Advertisment

ମହିଳା ଟି-୨୦ ବିଶ୍ୱକପ୍: କେଉଁ ଦଳକୁ ମିଳିଲା କେତେ ଟଙ୍କା?

୨୦୦୯ ଏବଂ ୨୦୧୦ରେ ରନର୍ ଅପ୍ ରହିଥିବା ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍ ଟାଇଟଲ୍ ହାତେଇଛି।

author-image
Debibandita Barick
South Africa & New Zealand Players

South Africa & New Zealand Players

ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ଐତିହାସିକ ବିଜୟ ହାସଲ କରିଛି ନ୍ୟୁଜିଲ୍ୟାଣ୍ଡ। ଦୁବାଇରେ ଖେଳାଯାଇଥିବା ଫାଇନାଲ ଫାଇଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱକପ ହାତେଇଛି କିୱି ବାହିନୀ। ୨୦୦୯ ଏବଂ ୨୦୧୦ରେ ରନର୍ ଅପ୍ ରହିଥିବା ନ୍ୟୁଜିଲ୍ୟାଣ୍ଡ ଶେଷରେ ଟ୍ରଫି ଭାଗିଦାରୀ ହୋଇଛି।

Advertisment

ବିଶ୍ୱକପ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ମୋଟ ୨୧.୪୦ କୋଟି ଟଙ୍କା ମିଳିଛି, ସେଥିମଧ୍ୟରୁ ୧୯.୬୭ କୋଟି ଟଙ୍କା ଟାଇଟଲ ଜିତିବା ପାଇଁ ଦିଆଯାଇଛି। ସେହିପରି ରନର୍ ଅପ୍ ଦକ୍ଷିଣ ଆଫ୍ରିକାକୁ ୧୧.୫୬ କୋଟି ଟଙ୍କା ଦିଆଯାଇଛି। ସେମିଫାଇନାଲ ଦୌଡ଼ରୁ ବାଦ୍ ରଡିଥିବା ଟିମ୍ ଇଣ୍ଡିଆକୁ ୩.୭୪ କୋଟି ଟଙ୍କା ମିଳିଛି। 

ସେପଟେ, ସେମିଫାଇନାଲରେ ହାରିଥିବା ୬ ଥରର ଚାମ୍ପିଅନ ଅଷ୍ଟ୍ରେଲିଆକୁ ୭.୬୬ କୋଟି ଟଙ୍କା ଦିଆଯାଇ ଥିବାବେଳେ ପୂର୍ବର ଚାରିଟି ମ୍ୟାଚ୍ ସହ ସେମିଫାଇନାଲ ହାରିଥିବା ୱେଷ୍ଟଇଣ୍ଡିଜ ଦଳ ୭.୪୦ କୋଟି ଟଙ୍କା ପାଇଛି। ପଞ୍ଚମ ସ୍ଥାନରେ ଥିବା ଇଂଲଣ୍ଡକୁ ୪ କୋଟି ଟଙ୍କା ମିଳିଛି। ପାକିସ୍ତାନକୁ ୩.୪୭ କୋଟି ଟଙ୍କା, ବାଂଲାଦେଶକୁ ୩.୪୭ ଏବଂ ଶ୍ରୀଲଙ୍କା ୨.୦୮ କୋଟି ଟଙ୍କା ଦିଆଯାଇଛି।

Advertisment

ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ପରାସ୍ତ କରିଛି। 

T20 World Cup 2024 T20 Women's World Cup T20 WC Prize Money