍କଲଙ୍କ ୨୨ ବଲରେ ୩୭, ଅଧିନାୟକ ରଜତ ପାଟିଦାରଙ୍କ ୩୨ ବଲରେ ୬୪ ଓ ଜିତେଶ ଶର୍ମାଙ୍କ ୧୯ ବଲରେ ଅପରାଜିତ ୪୦ ରନ ଯୋଗୁ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୨୧ ରନ କରିଥିଲା।

ବୋଲିଂରେ ହାଜେଲଉଡ, ଭୁବନେଶ୍ୱର କୁମାର ଓ କୃନାଲ ପାଣ୍ଡ୍ୟାଙ୍କ ବ୍ୟତୀତ ୟଶ ଦୟାଲ ମଧ୍ୟ ୨ଟି ୱିକେଟ ନେଇଛି। ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ସୂୟଶ ଶର୍ମା ୱିକେଟ ପାଇ ନଥିଲେ ହେଁ ୱାଙ୍ଖଡେ ଭଳି ପିଚ୍‌ରେ ମୁମ୍ବାଇ ବ୍ୟାଟରଙ୍କୁ ମଧ୍ୟକ୍ରମରେ ବାନ୍ଧି ରଖିଥିଲେ। ସେ ୪ ଓଭରରେ ମାତ୍ର ୩୨ ରନ ଦେଇ ମୁମ୍ବାଇ ପରାଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story