/odisha-reporter/media/post_attachments/uploadimage/library/16_9/16_9_0/ICC_1724169440.jpg)
ICC
ଆଇସିସି ମହିଳା ଟି-୨୦ ବିଶ୍ୱକପର ୯ମ ସଂସ୍କରଣ ବାଂଲାଦେଶରେ ହେବନାହିଁ। ଏହି ମେଗା ଟୁର୍ଣ୍ଣାମେଣ୍ଟ ବାଂଲାଦେଶ ବଦଳରେ ୟୁଏଇରେ ଅନୁଷ୍ଠିତ ହେବ। ତେବେ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ହିଁ ଏହି ଟୁର୍ଣ୍ଣାମେଣ୍ଟର ପରିଚାଳନା କରିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି।
ଅକ୍ଟୋବର ୩ରୁ ୨୦ ତାରିଖ ଯାଏ ବାଂଲାଦେଶରେ ମହିଳା ଟି-୨୦ ବିଶ୍ୱକପ ଖେଳାଯିବାର ଥିଲା। କିନ୍ତୁ ବାଂଲାଦେଶରେ ଏବେ ରାଜନୀତିକ ହିଂସା ଓ ହଟଚମଟ ଦେଖିବାକୁ ମିଳିଛି। ସେଠାରେ ହିଂସା ଜାରି ରହିଥିବାରୁ ଅନେକ ଦେଶର ଖେଳାଳି ବାଂଲାଦେଶ ଯିବାକୁ ଅମଙ୍ଗ ହୋଇଥିଲେ।
ଏହାକୁ ଦୃଷ୍ଟିରେ ରଖି ଆଇସିସି ୟୁଏଇକୁ ନୂଆ ଭେନ୍ୟୁ ଭାବେ ଚିହ୍ନଟ କରିଛି। ଏ ସମ୍ପର୍କରେ ଆଇସିସି ପକ୍ଷରୁ କୁହାଯାଇଛି ଯେ ବାଂଲାଦେଶରେ ରାଜନୀତିକ ଅସ୍ଥିରତା ପରେ ଅନେକ ଦେଶ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି।
ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିବାକୁ ବାଂଲାଦେଶ ବଦଳରେ ୟୁଏଇରେ ବିଶ୍ୱକପ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଆମର ଆଶା ୟୁଏଇରେ ମଧ୍ୟ ବାଂଲାଦେଶ କ୍ରିକେଟ ବୋର୍ଡ ଟୁର୍ଣ୍ଣାମେଣ୍ଟକୁ ନିଶ୍ଚିତ ସ୍ମରଣୀୟ କରିବ ବୋଲି ଆଇସିସି କହିଛି।
ଅକ୍ଟୋବର ୩ରୁ ୨୦ ମଧ୍ୟରେ ଖେଳାଯିବାକୁ ଟି-୨୦ ମହିଳା ବିଶ୍ୱକପର ସମସ୍ତ ମ୍ୟାଚ୍ ୟୁଏଇର ଦୁବାଇ ଓ ଶାରଜାରେ ଖେଳାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
