ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ହ୍ୟାଟ୍ରିକ ବିଜୟ

ଆଜିର ହ୍ୟାଟ୍ରିକ ବିଜୟ ସହ ନ୍ୟୁଜିଲ୍ୟାଣ୍ଢ ପଏଣ୍ଟ ଟେବୁଲର ଶୀର୍ଷକୁ ଚାଲି ଯାଇଛି।

NZ

ମିଚେଲ ଓ ୱିଲିୟମସନ

Hemant Lenka
  • Published: Friday, 13 October 2023
  • Updated: 13 October 2023, 10:01 PM IST

Sports

Latest News

ପ୍ରଥମେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ। ଏହାପରେ ନେଦରଲ୍ୟାଣ୍ଡ୍ସ ଓ ଆଜି ବାଂଲାଦେଶକୁ ଏକତରଫା ଭାବେ ହରାଇଛି ନ୍ୟୁଜିଲ୍ୟାଣ୍ଡ। ୨୦୧ରେ ରନର୍ସ ଅପ୍‌ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଏଥର ବିଶ୍ୱକପକୁ ଅଲଗା ମୁଡରେ ଆସିଛି। ଭାରତରେ ବିଶ୍ୱକପ ଉଠାଇବା ଲକ୍ଷ୍ୟ ଆସିଥିବା କ୍ୱିୱି ଟିମ ସେ ଦିଗରେ ଆଗେଇ ଚାଲିଛି।

ଚଳିତ ବିଶ୍ୱକପରେ କ୍ରମାଗତ ତୃତୀୟ ବିଜୟ ହାସଲ କରି ନ୍ୟୁଜିଲ୍ୟାଣ୍ଡ ଅନ୍ୟ ଦଳଗୁଡ଼ିକୁ ନିଜ ଦକ୍ଷତାର ପରିଚୟ ଦେଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ନିୟମିତ ଭଲ ପ୍ରଦର୍ଶନ କରି ଚାଲିଛି। ଆହତ ସମସ୍ୟାରୁ ମୁକୁଳିବା ପରେ ଆଜି ପ୍ରଥମଥର ଖେଳୁଥିବା ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ବି ଅର୍ଦ୍ଧଶତକ ହାସଲ କରିଛନ୍ତି। 

ଚେନ୍ନାଇର ଚେପକରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୫୦ ଓଭର୍‌ରେ ଦଳ ୯ ୱିକେଟ ହରାଇ ୨୪୫ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୪୩ ବଲ ପୂର୍ବରୁ ମାତ୍ର ଦୁଇ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି।

Also Read

ନ୍ୟୁଜିଲ୍ୟାଣ୍ଡ ପାଇଁ ବୋଲିଂରେ ଲକି ଫର୍ଗୁସନ(୩ ୱିକେଟ) କମାଲ କରିଥିବା ବେଳେ ବ୍ୟାଟିଂରେ ୱିଲିୟମସନଙ୍କ ସହ ଡାର୍ଲି ମିଚେଲ ଦମ ଦେଖାଇଛନ୍ତି। ୱିଲିୟମସନ ଅପରାଜିତ ୭୮ ରନ(ରିର୍ଟାର୍ଡ ହଟ) ଓ ମିଚେଲ ଅପରାଜିତ ୮୯ ରନର ଇନିଂସ ଖେଳିଛନ୍ତି। କିନ୍ତୁ ବୋଲିଂର ଦମଦାର ପ୍ରଦର୍ଶନ କରିଥିବା ଫର୍ଗୁସନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଆଜିର ହ୍ୟାଟ୍ରିକ ବିଜୟ ସହ ନ୍ୟୁଜିଲ୍ୟାଣ୍ଢ ପଏଣ୍ଟ ଟେବୁଲର ଶୀର୍ଷକୁ ଚାଲି ଯାଇଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ, ଭାରତ ତୃତୀୟ ଓ ପାକିସ୍ତାନ ୪ର୍ଥରେ ରହିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଅପରାଜେୟ ଧାରାକୁ ବଜାୟୀ ରଖିଛି। ଆଜିକୁ ମିଶାଇ ଦୁଇ ଦଳ ୬ଥର ପରସ୍ପରକୁ ଭେଟିଥିବା ବେଳେ ସବୁଥର ନ୍ୟୁଜିଲ୍ୟାଣ୍ଡ ହିଁ ବାଜି ମାରିଛି।

ଆଜି ୨୪୬ ରନର ଟାର୍ଗେଟକୁ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ୧୨ ରନରେ ରଚିନ ରବୀନ୍ଦ୍ର(୯)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମୁସ୍ତାଫିଜୁର ରହମାନ ନେଇଥିଲେ। ତେବେ ଦ୍ୱିତୀୟ ୱିକେଟ ପାଇଁ ଡେଭୋନ କନୱେ ଓ ଅଧିନାୟକ ୱିଲୟମସନ ୮୦ ରନ ଯୋଡ଼ିଥିଲେ। କନୱେ ନିଜର ଅର୍ଦ୍ଧଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ସାକିବ ଅଲ ହାସନ ଆଉଟ କରି ଦେଇଥିଲେ। କନୱେ ୪୫ ରନ କରି ପ୍ୟାଭିଲିୟନ ଫେରିଥିଲେ।

ସେ ଆଉଟ ହେବା ପରେ କ୍ରିଜ୍‌କୁ ଆସିଥିଲେ ଡାର୍ଲି ମିଚେଲ। ସେ ଆରମ୍ଭରୁ ବଡ଼ବଡ଼ ଶଟ ଖେଳିବାରେ ଲାଗିଥିଲେ। ୱିଲିୟମସନ ମଧ୍ୟ ଶଟ ମାରିବାରେ କୌଣସି ଅବହେଲା କରି ନଥିଲେ।

୬ ମାସ ପରେ ୱିଲିୟମସନ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ବେଳେ ଆଜି ଅର୍ଦ୍ଧଶତକ ହାସଲ କରି ନିଜର କମବ୍ୟାକକୁ ଜବରଦସ୍ତ ଢଙ୍ଗରେ ପାଳନ କରିଛନ୍ତି। ମିଚେଲ ମଧ୍ୟ ନିଜ ଦକ୍ଷତା ଦେଖାଇ କ୍ରମାଗତ ବଡ଼ବଡ଼ ଶଟ ଖେଳି ଚାଲିଥିଲେ। ସେ ବି ଅର୍ଦ୍ଧଶତକ ହାସଲ କରିନେଇଥିଲେ।

ଦୁଇ ବ୍ୟାଟର ତୃତୀୟ ୱିକେଟ ପାଇଁ ଅଭିଭାଜିତ ୧୦୮ ରନ ଯୋଡ଼ିଥିଲେ। ଏତିକି ବେଳେ ୧୦୭ ବଲରେ ୭୮ ରନ କରିଥିବା ୱିଲିୟମସନଙ୍କ ହାତରେ ବଲ ମାଡ଼ ହୋଇଥିଲା। ସେ ଆହତ ସତ୍ତ୍ୱେ ବ୍ୟାଟିଂ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ଯନ୍ତ୍ରଣା ଅଧିକ ବଢ଼ିବାରୁ ସେ ବାଧ୍ୟ ହୋଇ ରିର୍ଟାର୍ଡ ହଟ୍‌ ହୋଇ ପ୍ୟାଭିଲିୟନ ଫେରି ଯାଇଥିଲେ।

ଏହାପରେ ଗ୍ଲେନ ଫିଲିପ୍ସ ବ୍ୟାଟିଂ କରିବାକୁ ଆସିଥିଲେ। ସେ ମଧ୍ୟ କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ଆଜି ମିଚେଲ କିଛି ଅଲଗା ମୁଡରେ ଥିଲେ। ସେ ଶୀଘ୍ର ମ୍ୟାଚ୍‌ ଶେଷ କରିବାକୁ ଚେଷ୍ଟା କରିଥିଲେ।

ଶେଷରେ ନ୍ୟୁଜିଲ୍ୟାଣ୍ଡକୁ ୪୪ ବଲରେ ୪ ରନ ଦରକାର ଥିବା ବେଳେ ମିଚେଲ ଦମଦାର ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ। ଶେଷ ଯାଏ ମିଚେଲ ୬୭ ବଲରେ ୮୯ ଓ ଫିଲିପ୍ସ ୧୧ ବଲରେ ୧୬ ରନ କରି ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story