Advertisment

ଟି-୨୦ ମହିଳା ବିଶ୍ୱକପ: ଆଜି ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ।

ଅଦ୍ୟତନ ହୋଇଛି
India & Pakistan Captain

India & Pakistan Captain

Advertisment

ମହିଳା ଟି-୨୦ ବିଶ୍ୱକପ୍ ମୈଦାନରେ ଆଜି ଅଛି ହାଇଭୋଲଟେଜ ମ୍ୟାଚ୍। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ ମ୍ୟାଚ୍। 

Advertisment

ଭାରତ ପାଇଁ ଏହି ମ୍ୟାଚ୍ 'କର ବା ମର' ପରିସ୍ଥିତି ସୃଷ୍ଟି କରିବ। କାରଣ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ୫୮  ରନରେ ପରାସ୍ତ ହୋଇ ରନ୍ ରେଟରେ ପଛରେ ରହିଯାଇଛି ଟିମ୍ ଇଣ୍ଡିଆ। ତେଣୁ ହରମନପ୍ରୀତ କୌରଙ୍କ ବାହିନୀକୁ ପାକିସ୍ତାନକୁ ହରାଇ ସମ୍ମାନ ରକ୍ଷା କରିବା ସହ ସ୍ଥିତି ମଜବୁତ କରିବାକୁ ପଡ଼ିବ।

ନ୍ୟୁଜିଲାଣ୍ଡଠୁ ବଡ଼ ବ୍ୟବଧାନରେ ହାରିବା ପରେ ଭାରତ ଗ୍ରୁପ୍-ଏର ଚତୁର୍ଥ ସ୍ଥାନରେ ଥିବାବେଳେ ରନ୍ ରେଟ୍-2.90 ରହିଛି। ଏଥିପାଇଁ ଭାରତକୁ ଆଜିର ମ୍ୟାଚ୍ ସହ ଆଗକୁ ଥିବା ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ। 

Advertisment

ସେପଟେ ପାକିସ୍ତାନ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ଦୃଢ ସ୍ଥିତିରେ ରହିଛି। ପାକିସ୍ତାନର ମନୋବଳ ଦୃଢ ଥିବାରୁ ଆଜିର ମ୍ୟାଚ୍ ଭାରତ ପାଇଁ 'କର ବା ମର' ସ୍ଥିତି ସୃଷ୍ଟି କରିବ। 

ଭାରତର ସମ୍ଭାବ୍ୟ ଏକାଦଶ- ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ହରମନପ୍ରୀତ କୌର (ଅଧିନାୟକ), ଜେମିମା ରୋଡ୍ରିଗସ, ରିଚା ଘୋଷ (ୱିକେଟ କିପର୍), ପୂଜା ବସ୍ତ୍ରକାର, ଦୀପ୍ତି ଶର୍ମା, ଅରୁନ୍ଧତି ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ଆଶା ଶୋଭନା, ରେଣୁକା ସିଂହ।

ପାକିସ୍ତାନର ସମ୍ଭାବ୍ୟ ଏକାଦଶ- ମୁନୀବା ଅଲି (ୱିକେଟ କିପର୍), ଗୁଲ୍ ଫିରୋଜ, ସିଦ୍ରା ଅମୀନ, ଓମାଇମା ସୋହେଲ, ନିଦା ଦାର୍, ତୁବା ହାସନ, ଫତିମା ସନା (ଅଧିନାୟକ), ଆଲିୟା ରିଜା, ଡାଏନା ବେଗ, ନଶ୍ରା ସାନ୍ଧୁ, ସଦିଆ ଇକବଲ। 

ICC WC T20 World Cup 2024 T20 Women's World Cup IND Vs PAK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe