ଅପରାଜେୟ ଭାରତ! ବିରାଟଙ୍କ ୯୫ ରନ, ୨୦ ବର୍ଷ ପରେ ହାରିଲା ନ୍ୟୁଜିଲ୍ୟାଣ୍ଡ

ବିଶ୍ୱକପରେ ଭାରତର ବିଜୟ ଧାରା ଜାରି ରହିଛି। ଦଳର ଷ୍ଟାର ବ୍ୟାଟର ବିରାଟ କୋହଳି ଏହି ଐତିହାସିକ ବିଜୟର କର୍ଣ୍ଣଧାର ସାଜିଛନ୍ତି। ବାଂଲାଦେଶ ବିପକ୍ଷରେ ଶତକ ମାରିଥିବା ବିରାଟ ଆଜି ମଧ୍ୟ ସେ କାହିଁକି ଶ୍ରେଷ୍ଠ ପ୍ରମାଣ କରି ଦେଖାଇଛନ୍ତି।

Virat

ଜାଡେଜା ଓ ବିରାଟ

Hemant Lenka
  • Published: Sunday, 22 October 2023
  • Updated: 22 October 2023, 10:19 PM IST

Sports

Latest News

ଦୀର୍ଘ ୨୦ ବର୍ଷ ଧରି ଜାରି ରହିଥିବା ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଶେଷରେ କୌଣସି ଆଇସିସି ଇଭେଣ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇବାକୁ ସକ୍ଷମ ହୋଇଛି ଭାରତ। ୨୦୦୩ ବିଶ୍ୱକପ ପରଠାରୁ ଭାରତ କେବେ ହେଲେ ଆଇସିସିର କୌଣସି ଇଭେଣ୍ଟରେ କ୍ୱିୱି ଟିମକୁ ହରାଇ ନଥିଲା। କିନ୍ତୁ ଚଳିତ ବିଶ୍ୱକରେ ଅପରାଜେୟ ଭାରତ ଇତିହାସକୁ ବଦଳାଇଛି। 

ଚଳିତ ବିଶ୍ୱକରେ ସେ କ୍ରମାଗତ ଦ୍ୱିତୀୟ ଶତକରୁ ଅଳ୍ପପ ଦୂରରେ ରହି ଯାଇଛନ୍ତି। ସେ ୧୦୪ ବଲରେ ୯୫ ରନ କରି ଆଉଟ ହୋଇଛନ୍ତି। ଯଦି ଆଜି ସେ ଶତକ ହାସଲ କରି ଥାଆନ୍ତେ, ତା’ହେଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଦିନିକିଆ ରେକର୍ଡର ସମକକ୍ଷ ହୋଇ ଯାଇଥାଆନ୍ତେ। ସଚିନ ୪୯ଟି ଶତକ ମାରିଥିବା ବେଳେ ବିରାଟ ୪୮ଟି ଶତକ ମାରିଛନ୍ତି। 

Also Read

ବିରାଟଙ୍କ ୯୫ ରନ ବଳରେ ଭାରତ ୨୦୧୯ ସେମି ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନ୍ୟୁଜିଲ୍ୟାଣ୍ଡ ଠାରୁ ନେଇଛି। ୨୦୧୯ରେ ବିଶ୍ୱକପ ସେମିରେ କ୍ୱିୱି ଟିମ ଭାରତକୁ ୧୮ରେ ହରାଇ ଟୁର୍ଣ୍ଣାମେଣ୍ଟରୁ ବିଦା କରିଥିଲା। ଆଜି ଭାରତ ସେହି ଦଳକୁ ୪ ୱିକେଟ ହରାଇ ଦେଇଛି। ଏଥିସହ ଚଳିତ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ବିଜୟଧାରାରେ ବ୍ରେକ ଲଗାଇଛି। ଭାରତ କ୍ରମାଗତ ୫ମ ବିଜୟ ସହ ବିଶ୍ୱକପ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ମଧ୍ୟ ଦଖଲ କରିଛି। ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟକୁ ଖସିଛି। 

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଡାରେଲ ମିଚେଲଙ୍କ ୧୩୦ ଓ ରଚିନ ରବୀନ୍ଦ୍ରଙ୍କ ୬୦ ରନ ବଳରେ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୩ ରନ କରିଥିଲା। ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ସର୍ବାଧିକ ୫ଟି ୱିକେଟ ନେଇଥିଲେ। ୨୭୪ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ୧୨ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ବିରାଟ ୯୫ ରନ କରି ଆଉଟ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ଅପରାଜିତ ୩୯ ରନର ଇନିଂସ ଖେଳିଛନ୍ତି। ଜାଡେଜା ଚୌକା ମାରି ଭାରତକୁ ବିଜୟ ଭେଟି ଦେଇଛନ୍ତି। ବୋଲିଂରେ କମାଲ କରିଥିବା ମହମ୍ମଦ ଶାମିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ପୁରସ୍କାର ମିଳିଛି। 

ଧର୍ମଶାଲାରେ ୨୭୪ ରନର ଟାର୍ଗେଟ ପାଇଥିବେ ଭାରତକୁ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଷ୍ଟାର୍ଟ ଦେଇଥିଲେ। ତାଙ୍କୁ ଶୁବମନ ଗିଲ୍‌ ଭରପୂର ସାଥ ଦେଇଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୧ ଓଭର୍‌ରେ ୭୧ ରନ ଯୋଡ଼ିଥିଲେ। ଏତିକି ବେଳେ ରୋହିତ ୪୦ ବଲରେ ୪୬ ରନ କରି ଆଉଟ ହୋଇଯାଇଥିଲେ। ଗିଲ୍‌ ମଧ୍ୟ ୨୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ଉଭୟଙ୍କ ୱିକେଟ ଲକି ଫର୍ଗୁସନଙ୍କ ଖାତାକୁ ଯାଇଥିଲା।

ଏହାପରେ ବିରାଟ ଓ ଶ୍ରେୟସ ଆୟର ସ୍ଥିତି ସମ୍ଭାଳିଥିଲେ। ଉଭୟ ୩ୟ ୱିକେଟ ପାଇଁ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ବିଶେଷ କରି ଆୟରଙ୍କ ବ୍ୟାଟ୍‌ରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। କିନ୍ତୁ ଦଳୀୟ ସ୍କୋର ୧୨୮ ଥିବା ବେଳେ ଆୟର ଶଟ ବଲକୁ ପୁଲ ମାରିବାକୁ ଚେଷ୍ଟା କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ସେ ୨୯ ବଲରେ ୩୩ ରନ କରିଥିଲେ।

ଏହାପରେ ବିରାଟଙ୍କ ସହ ଯୋଗ ଦେଇଥିଲେ କେଏଲ ରାହୁଲ। ଉଭୟ ୫୦ ରନର ଭାଗିଦାରୀ ମଧ୍ୟ କରିଥିଲେ। ଦଳୀୟ ସ୍କୋର ୧୮୨ ଥିବା ବେଳେ ରାହୁଲ(୨୭)ଙ୍କୁ ମିଚେଲ ସାଣ୍ଟନର ଏଲବିଡବ୍ଲ୍ୟୁ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ। ରାହୁଲ ଚଳିତ ବିଶ୍ୱକପରେ ପ୍ରଥମଥର ଆଉଟ ହୋଇଥିଲେ। ଏହାପୂର୍ବରୁ ୪ଟି ଯାକ ମ୍ୟାଚ୍‌ରେ ସେ ଅପରାଜିତ ରହି ଭାରତକୁ ଜିତାଇଥିଲେ।

ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ସୂର୍ଯ୍ୟ କୁମାର ଯାଦବ ଆଜି କେବଳ ୨ ରନ କରି ରନ ଆଉଟ ହୋଇଯାଇଥିଲେ। ଏସବୁ ଭିତରେ ବିରାଟ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ତାଙ୍କୁ ରବୀନ୍ଦ୍ର ଜାଡେଜା କେବଳ ସାଥ ଦେଇ ନଥିଲେ। ବରଂ ସେ ମଧ୍ୟ ବଡ଼ବଡ଼ ଶଟ ଖେଳିବାରେ ଲାଗିଥିଲେ।

ଶେଷ ୫ ଓଭର୍‌ରେ ଭାରତକୁ ଜିତିବା ପାଇଁ ୨୬ ରନର ଆବଶ୍ୟକ ଥିଲା। ୪୬ତମ ଓଭର ବୋଲିଂ କରୁଥିବା ରଚିନ ରବୀନ୍ଦ୍ରଙ୍କ ଠାରୁ ବିରାଟ ଓ ଜାଡେଜା ମିଳିତ ଭାବେ ୭ ରନ ଆଦାୟ କରିଥିଲେ। ୪୭ତମ ଓଭର ବୋଲିଂ କରିବାକୁ ଆସିଥିଲେ ଟ୍ରେଣ୍ଟ ବୋଲ୍ଟ। ତାଙ୍କୁ ବିରାଟ ୬କା ମାରି ସ୍ୱାଗତ କରିଥିଲେ। ସେହିପରି ତୃତୀୟ ବଲରେ ଚୌକା ମାରି ବ୍ୟକ୍ତିଗତ ଭାବେ ୯୨ ରନରେ ସେ ପହଞ୍ଚି ଯାଇଥିଲେ। ଭାରତକୁ ଜିତିବା ପାଇଁ ୮ ରନ ଦରକାର ଥିଲା ବେଳେ ବିରାଟ ମଧ୍ୟ ଶତକ ଠାରୁ ସମାନ ସଂଖ୍ୟକ ରନ ପଛରେ ଥିଲେ। ବୋଲ୍ଟଙ୍କ ୫ମ ବଲରେ ବିରାଟ ୧ ରନ ନେଇଥିଲେ। ଶେଷ ବଲକୁ ଜାଡେଜା ଡିଫେନ୍ସ କରି ନେଇଥିଲେ। 

୪୮ତମ ଓଭର ବୋଲିଂ କରିବାକୁ ଆସିଥିବା ମ୍ୟାଟ ହେନରୀଙ୍କ ପ୍ରଥମ ବଲରୁ ବିରାଟ ୨ ରନ ଆଦାୟ କରିଥିଲେ। ଏହାର ପରବର୍ତ୍ତୀ ବଲକୁ ସେ ଥାର୍ଡ ମ୍ୟାନ ଅଞ୍ଚଳରେ ଖେଳିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ରନ ହୋଇ ନଥିଲା। ତୃତୀୟ ବଲରେ ବିରାଟ ୧ ରନ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଜାଡେଜା ତାଙ୍କୁ ଶତକ ହାସଲ ପାଇଁ କହି ରନ ନେଇ ନଥିଲେ। କିନ୍ତୁ ୪ର୍ଥ ବଲରେ ସେ ଛକା ମାରିବାକୁ ଯାଉ ବାଉଣ୍ଡରୀ ପାଖରେ ଧରା ପଡ଼ି ଯାଇଥିଲେ। ଫଳରେ ଏକ ନିଶ୍ଚିତ ଶତକୁ ବଞ୍ଚିତ ହୋଇ ବିରାଟ ୯୫ ରନରେ ପ୍ୟାଭିଲିୟନ ଫେରିଥିଲେ। 

ଏହାପରେ ଶାମି ପ୍ରଥମ ବଲରେ ୧ ରନ ନେଇ ଜାଡେଜାଙ୍କୁ ଷ୍ଟ୍ରାଇକ ଦେଇଥିଲେ। ଜାଡେଜା ବେଶ ଷ୍ଟାଇଲରେ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story