Advertisment

ଭାଙ୍ଗିଲା ଆଇସିସି ରେକର୍ଡ: ବିଶ୍ୱକପ ମ୍ୟାଚ୍‌ ଦେଖିଲେ ସର୍ବାଧିକ ଲୋକ

କ୍ରିକେଟର ଏହି ମହାକୁମ୍ଭକୁ ଷ୍ଟାଡିୟମରେ ଦେଖିଛନ୍ତି ରେକର୍ଡ ସଂଖ୍ୟକ ଲୋକ।

author-image
Hemant Lenka
Cricket

Cricket

ଭାରତରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ ନୂଆ କୀର୍ତ୍ତିମାନ ହାସଲ କରିଛି। ଭାଙ୍ଗିଛି ଆଇସିସିର ସବୁ ପୁରୁଣା ରେକର୍ଡ। କ୍ରିକେଟର ଏହି ମହାକୁମ୍ଭକୁ ଷ୍ଟାଡିୟମରେ ଦେଖିଛନ୍ତି ରେକର୍ଡ ସଂଖ୍ୟକ ଲୋକ। ବିଶ୍ୱକପର ମ୍ୟାଚ୍‌ଗୁଡ଼ିକୁ ଷ୍ଟାଡିୟମ ଯାଇ ୧.୨୫ ମିଲିୟନ ବା ୧୨ ଲକ୍ଷରୁ ଅଧିକ ଲୋକ ଉପଭୋଗ କରିଛନ୍ତି।

Advertisment

ପୂର୍ବରୁ କ୍ରିକେଟର କୌଣସି ବିଶ୍ୱକପ କିମ୍ବା ଟୁର୍ଣ୍ଣାମେଣ୍ଟରେ ଏତେ ସଂଖ୍ୟକ ଲୋକ ଷ୍ଟାଡିମୟ ଯାଇ ମ୍ୟାଚଗୁଡ଼ିକୁ ଦେଖି ନଥିଲେ। ୨୦୧୫ ବିଶ୍ୱକପକୁ ସର୍ବାଧିକ ଲୋକ ଦେଖିଥିଲେ। କିନ୍ତୁ ୨୦୨୩ ବିଶ୍ୱକପ ସଂସ୍କରଣର ଦର୍ଶକଙ୍କ ସଂଖ୍ୟା ଉକ୍ତ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି।

ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ଦେଖିବା ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଲୋକ ଉପସ୍ଥିତି ରହିଥିଲେ। ତେବେ ଆୟୋଜକ ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରି ଯାଇଥିଲା।

Advertisment

କେବଳ ଫାଇନାଲ ମ୍ୟାଚ୍‌ ଭାରତର ସବୁ ମ୍ୟାଚ୍‌ରେ ଷ୍ଟାଡିୟମ ଫୁଲ ରହୁଥିଲା। ଭାରତ ଖେଳୁ ନଥିବା ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ଦର୍ଶକଙ୍କ ଉପସ୍ଥିତି କମ ହେଉ ନଥିଲା। ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକରେ ଦର୍ଶକଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସବୁ ମ୍ୟାଚ୍‌ରେ କ୍ରିକେଟ ଫ୍ୟାନ୍ସଙ୍କୁ ଦେଖିବାକୁ ମିଳିଥିଲା।

ଭାରତର ୧୦ ଭେନ୍ୟୁରେ ଖେଳାଯାଇଥିବା ବିଶ୍ୱକପର ସମସ୍ତ ମ୍ୟାଚ୍‌କୁ ୧୨,୫୦,୩୦୭ ଜଣ ଲୋକ ଦେଖିଛନ୍ତି। ଏମାନଙ୍କ ବ୍ୟତୀତ ମାନ୍ୟଗଣ୍ୟ ବ୍ୟକ୍ତି ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ମଧ୍ୟ ମ୍ୟାଚଗୁଡ଼ିକରେ ଦେଖିବାକୁ ମିଳିଥିଲା। ଅକ୍ଟୋବର ୫ରୁ ନଭେମ୍ବର ୧୯ ଯାଏ ଭାରତର ୧୦ ସହରରେ ବିଶ୍ୱକପର ୪୮ଟି ମ୍ୟାଚ୍‌ ଖେଳାଯାଇଛି। ଏହାକୁ ରେକର୍ଡ ସଂଖ୍ୟକ ଲୋକ ଦେଖିଛନ୍ତି। ସବୁଠାରୁ ଅଧିକ ଦର୍ଶକ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଷ୍ଟାଡିୟମରେ ଉପଭୋଗ କରିଥିଲେ ବୋଲି ଆଇସିସି କହିଛି।

କ୍ରିକେଟ ଇତିହାସରେ ୧.୨୫ ମିଲିୟନ ଫ୍ୟାନ୍ସ ନୂଆ ରେକର୍ଡ ସୃଷ୍ଟି କରିଛି। ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଆୟୋଜନ ହୋଇଥିବା ବିଶ୍ୱକପ ମ୍ୟାଚଗୁଡ଼ିକୁ ୧୦,୧୬,୪୨୦ ଜଣ ଦର୍ଶକ ଷ୍ଟାଡିୟମ ଆସି ଦେଖିଥିଲେ। ସେହିପରି ୨୦୧୯ ବିଶ୍ୱକପର ଦର୍ଶକଙ୍କ ସଂଖ୍ୟା ୭,୫୨,୦୦୦ ରହିଥିଲା। ଏହି ସବୁ ରେକର୍ଡକୁ ଭାରତରେ ଆୟୋଜନ ହୋଇଥିବା ବିଶ୍ୱକପ ଭାଙ୍ଗି ଦେଇଛି।

କେବଳ ଷ୍ଟାଡିୟମ ନୁହେଁ, ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ କୋଟି କୋଟି ଲୋକ ମ୍ୟାଚ୍‌ରେ ମଜା ଉଠାଇଥିଲେ। ଫାଇନାଲ ମ୍ୟାଚ୍‌ର ସିଧାପ୍ରସାରଣକୁ ହଟଷ୍ଟାରରେ ୫.୫୦ କୋଟିରୁ ଅଧିକ ଲୋକ ଦେଖିଥିଲେ।

ICC ICC Men’s Cricket World Cup 2023 ICC World Cup 2023 CWC 2023