ପାଣ୍ଡେ ଓ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ, ହାଇଦ୍ରାବାଦ ୧୭୧/୩

ନୂଆଦିଲ୍ଲୀ: ପ୍ରତ୍ୟାବର୍ତ୍ତନ ମ୍ୟାଚରେ କମାଲ୍ କରିଛନ୍ତି ମନିଷ ପାଣ୍ଡେ । ତାଙ୍କୁ ଭରପୂର ସାଥ୍ ଦେଇଛନ୍ତି କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର । ପାଣ୍ଡେ ଓ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୭୧ ରନ୍ କରିଛି । ପାଣ୍ଡେ ୪୬ ବଲରେ ୫ ଚୌକା ଓ ୧ ଛକା ସହ ୬୧ ଓ ୱାର୍ଣ୍ଣର୍ ୫୫ ବଲରେ ୩ ଚୌକା ଓ ୨ […]

manish-pandey

manish-pandey

Ranjit Kumar Jena
  • Published: Wednesday, 28 April 2021
  • Updated: 28 April 2021, 09:38 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତ୍ୟାବର୍ତ୍ତନ ମ୍ୟାଚରେ କମାଲ୍ କରିଛନ୍ତି ମନିଷ ପାଣ୍ଡେ । ତାଙ୍କୁ ଭରପୂର ସାଥ୍ ଦେଇଛନ୍ତି କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର । ପାଣ୍ଡେ ଓ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୭୧ ରନ୍ କରିଛି । ପାଣ୍ଡେ ୪୬ ବଲରେ ୫ ଚୌକା ଓ ୧ ଛକା ସହ ୬୧ ଓ ୱାର୍ଣ୍ଣର୍ ୫୫ ବଲରେ ୩ ଚୌକା ଓ ୨ ଛକା ସହ ୫୭ ରନ୍ କରିଛନ୍ତି । ଇନଫର୍ମ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ୍ ଦ୍ରୁତ ୨୬ ରନ୍ କରି ହାଇଦ୍ରାବାଦକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି ।

ଚଳିତ ଆଇପିଏଲରେ ପ୍ରଥମଥର ଲାଗି ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ହାଇଦ୍ରାବାଦ କ୍ୟାପଟେନ୍ ୱାର୍ଣ୍ଣର ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓପ୍ନର ଜନ୍ନି ବେୟାରଷ୍ଟୋ ପ୍ରଥମ ଓଭରରେ ବଡ଼ ଜୀବନଦାନ ପାଇଥିଲେ । ଦୀପକ ଚହରଙ୍କ ବଲରେ ବେୟାରଷ୍ଟୋଙ୍କ ଏକ ସହଜ କ୍ୟାଚକୁ ଛାଡ଼ି ଦେଇଥିଲେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି । କିନ୍ତୁ ଏହାର ଫାଇଦା ଉଠାଇ ପାରିନଥିଲେ ବେୟାରଷ୍ଟୋ । ବେୟାରଷ୍ଟୋ ମାତ୍ର ୭ ରନ୍ କରି ସାମ୍ କୁରାନଙ୍କ ଶିକାର ହୋଇଥିଲେ ।

ଏହା ପରେ ୱାର୍ଣ୍ଣର ଓ ପାଣ୍ଡେ ଆକର୍ଷଣୀୟ ବ୍ୟାଟିଂ କରି ଟିମର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ । ଧିମା ବ୍ୟାଟିଂ କାରଣରୁ ଟିମରୁ ବାଦ୍ ପଡ଼ିଥିବା ପାଣ୍ଡେ କ୍ରିଜକୁ ଆସିବା ମାତ୍ରକେ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ । ପାଣ୍ଡେ ଓ ୱାର୍ଣ୍ଣର ଦ୍ୱିତୀୟ ୱିକେଟ୍ ୧୦୬ ରନର ଭାଗିଦାରୀ କରିଥିଲେ । ଏହି ସେଟ୍ ଯୋଡିକୁ ଭାଙ୍ଗିଥିଲେ ଲୁଙ୍ଗି ଏନଗିଡି ।

ଅଷ୍ଟାଦଶ ଓଭରର ପ୍ରଥମ ବଲରେ ଏନଗିଡି ପ୍ରଥମେ ୱାର୍ଣ୍ଣରଙ୍କୁ ପଞ୍ଚମ ବଲରେ ପାଣ୍ଡେଙ୍କୁ ଆଉଟ୍ କରି ଚେନ୍ନାଇକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଦୁହିଁଙ୍କ ଆଉଟ୍ ପରେ ୱିଲିୟମସନ୍ ଓ କେଦାର ଯାଦବ ଶେଷ ୧୩ ବଲରେ ଦ୍ରୁତ ୩୭ ରନ୍ ଯୋଡ଼ି ହାଇଦ୍ରାବାଦ ସ୍କୋରକୁ ୧୭୧ ରନରେ ପହଞ୍ଚାଥିଲେ । ୱିଲିୟମସନ୍ ୧୦ ବଲରେ ୪ ଚୌକା ଓ ୧ ଛକା ସହ ୨୬ ଓ କେଦାର ୪ ବଲରେ ୧୦ (୧ ଚୌକା ଓ ୧ ଛକା) ରନ୍ କରି ଅପରାଜିତ ଥିଲେ । ଚେନ୍ନାଇ ପକ୍ଷରୁ ଏନଗିଡି ୨ଟି ଓ କୁରାନ୍ ଗୋଟିଏ ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story