Advertisment

ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ଶୁବମନ ଗିଲ୍? ହସ୍ପିଟାଲରୁ ହେଲେ ଡିସଚାର୍ଜ

ପିଟିଆଇ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ଆଜି ସକାଳେ ଚେନ୍ନାଇର ଡାକ୍ତରଖାନାରୁ ଶୁବମନ ଗିଲଙ୍କୁ ଡିସଚାର୍ଜ କରାଯାଇଛି।

Subman Gill

Subman Gill

Advertisment

ଚିକିତ୍ସା ପରେ ଚେନ୍ନାଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ଭାରତୀୟ ଷ୍ଟାର୍ ବ୍ୟାଟର୍ ଶୁବମନ ଗିଲ୍। ଡେଙ୍ଗୁ ଆକ୍ରାନ୍ତ ପରେ ପ୍ଲେଟଲେଟ୍ ହ୍ରାସ ପାଇଥିବାରୁ ଅସୁସ୍ଥ ଥିଲେ ଗିଲ୍। ଚିକିତ୍ସା ପରେ ଗିଲଙ୍କୁ ଡିସଚାର୍ଜ କରିଛନ୍ତି ଡାକ୍ତର। ମାତ୍ର ପାକିସ୍ତାନ ବିପକ୍ଷ ବିଶ୍ପକପ୍ ମ୍ୟାଚ୍ ଖେଳିବା ନେଇ ସୃଷ୍ଟି ହେଉଛି ଦ୍ୱନ୍ଦ୍ୱ।

Advertisment

ପିଟିଆଇ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ଆଜି ସକାଳେ ଚେନ୍ନାଇର ଡାକ୍ତରଖାନାରୁ ଶୁବମନ ଗିଲଙ୍କୁ ଡିସଚାର୍ଜ କରାଯାଇଛି। କିନ୍ତୁ ଏବେ ବି ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ତଦାରଖ କରିବେ। କାରଣ ଗିଲଙ୍କ ପ୍ଲେଟଲେଟ୍ ଦୁର୍ବଳ ରହିଛି। 

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ଦିଲ୍ଲୀ ଗସ୍ତ ପୂର୍ବରୁ ଗିଲଙ୍କ ପ୍ଲେଟଲେଟ୍ ହ୍ରାସ ପାଇଥିଲା। ଏହାପରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସାଧାରଣତଃ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଦେଢ ଲକ୍ଷରୁ ସାଢେ ଚାରି ଲକ୍ଷ ମଧ୍ୟରେ ପ୍ଲେଟଲେଟ୍ ରହିବା କଥା। କିନ୍ତୁ ଗିଲଙ୍କ ପ୍ଲେଟଲଟ୍ 90 ହଜାରକୁ ଖସି ଆସିଥିଲା। 

Advertisment

ଏଥିପାଇଁ ବିଶ୍ୱକପ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍ ପଡିଛନ୍ତି ଗିଲ୍। ବର୍ତ୍ତମାନ ସେ ସାମାନ୍ୟ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାରୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଯେତିକି ଆଶା ଉଜ୍ଜିବିତ ହେଉଛି ସେତିକି ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହେଉଛି। କାରଣ ଗିଲଙ୍କ ସ୍ୱାସ୍ଥ୍ୟ ଉପରେ ସବୁକିଛି ନିର୍ଭର କରୁଛି।

ଅକ୍ଟୋବର 14ରେ ଅହମ୍ମଦାବାଦରେ ପାକିସ୍ତାନକୁ ଭେଟିବ ଭାରତ। ଏଥିପାଇଁ ଆଉ 5 ଦିନ ଥିବାରୁ ଗିଲ୍ ସୁସ୍ଥ ହୋଇପାରନ୍ତି ଏବଂ ପାକିସ୍ତାନ ବିପକ୍ଷ ମ୍ୟାଚରେ ସାମିଲ୍ ହୋଇପାରନ୍ତି ବୋଲି ଆଶା କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିସିସିଆଇ ଏନେଇ କୌଣସି ରିପୋର୍ଟ ପ୍ରକାଶ କରିନାହିଁ।

Cricket Shubman Gill Shubman Gill Tests Dengue Shubman Gill Discharged World Cup 2023 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe