Advertisment

ଆସନ୍ତାକାଲିଠୁ ଭାରତର ବିଶ୍ୱକପ ଅଭିଯାନ; ଶୁବମନ ଖେଳିବେ ନା ନାହିଁ, କ’ଣ କହିଲେ ରୋହିତ

ସାମ୍ବାଦିକ ସମ୍ମିଳନୀରେ କ’ଣ କହିଲେ ଅଧିନାୟକ ରୋହିତ ଶର୍ମା

Shubaman Gill

Shubaman Gill

Advertisment

ଆସନ୍ତାକାଲିଠାରୁ ବିଶ୍ୱକପ୍ କ୍ରିକେଟ୍ ୨୦୨୩ ଅଭିଯାନ ଆରମ୍ଭ କରିବ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ଖେଳିବ ପ୍ରଥମ ମ୍ୟାଚ୍‌। ହେଲେ ଶୁବମନ ଗିଲ୍ ଖେଳିବେ ନା ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ। କାରଣ ସେ ଅସୁସ୍ଥ ଅଛନ୍ତି।

Advertisment

ଗତକାଲି ଖବର ଆସିଥିଲା ଶୁବମନଙ୍କୁ ଡେଙ୍ଗୁ ହୋଇଛି। ଅନ୍ୟପକ୍ଷରେ ବିସିସିଆଇ ପକ୍ଷରୁ ତାଙ୍କ ଅସୁସ୍ଥତାର ପ୍ରକୃତ କାରଣ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ। ଯାହା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ପନ୍ନ ହୋଇଥିବା ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଛି। ଏଭଳି ସ୍ଥିତିରେ ଆଜି ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି। ତେବେ ଶୁବମନ ଆସନ୍ତାକାଲି ମ୍ୟାଚ୍ ଖେଳିବେ ନା ନାହିଁ, ସେ ନେଇ ରୋହିତ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

ରୋହିତ କହିଛନ୍ତି, ସେ (ଶୁବମନ ଗିଲ) ସୁସ୍ଥ ନାହାନ୍ତି। କିନ୍ତୁ ତାଙ୍କୁ ଏଯାଏଁ ତାଙ୍କୁ ଆସନ୍ତାକାଲିର ମ୍ୟାଚ୍‌ରୁ ସଂପୂର୍ଣ୍ଣ ଭାବେ ବାଦ୍ ଦିଆଯାଇନାହିଁ।

Advertisment

ସେ କହିଛନ୍ତି, ଶୁବମନଙ୍କ ପାଇଁ ମୁଁ ଦୁଃଖିତ। ମୁଁ ଚାହୁଁଛି ସେ ସୁସ୍ଥ ହୋଇଯାଆନ୍ତୁ। ସେ ଜଣେ ଯୁବକ। ତାଙ୍କ ଫିଟ୍‌ନେସ୍ ଭଲ ଅଛି। ସେ ସୁସ୍ଥ ହୋଇଯିବେ।

ଏହା ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ଼ ମଧ୍ୟ ସମାନ କଥା କହିଥିଲେ। ଗତକାଲି ସେ କହିଥିଲେ, ଶୁବମନ ଭଲ ଅନୁଭବ କରୁଛନ୍ତି। ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ସେ ଏପର୍ଯ୍ୟନ୍ତ ପ୍ରଥମ ମ୍ୟାଚ୍‌ରୁ ବାଦ୍ ପଡ଼ିନାହାନ୍ତି। ଆସନ୍ତାକାଲି (ଶନିବାର) ପରେ ତାଙ୍କ ସଂପର୍କରେ ନିଷ୍ପତ୍ତି ନିଆଯିବ।

Shubman Gill ICC Men’s Cricket World Cup 2023 India ODI World Cup 2023 Squad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe