Advertisment

ନିର୍ବନ୍ଧ ପରେ ଚମକିଲେ ଅର୍ଜୁନ ତେନ୍ଦୁଲକର, ପ୍ରଥମ ବଲ ୱିକେଟ ସହ ୫ ବ୍ୟାଟରଙ୍କୁ କଲେ ଆଉଟ୍‌

ନିକଟରେ ତାଙ୍କର ନିର୍ବନ୍ଧ ମୁମ୍ବାଇର ପ୍ରତିଷ୍ଠିତ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ସାନିଆ ଚଣ୍ଡୋକଙ୍କ ସହ ହୋଇଥିଲା। ନିର୍ବନ୍ଧ ପରେ କ୍ରିକେଟ ପଡ଼ିଆକୁ ଫେରିଥିବା ଅର୍ଜୁନ ନିଜର ଘାତକ ବୋଲିଂ ଦ୍ୱାରା ସମସ୍ତଙ୍କୁ ଘାଇଲା କରିଛନ୍ତି।

Arjun

Arjun

Advertisment

ଚମକିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ଦୀର୍ଘ ୭ ମାସ ପରେ ପ୍ରତିଯୋଗିତା ମୂଳକ କ୍ରିକେଟକୁ ଫେରିଥିବା ଅର୍ଜୁନ ନିଜର ଜଲୱା ଦେଖାଇଛନ୍ତି। ଅନେକ ବର୍ଷ ହେଲା କ୍ରିକେଟ ଖେଳୁଥିଲେ ହେଁ ଅର୍ଜୁନଙ୍କୁ ସେମିତି ଆଖି ଦୃଶିଆ ସଫଳତା ମିଳି ନଥିଲା। 

Advertisment

ନିକଟରେ ତାଙ୍କର ନିର୍ବନ୍ଧ ମୁମ୍ବାଇର ପ୍ରତିଷ୍ଠିତ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ସାନିଆ ଚଣ୍ଡୋକଙ୍କ ସହ ହୋଇଥିଲା। ନିର୍ବନ୍ଧ ପରେ କ୍ରିକେଟ ପଡ଼ିଆକୁ ଫେରିଥିବା ଅର୍ଜୁନ ନିଜର ଘାତକ ବୋଲିଂ ଦ୍ୱାରା ସମସ୍ତଙ୍କୁ ଘାଇଲା କରିଛନ୍ତି। ଡ(କ୍ୟାପ୍ଟେନ) କେ ଥିମ୍ମାପିଆ ସ୍ମାରକୀ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡ ମଙ୍ଗଳବାର ଆରମ୍ଭ ହୋଇଥିବା ବେଳେ ଅର୍ଜୁନ ଏଥିରେ ନଜର ଆସିଛନ୍ତି। କର୍ଣ୍ଣାଟକା ରାଜ୍ୟ କ୍ରିକେଟ ଆସୋସିଏସନ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଏଥିରେ ଅର୍ଜୁନ ଗୋଆ ପାଇଁ ଖେଳୁଛନ୍ତି।

ଗୋଆର ମ୍ୟାଚ୍‌ ମହାରାଷ୍ଟ୍ର ସହ ଚାଲିଥିବା ବେଳେ ପ୍ରଥମ ଇନିଂସେ ବାମହାତୀ ଦ୍ରୁତ ବୋଲର ଅର୍ଜୁନ ନିଜ ଦଳ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଇନିଂସର ପ୍ରଥମ ବଲରେ ୱିକେଟ ପାଇବା ସହ ନିଜର ଅଭିଯାନ ୫ ୱିକେଟ ସଫଳତା ସହ ଶେଷ କରିଛନ୍ତି।

Advertisment

ଇନିଂସର ପ୍ରଥମ ବଲରେ ସେ ମହାରାଷ୍ଟ୍ରର ଅନିରୁଦ୍ଧ ସାବାଲେଙ୍କୁ ଆଉଟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ଅନିରୁଦ୍ଧଙ୍କ ଓପନିଂ ପାର୍ଟନର ମହେଶ ମହାସ୍କେଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ। ଅର୍ଜୁନଙ୍କ ଯୋଗୁ ଗୋଆର ଅନ୍ୟ ଖେଳାଳିଙ୍କ ଭିତରେ ବି ବିଶ୍ୱାସ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ଅର୍ଜୁନଙ୍କ ସାଥୀ ଖେଳାଳି ଲଖମେଶ ପାୱାନେ ମଧ୍ୟ ୟାଶ କେ ସାଗରଙ୍କୁ ଆଉଟ କରିଥିଲେ। ଦିଗବିଜୟ ପାଟିଲଙ୍କୁ ପ୍ୟାଭିଲିୟନ ପଠାଇ ଅର୍ଜୁନ ମହାରାଷ୍ଟ୍ର ବିପକ୍ଷରେ ତୃତୀୟ ସଫଳତା ହାସଲ କରିଥିଲେ। ମହାରାଷ୍ଟ୍ର ମଧ୍ୟ ୧୫ ରନରେ ୪ ୱିକେଟ ହରାଇ ସଂଘର୍ଷ ଆରମ୍ଭ କରିଥିଲା।

ଏହାପରେ ଦଳ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲା। ମେହୁଲ ପଟେଲ ଏହାର ମଙ୍ଗ ଧରିଥିଲେ। କିନ୍ତୁ ଅନ୍ୟ ପଟେ ଆଉ କୌଣସି ବ୍ୟାଟର ତାଙ୍କୁ ସାଥ ଦେଇ ନଥିଲେ। ଇନିଂସର ୩୯ତମ ଓଭରରେ ଅର୍ଜୁନ ପୁଣି ବୋଲିଂ କରିବାକୁ ଆସିଥିଲେ। ସେ ମେହୁଲଙ୍କୁ ଆଉଟ କରି ମହାରାଷ୍ଟ୍ରକୁ ୯ମ ଝଟକା ଦେଇଥିଲେ। ଦଳର ୧୧ ନମ୍ବର ବ୍ୟାଟର ନଦୀମ ଶେଖଙ୍କୁ ଆଉଟ କରି ସେ ନିଜର ୫ମ ସଫଳତା ହାସଲ କରିଥିଲେ। ମହାରାଷ୍ଟ୍ର ୧୩୬ ରନରେ ଅଲଆଉଟ ହୋଇଯାଇଥିଲା।

ଏହାର ଜବାବରେ ଗୋଆ ତା’ର ପ୍ରଥମ ଇନିଂସରେ ୩୩୩ ରନ କରି ନେଇଥିଲା। ଅର୍ଜୁନ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୪୪ ବଲରେ ୩୬ ରନର ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିନବ ତେଜରାନା ୭୭, ଦର୍ଶନ ମିସାଲ ୬୧ ଓ ମୋହିତ ରେଦକର ୫୮ ରନ କରିଥିଲେ।

ଏକଦା ଅର୍ଜୁନ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ ଖେଳୁଥିଲେ। ଏପରି କି ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟର ୨ଟି ସଂସ୍କରଣରେ ମଧ୍ୟ ସେ ମହାରାଷ୍ଟ୍ର ପକ୍ଷରୁ ନଜର ଆସିଥିଲେ। କିନ୍ତୁ ୨୦୨୨ରୁ ସେ ଗୋଆ ପାଇଁ ଘରୋଇ କ୍ରିକେଟ ଖେଳୁଛନ୍ତି।

Indian Cricket Team Cricket Arjun Tendulkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe