Advertisment

ବିଶ୍ୱକପ୍ 2023: ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି

୧୩ତମ ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆଜିଠୁ ଆରମ୍ଭ ହୋଇଛି ବିଶ୍ୱକପ ମହାସମର। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ୧୩ତମ ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ। ଅପରାହ୍ନ ୨ଟାରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। 

Advertisment

ଆଇସିସି ବିଶ୍ୱକପ 2019 ଫାଇନାଲ ମ୍ୟାଚ୍ ପରି ଆଉ ଏକ ରୋମାଞ୍ଚକର ମ୍ୟାଚକୁ ଅପେକ୍ଷା କରିଛନ୍ତି ଦର୍ଶକ। ସେପଟେ ଦୁଇ ଟିମର ଦୁଇ ଜଣ ଷ୍ଟାର୍ ପ୍ଲେୟର୍ ବାଦ୍ ପଡିଛନ୍ତି। ଆହତ କାରଣରୁ ଇଂଲଣ୍ଡର ବେନ ଷ୍ଟୋକ୍ସ ଏବଂ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି। 

ଟମ୍ ଲାଥମ ନ୍ୟୁଜିଲାଣ୍ଡର ଅଧିନାୟକ ଥିବାବେଳେ ଜୋଶ ବଟଲର୍ ଇଂଲଣ୍ଡର ଅଧିନାୟକ ଭାର ତୁଲାଉଛନ୍ତି।

Advertisment

ଆଇସିସି ବିଶ୍ୱକପ୍ ଚଳିତ ସଂସ୍କରଣରେ ଭାରତ ଆୟୋଜକ ଟିମ୍ ଥିବାରୁ କ୍ରିକେଟ କ୍ରେଜ୍ ଦୁଇଗୁଣା ହୋଇଯାଇଛି। କ୍ରିକେଟ କ୍ରେଜକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି ବିସିସିଆଇ। ଖବର ଅନୁସାରେ, ଷ୍ଟାଡିୟମରେ ଫ୍ୟାନ୍ସଙ୍କ ପାଇଁ ମାଗଣାରେ ପିଇବା ପାଣି ଏବଂ ମିନେରାଲ୍ ୱାଟରର ସୁବିଧା କରିଛି।  

ଗତଥରର ବିଜେତା ଇଂଲଣ୍ଡ ଟିମ୍‌ରେ ଆଜି ଖେଳୁଛନ୍ତି ଜନ୍ନି ବେୟାରଷ୍ଟୋ, ଡାୱିଡ୍ ମଲାନ, ଜୋ ରୁଟ, ହ୍ୟାରି ବ୍ରୁକ, ଜୋଶ ବଟଲର (ଅଧିନାୟକ), ମୋଇନ ଅଲୀ, ଲିଆମ ଲିଭିଙ୍ଗଷ୍ଟୋନ, କ୍ରିସ ୱିକ୍ସ, ସାମ କରନାନ, ଅଦିଲ ରଶିଦ ଓ ମାର୍କ ଉଡ୍‌। 

ସେହିପରି ନ୍ୟୁଜିଲ୍ୟାଣ୍ଡ ତରଫରୁ ଆଜି ଚୂଡ଼ାନ୍ତ ଏକାଦଶରେ ଅଛନ୍ତି- ଡେଭୋନକନୱେ, ୱିଲ ୟଙ୍ଗ, ରଚିନ ରବୀନ୍ଦ୍ର,ଡାର୍ଲିମିଚେଲ, ଟମ୍ ଲାଥମ(ଅଧିନାୟକ, ୱିକେଟ କିପର), ଗ୍ଲେନଫିଲିପ୍ସ, ମାର୍କ ଚ୍ୟାପମ୍ୟାନ, ଜିମ୍ମି ନୀଶମ, ମିଚେଲ ସାଣ୍ଟର, ମ୍ୟାଟ୍ ହେନରୀ ଓ ଟ୍ରେଣ୍ଟ ବୋଲ୍ଟ।

Cricket Sports CWC 2023 World Cup