Advertisment

ବେଙ୍ଗାଲୁରୁ ହରାଇଲା ମହିଳା ବିଶ୍ୱକପ ଆୟୋଜନ ଅଧିକାର, ଆସିଲା ପୂରା ମ୍ୟାଚ୍‌ ସୂଚୀ

ଯଦି ପାକିସ୍ତାନ ଫାଇନାଲରେ ପ୍ରବେଶ ନ କରିବ, ତା’ହେଲେ ଦିନିକିଆ ମହିଳା ବିଶ୍ୱକପର ଗ୍ରାଣ୍ଡ ଫାଇନାଲ ନଭି ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ଆଇସିସି ଜାରି କରିଥିବା ସୂଚୀରୁ ସ୍ପଷ୍ଟ ହୋଇଛି।

author-image
Hemant Lenka
Team India

Team India

ଆସନ୍ତା ଦିନିକିଆ ମହିଳା ବିଶ୍ୱକପ ଆୟୋଜନ କରିବାର ଅଧିକାର ହରାଇଛି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ। ପୂର୍ବରୁ ଆଇସିସି ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ମହିଳା ବିଶ୍ୱକପର ଉଦଘାଟନୀ ମ୍ୟାଚ୍‌ ଠାରୁ ଆରମ୍ଭ କରି ପ୍ରମୁଖ ଲଢ଼େଇ ଗୁଡ଼ିକ ଏଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନେଇଥିଲା। କିନ୍ତୁ ଆଜି ସଂଶୋଧିତ ତାଲିକା ଜାରି କରାଯାଇଛି।

Advertisment

ଏହି ତାଲିକାରୁ ଏମ ଚିନ୍ନାସ୍ୱାମୀ ବାଦ ପଡ଼ିଛି। ଏଠାରେ ଆୟୋଜିତ ହେବାକୁ ଥିବା ବିଶ୍ୱକପର ୫ଟି ଯାକ ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଇଛି। ବେଙ୍ଗାଲୁରୁ ବଦଳରେ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ମହିଳା ବିଶ୍ୱକପର ୫ଟି ମ୍ୟାଚ୍‌ ଆୟୋଜନର ଅଧିକାର ପାଇଛି। ୨୦୨୫ ଆଇପିଏଲ ଟ୍ରଫି ଜିତିବା ପରେ ଆରସିବି ପକ୍ଷରୁ ଆୟୋଜିତ ବିଜୟ ଉତ୍ସବରେ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିପାଇଁ କର୍ଣ୍ଣାଟକା କ୍ରିକେଟ ବୋର୍ଡ ମହିଳା ବିଶ୍ୱକପ ଆୟୋଜନର ଅଧିକାର ହରାଇଛି। ମ୍ୟାଚର ଭେନ୍ୟୁ ବଦଳିଥିଲେ ହେଁ ମହିଳା ଦିନିକିଆ ବିଶ୍ୱକପ ତାରିଖରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଏହା ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ଯାଏ ଚାଲିବ। ବେଙ୍ଗାଲୁରୁ ବଦଳରେ ନଭି ମୁମ୍ବାଇରେ ବିଶ୍ୱକପର ୫ଟି ମ୍ୟାଚ୍‌ ଆୟୋଜନ କରିବ। ବେଙ୍ଗାଲୁରୁରେ ଉଦଘାଟନୀ ମ୍ୟାଚ୍‌ ଖେଳାଯିବାର ଥିଲା। ସେହିପରି ଗୋଟିଏ ସେମି ଫାଇନାଲ ମ୍ୟାଚ୍‌ ଓ ଫାଇନାଲ ମ୍ୟାଚ୍‌ ମଧ୍ୟ ଏଠାରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏବେ ଗୁହାଟୀ ବିଶ୍ୱକପର ଉଦଘାଟନୀ ମ୍ୟାଚ୍‌ ଆୟୋଜନ କରିବ। ପ୍ରଥମ ମ୍ୟାଚ୍‌ରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ।

Advertisment

ଗୋଟିଏ ସେମି ଫାଇନାଲ ନଭି ମୁମ୍ବାଇରେ ଖେଳାଯିବ ଓ ପାକିସ୍ତାନ ଯଦି ଯୋଗ୍ୟତା ଅର୍ଜନ ନ କରିବ, ତା’ହେଲେ ଅନ୍ୟ ସେମି ଫାଇନାଲ ମ୍ୟାଚ୍‌ଟି ଗୁହାଟୀରେ ଅନୁଷ୍ଠିତ ହେବ। ପାକିସ୍ତାନ ଯୋଗ୍ୟତା ଅର୍ଜନ କଲେ ଗୁହାଟୀ ବଦଳରେ ସେମି ଫାଇନାଲ କଲମ୍ବୋରେ ଖେଳାଯିବ।

