Advertisment

ଟିମ୍ ଇଣ୍ଡିଆକୁ ବଡ ଝଟକା! ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିନପାରନ୍ତି ପାଣ୍ଡ୍ୟା

ଗତକାଲି ବାଂଲାଦେଶ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କ ବାମ ଗୋଇଠିରେ ଆଘାତ ଲାଗିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Hardik Pandya

Hardik Pandya

ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଗୋଇଠିରେ ଲାଗିଥିବା ଆଘାତ କାରଣରୁ ଏହି ମ୍ୟାଚରେ ହାର୍ଦ୍ଦିକଙ୍କୁ ଦେଖିବାକୁ ମିଳିନପାରେ। କାରଣ ସେ ଚିକିତ୍ସା ପାଇଁ ବେଙ୍ଗାଲୁରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)କୁ ଯିବା ନେଇ ସୂଚନା ମିଳିଛି।

Advertisment

ଗତକାଲି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ବେଳେ ହାର୍ଦ୍ଦିକଙ୍କ ବାମ ଗୋଇଠିରେ ଆଘାତ ଲାଗିଥିଲା। ପ୍ରାଥମିକ ଚିକିତ୍ସା ପରେ କୌଣସି ସୁଫଳ ମିଳିନଥିଲା। ଏହାପରେ ସ୍କାନ ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ଆଉ ଖେଳି ପାରି ନଥିଲେ।

ଆସନ୍ତା ରବିବାର (ଅକ୍ଟୋବର ୨୨)ରେ ଦୁଇ ଅପରାଜିତ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ। ଚଳିତ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ପରାଜୟର ସ୍ୱାଦ ଚାଖିନଥିବା ବେଳେ ଭାରତ ମଧ୍ୟ କ୍ରମାଗତ ଭାବେ ବିଜୟୀ ହୋଇଚାଲିଛି। ଉଭୟ ଦଳ ଚାରୋଟି ଲେଖାଏଁ ମ୍ୟାଚ୍ ଖେଳି ସବୁଥିରେ ବିଜୟ ଲାଭ କରିଛନ୍ତି। ତେଣୁ ଦୁଇ ଟିମ୍ ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବାରୁ ହାର୍ଦ୍ଦିକଙ୍କ ଅନୁପସ୍ଥିତି ଭାରତକୁ ଚିନ୍ତାରେ ପକାଇପାରେ। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Advertisment
India Vs New Zealand Hardik Pandya Health World Cup 2023 World Cup Hardik Pandya ICC WC