Advertisment

ମହିଳା ଏସିଆ କପ୍‌: ଜୁଲାଇ ୨୧ରେ ଭାରତ-ପାକିସ୍ତାନ ମୁକାବିଲା

ଶ୍ରୀଲଙ୍କାରେ ଡମ୍ବୁଲାରେ ଖେଳାଯିବାକୁ ଥିବା ଏସିଆ କପରେ ପ୍ରଥମଥର ପାଇଁ ୮ଟି ଟିମ ଭାଗ ନେବେ।

Asia Cup

Asia Cup

Advertisment

ଜୁଲାଇ ମାସରେ ଆରମ୍ଭ ହେବାକୁ ଥିବା ମହିଳା ଏସିଆ କପ ପାଇଁ ଆଜି ଏସିଆନ କ୍ରିକେଟ କାଉନସିଲ(ଏସିସି) ମ୍ୟାଚ୍‌ ସୂଚୀ ଜାରି କରିଛି। ସେପ୍ଟେମ୍ବର-ଅକ୍ଟୋବର ମାସରେ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଜୁଲାଇ ୧୯ରୁ ୨୮ ଯାଏ ସମାନ ଫର୍ମାଟରେ ଏସିଆ କପ ଅନୁଷ୍ଠିତ ହେବ। ଶ୍ରୀଲଙ୍କାରେ ଡମ୍ବୁଲାରେ ଖେଳାଯିବାକୁ ଥିବା ଏସିଆ କପରେ ପ୍ରଥମଥର ପାଇଁ ୮ଟି ଟିମ ଭାଗ ନେବେ।

Advertisment

ଡିଫେଣ୍ଡିଂ ଚାମ୍ପିୟନ ଭାରତ ଗ୍ରୁପ ଏରେ ରହିଛି। ଭାରତ ସହ ଏହି ଗ୍ରୁପରେ ପାକିସ୍ତାନ, ନେପାଳ ଓ ୟୁଏଇ ରହିଛନ୍ତି। ଗ୍ରୁପ ବି’ରେ ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାଲେସିୟା ଓ ଥାଇଲ୍ୟାଣ୍ଡ ଅଛନ୍ତି। ୨୦୨୨ ଏସିଆ କପରେ ୭ଟି ଟିମ ଭାଗ ନେଇଥିଲେ।

୭ଥର ଏସିଆ କପ ଜିତିଥିବା ଭାରତ ତା’ର ଏସିଆ କପ ଅଭିଯାନ ଜୁଲାଇ ୧୯ରୁ ୟୁଏଇ ବିପକ୍ଷରୁ ଆରମ୍ଭ ହେବ। ଏହାପରେ ଦଳ ଜୁଲାଇ ୨୧ରେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଶେଷ ଲିଗ ମ୍ୟାଚରେ ଭାରତର ମୁକାବିଲା ନେପାଳ ସହ ହେବ।

Advertisment

ଲିଗ ମ୍ୟାଚ୍‌ ପରେ ପ୍ରତି ଗ୍ରୁପର ଟପ ୨ଟି ଲେଖାଏ ଦଳ ସେମିଫାଇନାଲକୁ ଯିବେ। ଜୁଲାଇ ୨୬ରେ ଦୁଇଟି ଯାକ ସେମି ଓ ଜୁଲାଇ ୨୮ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।

ପୂର୍ଣ୍ଣ ମ୍ୟାଚ୍‌ ସୂଚୀ

୧- ଜୁଲାଇ ୧୯- ଭାରତ ବନାମ ୟୁଏଇ ଓ ପାକିସ୍ତାନ ବନାମ ନେପାଳ

୨- ଜୁଲାଇ ୨୦- ମ୍ୟାଲେସିୟା ବନାମ ଥାଇଲ୍ୟାଣ୍ଡ ଓ ଶ୍ରୀଲଙ୍କା ବନାମ ବାଂଲାଦେଶ

୩- ଜୁଲାଇ ୨୧ –ନେପାଳ ବନାମ ୟୁଏଇ ଓ ଭାରତ ବନାମ ପାକିସ୍ତାନ

୪- ଜୁଲାଇ ୨୨- ଶ୍ରୀଲଙ୍କା ବନାମ ମ୍ୟାଲେସିୟା ଓ ବାଂଲାଦେଶ ବନାମ ଥାଇଲ୍ୟାଣ୍ଡ

୫- ଜୁଲାଇ ୨୩ – ପାକିସ୍ତାନ ବନାମ ୟୁଏଇ ଓ ଭାରତ ବନାମ ନେପାଳ

୬- ଜୁଲାଇ ୨୪ – ବାଂଲାଦେଶ ବନାମ ମ୍ୟାଲେସିୟା ଓ ଶ୍ରୀଲଙ୍କା ବନାମ ଥାଇଲ୍ୟାଣ୍ଡ

Asia Cup Cricket Women Cricket Indian Women Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe