Advertisment

ମୁମ୍ବାଇ ଟେଷ୍ଟରେ କମାଲ୍ କରିବେ ଦୁଇ ମହିଳା

ମୁମ୍ବାଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟରେ ଦୁଇ ମହିଳା କମାଲ୍ କରିବାକୁ ଯାଉଛନ୍ତି। ଏହି ଦୁଇ ମହିଳା ହେଲେ କ୍ଷମା ସାନେ ଓ ସୁଷମା ସାୱନ୍ତ। ଦୁହେଁ ମୁମ୍ବାଇ ଟେଷ୍ଟରେ ସ୍କୋରର ପ୍ରେସ୍ ବକ୍ସରେ ସାମ୍ବାଦିକଙ୍କ ସହାୟତା କରିବେ। କୌଣସି ଏକ ଟେଷ୍ଟ ମ୍ୟାଚରେ ଦୁଇ ମହିଳା ସ୍କୋରରଙ୍କୁ ରଖାଯିବା ଇତିହାସରେ ପ୍ରଥମ ବୋଲି ମୁମ୍ବାଇ କ୍ରିକେଟ୍ ଆସୋସିଏସନର ଜଣେ ବରିଷ୍ଠ […]

ମୁମ୍ବାଇ ଟେଷ୍ଟରେ କମାଲ୍ କରିବେ ଦୁଇ ମହିଳା

mumbai

Advertisment

ମୁମ୍ବାଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟରେ ଦୁଇ ମହିଳା କମାଲ୍ କରିବାକୁ ଯାଉଛନ୍ତି। ଏହି ଦୁଇ ମହିଳା ହେଲେ କ୍ଷମା ସାନେ ଓ ସୁଷମା ସାୱନ୍ତ। ଦୁହେଁ ମୁମ୍ବାଇ ଟେଷ୍ଟରେ ସ୍କୋରର ପ୍ରେସ୍ ବକ୍ସରେ ସାମ୍ବାଦିକଙ୍କ ସହାୟତା କରିବେ। କୌଣସି ଏକ ଟେଷ୍ଟ ମ୍ୟାଚରେ ଦୁଇ ମହିଳା ସ୍କୋରରଙ୍କୁ ରଖାଯିବା ଇତିହାସରେ ପ୍ରଥମ ବୋଲି ମୁମ୍ବାଇ କ୍ରିକେଟ୍ ଆସୋସିଏସନର ଜଣେ ବରିଷ୍ଠ ସ୍କୋରର ପିଟିଆଇକୁ ସୂଚନା ଦେଇଛନ୍ତି।

Advertisment

୪୫ ବର୍ଷୀୟା କ୍ଷମା ୨୦୧୦ରେ ବିସିସିଆଇ ସ୍କୋରର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ସେବେଠାରୁ ସେ ଆଇପିଏଲ୍ ଓ ରଣଜୀ ଟ୍ରଫିରେ ସ୍କୋରିଂ କାମ କରିଆସୁଛନ୍ତି। ଗତ ୧୧ ବର୍ଷ ଧରି ସେ ସିନିୟର ଓ ଜୁନିୟର ସ୍ତରର କିଛି ମ୍ୟାଚରେ ସ୍କୋରିଂ କରିଛନ୍ତି ଏବଂ ଏମସିଏର ପ୍ରମୁଖ ସ୍କୋରରଙ୍କ ମଧ୍ୟରେ ସାମିଲ୍ ଅଛନ୍ତି। କ୍ଷମା ୧୯୯୦ରେ ମୁମ୍ବାଇ ପକ୍ଷରୁ ଅଣ୍ଡର-୧୫ ବର୍ଗରେ ଖେଳିସାରିଛନ୍ତି। ସେ ୧୯୯୬ରେ ଅମ୍ପାୟାରିଂ କୋର୍ସ ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ ଏହାକୁ ସେ ପେସାଦାର ଭାବେ ଉପଯୋଗ କରିନଥିଲେ। ସେ ୨୦୦୬ରେ ଏମସିଏ ସ୍କୋରର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସେହିପରି ୫୦ ବର୍ଷୀୟା ସୁଷମା ଚେମ୍ବୁରରେ ରୁହନ୍ତି। ସେ ୨୦୧୦ରେ ମହିଳାମାନଙ୍କ ପାଇଁ ବିସିସିଆଇର ସ୍ୱତନ୍ତ୍ର ସ୍କୋରିଂ ପାଠ୍ୟକ୍ରମରେ ସଫଳ ହୋଇଥିଲେ ଏବଂ ୨୦୧୩ ମହିଳା ବିଶ୍ୱକପରେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହା ପରେ ସେ ପଛକୁ ଚାହିଁ ନଥିଲେ ଏବଂ ଆଇପିଏଲ୍, ବିସିସିଆଇର ଘରୋଇ, ଜୁନିୟର ଏବଂ ସିନିୟର ମ୍ୟାଚରେ ସ୍କୋରିଂ କରିସାରିଛନ୍ତି। ସେ କହିଛନ୍ତି, ‘ମୁଁ କ୍ରିକେଟ୍ ଉପଭୋଗ କରୁଛି ଏବଂ ପ୍ରଥମଥର ପାଇଁ ଏକ ଟେଷ୍ଟ ମ୍ୟାଚରେ ସ୍କୋର କରିବାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ମହିଳାମାନଙ୍କ ପାଇଁ ସ୍କୋରିଂର ବହୁତ ସମ୍ଭାବନା ଅଛି।

Advertisment

ମୁମ୍ବାଇରେ ଖେଳାଯିବାକୁଥିବା ଦ୍ୱିତୀୟ ଟେଷ୍ଟ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା। ଶେଷ ଦିନରେ ନ୍ୟୁଜିଲ୍ୟାଣ୍ଡର ଟେଲ୍ ଏଣ୍ଡର ଜବରଦସ୍ତ ବ୍ୟାଟିଂ କରି ମ୍ୟାଚକୁ ଡ୍ର’ କରାଇଥିଲେ। ଏବେ ମୁମ୍ବାଇ ଟେଷ୍ଟ ଯିଏ ଜିତିବ, ସେହି ଟିମ୍ ସିରିଜ୍ ବିଜେତା ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe