Advertisment

Women’s World Cup: ରାତି ପାହିଲେ ଐତିହାସିକ ଫାଇନାଲ ଖେଳିବ ଭାରତୀୟ ମହିଳା ଦଳ: ମିଳୁନି ଟିକେଟ, ଲୋକେ କ୍ଷୁବ୍ଧ

ଐତିହାସିକ ଫାଇନାଲକୁ ନେଇ ସବୁଠି ଉତ୍ସାହ। କିନ୍ତୁ ମ୍ୟାଚ୍‌କୁ ୨୪ ଘଣ୍ଟାରୁ କମ ସମୟ ବାକି ଥିବା ବେଳେ କ୍ରିକେଟ ଫ୍ୟାନ୍ସଙ୍କୁ ମିଳୁନି ଟିକେଟ। କ୍ରିକେଟ ଫ୍ୟାନ୍ସ ଟିକେଟ ବୁକିଂ କରିବାକୁ ଅପେକ୍ଷା କରିଥିଲେ ହେଁ ଏଯାଏ ଏହାର ସାଇଟ ଖୋଲି ନାହିଁ।

Fans

କ୍ରିକେଟ୍‌

Advertisment

ମହିଳା ଦିନିକିଆ ବିଶ୍ୱକପ(ODI World Cup) ଫାଇନାଲକୁ ୨୪ ଘଣ୍ଟାରୁ କମ ସମୟ ବାକି। ରବିବାର ଦିନ ୩ଟାରେ ଭାରତୀୟ ମହିଳା କ୍ରିକେଟ ଟିମ ଐତିହାସିକ ଫାଇନାଲ ଖେଳିବ। ନଭି ମୁମ୍ବାଇରେ ଥିବା ଡିୱାଇ ପାଟିଲ ଷ୍ଟାଡିୟମରେ ହରମନପ୍ରୀତ କୌରଙ୍କ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ସହ ଟ୍ରଫି ପାଇଁ ଟକ୍କର କରିବ। 

Advertisment

ଭାରତ(Women Cricket) ୭ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ୪ଥରର ବିଜେତା ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଶ ଆଫ୍ରିକା ପ୍ରଥମଥର ବିଶ୍ୱକପ ଫାଇନାଲ ଖେଳୁଥିବା ବେଳେ ଭାରତୀୟ ମହିଳା ଦଳ(Indian Women Cricket Team) ତୃତୀୟ ଥର ପାଇଁ ଟ୍ରଫି ଟକ୍କରରେ ଅବତୀର୍ଣ୍ଣ ହେବ। ଉଭୟ ଦେଶ କେବେ ବି ବିଶ୍ୱକପ ତୋଳି ଧରିବାର ସୌଭାଗ୍ୟ ପାଇ ନାହାନ୍ତି। ସେହିପରି ଦୀର୍ଘ ୨୫ ବର୍ଷ ପରେ ବିଶ୍ୱକପୁ ମହିଳା କ୍ରିକେଟର ନୂଆ ଚାମ୍ପିୟନ ମିଳିବ।

ଏହି ଐତିହାସିକ ଫାଇନାଲକୁ ନେଇ ସବୁଠି ଉତ୍ସାହ। କିନ୍ତୁ ମ୍ୟାଚ୍‌କୁ ୨୪ ଘଣ୍ଟାରୁ କମ ସମୟ ବାକି ଥିବା ବେଳେ କ୍ରିକେଟ ଫ୍ୟାନ୍ସଙ୍କୁ ମିଳୁନି ଟିକେଟ। କ୍ରିକେଟ ଫ୍ୟାନ୍ସ ଟିକେଟ ବୁକିଂ କରିବାକୁ ଅପେକ୍ଷା କରିଥିଲେ ହେଁ ଏଯାଏ ଏହାର ସାଇଟ ଖୋଲି ନାହିଁ। ସାଇଟ ଖୋଲିବାରେ ବିଳମ୍ବ ହେଉଥିବାରୁ ଫ୍ୟାନ୍ସ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ସୋଶାଲ ମିଡିଆରେ ନିଜର କ୍ଷୋଭ ଜାହିର କରି ବିସିସିଆଇର ଯୋଜନା ଓ ପରିଚାଳନାକୁ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ଆଇସିସି ମହିଳା ଦିନିକିଆ ବିଶ୍ୱକପର ଅଫିସିଆଲ ଟିକେଟିଂ ପାର୍ଟନର ହେଉଛି BookMyShow। ହେଲେ ଏହି ‍ଫ୍ଲାଟଫର୍ମରେ ବହୁ ପ୍ରତିକ୍ଷୀତ ଫାଇନାଲ ମ୍ୟାଚ୍‌ ପାଇଁ ଏଯାଏ ଗୋଟିଏ ହେଲେ ବି ଟିକେଟ ବିକ୍ରି ସକେଶ ରିଲିଜ ହୋଇନାହିଁ। ଦୁଇ ଦିନ ହେଲା ଫ୍ୟାନ୍ସ ଟିକେଟ ବୁକିଂ କରିବାକୁ ଚାହୁଁଥିବା ବେଳେ ଖୁବଶୀଘ୍ର ଟିକେଟ ରିଲଜ ହେବ ବୋଲି ଏଥିରେ ଦେଖିବାକୁ ମିଳିଥିଲା।

ଏବେ ମ୍ୟାଚ୍‌କୁ ୨୪ ଘଣ୍ଟାରୁ କମ ସମୟ ଥିବା ବେଳେ ଟିକେଟ ରିଲିଜ ନ ହେବା ସମସ୍ତଙ୍କୁ କ୍ଷୁବ୍ଧ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅକ୍ଟୋବର ୩୦ ତାରିଖ ଭାରତ-ଅଷ୍ଟ୍ରେଲିଆ ସେମି ଫାଇନାଲ ମ୍ୟାଚ୍‌ ପୂର୍ବରୁ ଟାଇଟଲ ଟକ୍କରର ଟିକେଟ ଉପଲବ୍ଧ ଥିବା ଦେଖିବାକୁ ମିଳିଥିଲା।

Final
ଟିକେଟ୍‌

କିନ୍ତୁ ଭାରତ ସେମି ଫାଇନାଲରେ ଜିତିବା ମାତ୍ରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଭାରତ ଫାଇନାଲ ଯିବାରୁ ଟିକେଟ ଚାହିଦା ବଢ଼ିଥିଲା। ହେଲେ ଏବେ ଟିକେଟ ରିଲିଜ ନ ହେବା ସମସ୍ତଙ୍କୁ ଚକିତ କରିଛି। ଲୋକମାନେ କଳାବଜାରୀର ଗନ୍ଧ ମଧ୍ୟ ବାରିଛନ୍ତି। 

ମହିଳା ଦିନିକିଆ ବିଶ୍ୱକପର ଟିକେଟ ଦାମ ୧୦୦ ଟଙ୍କାରୁ ଆରମ୍ଭ। ଏହି ଦାମ ପୂରା ଟୁର୍ଣ୍ଣାମେଣ୍ଟ ପାଇଁ ଲାଗୁ ହେଉଥିଲା। ଅଧିକ ସଂଖ୍ୟକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆଇସିସି ଓ ବିସିସିଆଇ ଟିକେଟର ସର୍ବନିମ୍ନ ମୂଲ୍ୟ ୧୦୦ ଟଙ୍କା ରଖିଥିଲେ। କିନ୍ତୁ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିକେଟ ମିଳୁ ନାହିଁ। ଫାଇନାଲ ଲଢ଼େଇ ଦେଖିବାକୁ ଫ୍ୟାନ୍ସଙ୍କୁ ଟିକେଟ ମିଳିବ କି ନାହିଁ, ତା’କୁ ନେଇ ମଧ୍ୟ ସେମାନେ ଅନ୍ଧାରରେ ରହିଛନ୍ତି। 

Final 1
ଟିକେଟ୍‌

ଏହାକୁ ନେଇ ଫ୍ୟାନ୍ସ ସୋଶାଲ ମିଡିଆରେ ଉଭୟ ବିସିସିଆଇ ଓ ଆଇସିସିକୁ ଟାର୍ଗେଟ କରିଛନ୍ତି। ଏହାପୂର୍ବରୁ ୨୦୨୩ ପୁରୁଷ ଦିନିକିଆ ବିଶ୍ୱକପର ଅନେକ ମ୍ୟାଚ୍‌ରେ ଟିକେଟ ବିକ୍ରିକୁ ନେଇ ବିଭ୍ରାଟ ହୋଇଥିଲେ। 

ଏକାଧିକ ମ୍ୟାଚ୍‌ ପାଇଁ ଟିକେଟ ଶେଷ ମୁହୂର୍ତ୍ତରେ ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା। ଏହାକୁ ନେଇ ସେତେବେଳେ ଫ୍ୟାନ୍ସ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ମହିଳା ଦିନିକିଆ ବିଶ୍ୱକପ ଫାଇନାଲ ପୂର୍ବରୁ ସମାନ ସ୍ଥିତି ଦେଖିବାକୁ ମିଳିଛି। 

Women Cricket Indian Women Cricket Team ODI World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe