india
ଅକଲ୍ୟାଣ୍ଡ: ଆସନ୍ତା ଶୁକ୍ରବାର ଠାରୁ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟ ୩ଟିକିଆ ଟି-୨୦ ସିରିଜ୍ ଆରମ୍ଭ ହେବ। ଭାରତୀୟ ସମୟ ଦିନ ୧୨ଟାରୁ ଏହି ମ୍ୟାଚ ଆରମ୍ଭ ହେବ। ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ବିଜେତା ଦଳକୁ ମିଳିବାକୁ ଥିବା ଟ୍ରଫି ଭାଙ୍ଗି ଯିବାର ସ୍ଥିତି ଉପୁଜିଥିଲା। ହେଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଠିକଣା ସମୟରେ ବେଶ ଚତୁରତାର ସହ ଟ୍ରଫିକୁ କ୍ୟାଚ୍ କରି ଏହାକୁ କ୍ଷତିଗ୍ରସ୍ତ ହେବାରୁ ବଞ୍ଚାଇ ଦେଇଛନ୍ତି।
ଟି-୨୦ ସିରିଜ ପୂର୍ବରୁ ଆଜି ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟା ଓ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ପରମ୍ପରା ଅନୁସାରେ ଟ୍ରଫି ସହ ଫଟୋ ଉଠାଇବାକୁ ଏକାଠି ହୋଇଥିଲେ। ଉଭୟ ଦଳର ଅଧିନାୟକ ଫଟୋ ଉଠାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ହଠାତ୍ ଜୋରରେ ପବନ ବହିବାରୁ ଟ୍ରଫି ରଖାଯାଇଥିବା କାର୍ଡବୋର୍ଡଟି ଉଡ଼ି ଯାଇଥିଲା। ଫଳରେ ଟ୍ରଫିଟି ମଧ୍ୟ ତଳେ ପଡ଼ି ଭାଙ୍ଗି ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଟ୍ରଫି ତଳେ ପଡ଼ିବା ପୂର୍ବରୁ ୱିଲିୟମସନ ଏହାକୁ କ୍ୟାଚ କରି ନେଇଥିଲେ। ଫଳରେ ଟ୍ରଫିର କୌଣସି କ୍ଷତି ହୋଇନାହିଁ। ସେହିପରି ପାଣ୍ତ୍ୟା ମଧ୍ୟ କର୍ଡବୋର୍ଡ ଓ ଟ୍ରଫିକୁ ଚେଷ୍ଟା କରିଥିଲେ। ଉଭୟ ଏହି ଘଟଣାକୁ ନେଇ ହସିଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ବିଦାୟ ନେବା ପରେ ଉଭୟ ଦଳ ଏବେ ଟି-୨୦ ସିରିଜ୍ ଖେଳିବାକୁ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ନ୍ୟୁଜିଲ୍ୟାଣ୍ଡ ସେମିରେ ପାକିସ୍ତାନ ଠାରୁ ଓ ଭାରତ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ହାରିଥିଲା। ଭାରତୀୟ ଟିମ ଏହି ସିରିଜ୍ରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛି। ତେଣୁ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/india-3.jpg)