Advertisment

ହାର୍ଦ୍ଦିକ ପାଣ୍ଡ୍ୟା ଫେରିଲେ ଶ୍ରେୟସ ଆୟରଙ୍କ ସ୍ଥାନ ନେବେ ସୂର୍ଯ୍ୟ କୁମାର!

ବଡ଼ ଇନିଂସ ଖେଳିବାର ସୁଯୋଗ ଶ୍ରେୟସ ଆୟରଙ୍କ ପାଖରେ ଥିଲା। କିନ୍ତୁ ସେ ପୁଣି ସମସ୍ତଙ୍କୁ ନିରାଶ କରିଥିଲେ। ସେହିପରି ସେ ଶଟ୍‌ ବଲରେ ହିଁ ପ୍ୟାଭିଲିୟନ ଫେରିଥିଲେ। ବାରମ୍ବାର ସେ ଶଟ ବଲରେ ଆଉଟ ହେଉଥିବାରୁ, ଏହାକୁ ନେଇ ଟିମ ମ୍ୟାନେଜମେଣ୍ଟ ଚିନ୍ତାରେ ରହିଛି।

Sky

Sky

Advertisment

କ୍ରମାଗତ ଫେଲ ମାରିବା ଟିମ ଇଣ୍ଡିଆର ବ୍ୟାଟର ଶ୍ରେୟସ ଆୟରଙ୍କୁ ମହଙ୍ଗା ପଡ଼ି ପାରେ। ପାକିସ୍ତାନ ବିପକ୍ଷ ମ୍ୟାଚକୁ ଛାଡ଼ି ଦେଲେ ଶ୍ରେୟସ ଏଯାଏ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। 

Advertisment

ବଡ଼ ଇନିଂସ ଖେଳିବାର ସୁଯୋଗ ଶ୍ରେୟସ ଆୟରଙ୍କ ପାଖରେ ଥିଲା। କିନ୍ତୁ ସେ ପୁଣି ସମସ୍ତଙ୍କୁ ନିରାଶ କରିଥିଲେ। ସେହିପରି ସେ ଶଟ୍‌ ବଲରେ ହିଁ ପ୍ୟାଭିଲିୟନ ଫେରିଥିଲେ। ବାରମ୍ବାର ସେ ଶଟ ବଲରେ ଆଉଟ ହେଉଥିବାରୁ, ଏହାକୁ ନେଇ ଟିମ ମ୍ୟାନେଜମେଣ୍ଟ ଚିନ୍ତାରେ ରହିଛି।

ଅନ୍ୟପକ୍ଷରେ ରବିବାର ୬ନଂରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟ କୁମାର ଯାଦବ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୪୯ ରନର ଇନିଂସ ଖେଳି ନିଜର ଦକ୍ଷତା ସମସ୍ତଙ୍କୁ ଦେଖାଇଛନ୍ତି। ଟି-୨୦ ବ୍ୟାଟର ଭାବେ ପରିଚିତ ସୂର୍ଯ୍ୟ କୁମାର ଦନିକିଆରେ ମଧ୍ୟ ଧୀରେ ସୁସ୍ଥେ ଖେଳି ପାରନ୍ତି ବୋଲି କାଲି ପ୍ରମାଣ କରିଛନ୍ତି। ୪ଟି ମ୍ୟାଚ୍‌ ପରେ ସୂର୍ଯ୍ୟ ସୁଯୋଗ ପାଇଥିବା ବେଳେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। 

Advertisment

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାରୁ ଟିମ ମ୍ୟାନେଜମେଣ୍ଟ ବାଧ୍ୟ ହୋଇ ସୂର୍ଯ୍ୟ କୁମାର ଯାଦବଙ୍କୁ ଖେଳାଇଥିଲା। ସେହିପରି ଶାର୍ଦ୍ଦୁଲ ଠାକୁରଙ୍କ ବଦଳରେ ମହମ୍ମଦ ଶାମି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମୈଦାନକୁ ଓହ୍ଲାଇଥିଲେ। ଶାମି ଦୁଇଟି ମ୍ୟାଚ୍‌ ଖେଳିଥିବା ବେଳେ ୯ଟି ୱିକେଟ ନେଇ ସାରିଲେଣି।

ଏସବୁ ଭିତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଭଲ ଖବର ଆସିଛି। ସେ ଶ୍ରୀଲଙ୍କା କିମ୍ବା ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ବେଳକୁ କମବ୍ୟାକ କରିବେ। ଏପରି ସ୍ଥିତିରେ ଟିମ ମ୍ୟାନେଜମେଣ୍ଟ କାହାକୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବ, ତାହା ହିଁ ବଡ଼ ପ୍ରଶ୍ନ।

ଶାମିଙ୍କୁ ବେଞ୍ଚରେ ବସାଇବା ମୁଡରେ ମ୍ୟାନେଜମେଣ୍ଟ ନାହିଁ। ସୂର୍ଯ୍ୟ କୁମାର କିମ୍ବା ଆୟରଙ୍କ ମଧ୍ୟରୁ ଜଣଙ୍କୁ ବେଞ୍ଚରେ ବସାଇ ପାଣ୍ଡ୍ୟାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ। ସେ ମଧ୍ୟ ୬ନମ୍ବର ବୋଲରର ଅଭାବକୁ ପୂରଣ କରିବେ।