ଯଦି ପାକିସ୍ତାନ ଫାଇନାଲରେ ପ୍ରବେଶ ନ କରିବ, ତା’ହେଲେ ଦିନିକିଆ ମହିଳା ବିଶ୍ୱକପର ଗ୍ରାଣ୍ଡ ଫାଇନାଲ ନଭି ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ଆଇସିସି ଜାରି କରିଥିବା ସୂଚୀରୁ ସ୍ପଷ୍ଟ ହୋଇଛି।

ମହିଳା ଦିନିକିଆ ବିଶ୍ୱକପରେ ମୋଟ ୮ଟି ଟିମ ଭାଗ ନେବେ। ସେମାନେ ହେଲେ-ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ।

୨୦୨୨ରେ ନ୍ୟୁଜିଲ୍ୟାଣ୍ତ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ କରିଥିଲା। ଏହି ମେଗା ଇଭେଣ୍ଟର ଫାଇନାଲରେ ଇଂଲଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଅଷ୍ଟ୍ରେଲିଆ ସର୍ବାଧିକ ୭ ଥର ମହିଳା ଦିନିକିଆ ବିଶ୍ୱକପ ଜିତିଛି। 

ଭାରତୀୟ ମହିଳା ଟିମ ତା’ର ବିଶ୍ୱକପ ଅଭିଯାନ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ। ସେପ୍ଟେମ୍ବର ୩୦ରେ ଦଳ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ଅକ୍ଟୋବର ୫ରେ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ଟି କଲମ୍ବୋରେ ଖେଳାଯିବ।

ଅକ୍ଟୋବର ୯ରେ ଦଳ ବିଶାଖାପଟନମରେ ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୧୨ରେ ଅଷ୍ଟ୍ରେଲିଆକୁ, ଅକ୍ଟୋବର ୧୯ରେ ଇନ୍ଦୋରରେ ଇଂଲଣ୍ଡକୁ, ଅକ୍ଟୋବର ୨୩ରେ ନଭି ମୁମ୍ବାଇରେ ନ୍ୟୁଜିଲ୍ୟାଣ୍ଡକୁ ଓ ଶେଷ ଲିଗ ମ୍ୟାଚ୍‌ ଭାରତ ଅକ୍ଟୋବର ୨୬ରେ ବାଂଲାଦେଶ ବିପକ୍ଷରେ ଖେଳିବ। ଏହି ମ୍ୟାଚଟି ନଭି ମୁମ୍ବାଇରେ ଖେଳାଯିବ।

ପୂରା ମ୍ୟାଚ୍‌ ସୂଚୀ

30 September 2025: India vs Sri Lanka – Guwahati

1 October 2025: Australia vs New Zealand – Indore

2 October 2025: Bangladesh vs Pakistan – Colombo

3 October 2025: England vs South Africa – Guwahati

4 October 2025: Australia vs Sri Lanka – Colombo

5 October 2025: India vs Pakistan – Colombo

6 October 2025: New Zealand vs South Africa – Indore

7 October 2025: England vs Bangladesh – Guwahati

8 October 2025: Australia vs Pakistan – Colombo

9 October 2025: India vs South Africa – Vizag

10 October 2025: New Zealand vs Bangladesh – Guwahati

11 October 2025: England vs Sri Lanka – Colombo

12 October 2025: India vs Australia – Vizag

13 October 2025: South Africa vs Bangladesh – Vizag

14 October 2025: New Zealand vs Sri Lanka – Colombo

15 October 2025: England vs Pakistan – Colombo

16 October 2025: Australia vs Bangladesh – Vizag

17 October 2025: South Africa vs Sri Lanka – Colombo

18 October 2025: New Zealand vs Pakistan – Colombo

19 October 2025: India vs England – Indore

20 October 2025: Sri Lanka vs Bangladesh – Navi Mumbai

21 October 2025: South Africa vs Pakistan – Colombo

22 October 2025: Australia vs England – Indore

23 October 2025: India vs New Zealand – Navi Mumbai

24 October 2025: Pakistan vs Sri Lanka – Colombo

25 October 2025: Australia vs South Africa – Indore

26 October 2025: England vs New Zealand – Vizag

26 October 2025: India vs Bangladesh – Navi Mumbai

ନକଆଉଟ ପର୍ଯ୍ୟାୟ

29 October 2025: Semi-final 1 – Guwahati/Colombo

30 October 2025: Semi-final 2 – Navi Mumbai

2 November 2025: Final – Colombo/Navi Mumbai

Women Cricketers Women Cricket Indian Women Cricket Team women-odi-world-cup