ଏପରି ସ୍ଥିତିରେ ମ୍ୟାନେଜମେଣ୍ଟ ଆୟର ଓ ସୂର୍ଯ୍ୟ କୁମାରଙ୍କ ମଧ୍ୟରୁ ଜଣଙ୍କୁ ବାଛିବ। ରବିବାର ଲକ୍ଷ୍ନୌ ପିଚ୍‌ ବୋଲରଙ୍କୁ ବେଶ ସୁହାଇଥିଲା। ତଥାପି ସୂର୍ଯ୍ୟ କୁମାର ୪୭ ବଲରେ ୪୯ ରନର ଇନିଂସ ଖେଳିଥିଲେ। ସବୁବେଳେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ସୂର୍ଯ୍ୟ କୁମାର ପରିସ୍ଥିତି ଅନୁସାରେ ବଲ ଗୁଡ଼ିକୁ ସାମ୍ନା କରିଥିଲେ। 

କାହିଁକି ଅନ୍ୟ ଖେଳାଳିଙ୍କ ଅପେକ୍ଷା ସୂର୍ଯ୍ୟ କୁମାରଙ୍କ ଉପରେ ଟିମ ମ୍ୟାନେଜମେଣ୍ଟ ଅଧିକ ଭରସା କରି ବିଶ୍ୱକପ ସ୍କ୍ୱାଡରେ ସାମିଲ କରିଥିଲା, ସେକଥା ମଧ୍ୟ ସେ କାଲି ପ୍ରମାଣ କରି ଦେଖାଇଛନ୍ତି।

କାଲିର ଇନିଂସ ପରେ ସୂର୍ଯ୍ୟ କୁମାର କେବଳ ନିଜର ସ୍ଥିତିକୁ ମଜବୁତ କରି ନାହାନ୍ତି, ବରଂ ଆୟରଙ୍କ ଖେଳିବା ନ ଖେଳିବାକୁ ନେଇ ମଧ୍ୟ ଚାପ ସୃଷ୍ଟି କରିଛନ୍ତି। ଆୟର କ୍ରମାଗତ ‍ଫେଲ ମାରୁଥିବା ବେଳେ ସୂର୍ଯ୍ୟ ସ୍ଥିତି ଅନୁସାରେ ବ୍ୟାଟିଂ କରିଛନ୍ତି। ବିପର୍ଯ୍ୟୟ ସମୟରେ ସେ କ୍ରିଜ୍‌ରେ ଛିଡ଼ା ହୋଇ ପାରିବେ ଓ ଦରକାର ସମୟରେ ବିସ୍ଫୋରକ ବ୍ୟାଟିଂର କଳା ତାଙ୍କ ପାଖରେ ରହିଛି ବୋଲି ସେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି। ତେଣୁ ପାଣ୍ଡ୍ୟା ଆସିଲେ ଆୟରଙ୍କ ବଦଳରେ ମ୍ୟାନେଜମେଣ୍ଟ ସୂର୍ଯ୍ୟ କୁମାରଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିବାକୁ ବେଶୀ ପସନ୍ଦ କରିବ।

କାରଣ ଲକ୍ଷ୍ନୌ ଭଳି ଟର୍ଣ୍ଣିଂ ଟ୍ରାକ୍‌ରେ ସୂର୍ଯ୍ୟ କୁମାର ସ୍ପିନକୁ ଭଲ ଭାବେ ଖେଳିଥିଲେ। ଆଦିଲ ରଶଦି ଓ ମୋଇନ ଅଲୀଙ୍କ ଭଳି ବୋଲରଙ୍କୁ ସେ ବେଶ ଚମତ୍କାର ଢଙ୍ଗରେ ସୁଇପ ମାରିଥିଲେ। ଟି-୨୦ରେ ବିସ୍ଫୋରକ ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର କାଲି ୧୯ଟି ସିଙ୍ଗଲ ନେଇଥିଲେ। ଏହା ମଧ୍ୟରୁ ୧୫ଟି ଇନ ଫ୍ରଣ୍ଟ ଅଫ ସ୍କୋୟାରରୁ ଆସିଥିଲା।

ତେଣୁ ସେ ମଧ୍ୟକ୍ରମରେ ଷ୍ଟ୍ରାଇକ ଅଦଳବଦଳ କରିବାରେ ମଧ୍ୟ ବେଶ ପାରଙ୍ଗମ। ତେଣୁ ହାର୍ଦ୍ଦିକ ଓ ସୂର୍ଯ୍ୟ କୁମାର ଉଭୟ ଦଳ ପାଇଁ ଫିନିଶର ଭୂମିକା ନିର୍ବାହ କରିପାରିବେ ବୋଲି କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 Shreyas Iyer SKY
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe