Advertisment

ବିଶ୍ୱକପ୍ ଥିଲା କି କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ ଶେଷ ଅଭିଯାନ?

ବିଶ୍ୱକପ ଫାଇନାଲରେ ଦୁଃଖଦ ବିଦାୟ ସହ ସରିଛି ଭାରତୀୟ ଟିମର ମୁଖ୍ୟ କୋଚଙ୍କ କାର୍ଯ୍ୟକାଳ। ଗତକାଲି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଚୁକ୍ତିଭିତ୍ତିକ କାର୍ଯ୍ୟକାଳ ଶେଷ ହୋଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Rahul Dravid

Rahul Dravid

ବିଶ୍ୱକପ ଫାଇନାଲରେ ଦୁଃଖଦ ବିଦାୟ ସହ ସରିଛି ଭାରତୀୟ ଟିମର ମୁଖ୍ୟ କୋଚଙ୍କ କାର୍ଯ୍ୟକାଳ। ଗତକାଲି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଚୁକ୍ତିଭିତ୍ତିକ କାର୍ଯ୍ୟକାଳ ଶେଷ ହୋଇଛି। ଦୁଇ ବର୍ଷ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବା ପରେ ଆଗକୁ ଦଳ ସହ ରହିବେ କି ନାହିଁ, କଣ ରହିଛି ତାଙ୍କ ଭବିଷ୍ୟତ ଯୋଜନା, ଫାଇନାଲ୍ ମ୍ୟାଚକୁ ନେଇ ରାହୁଲ କଣ କହନ୍ତି, ଜାଣନ୍ତୁ...

Advertisment

ଭାରତର ପୂର୍ବତନ ଅଧିନାୟକ ତଥା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏଥିପାଇଁ ସମୟ ଆବଶ୍ୟକ, ଆଗକୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ରହିବି କି ନାହିଁ ବିଚାର କରିବା ପାଇଁ ସମୟ ଆବଶ୍ୟକ।" 

ସେ ତାଙ୍କର ଭବିଷ୍ୟତ ଯୋଜନା କଣ ରଖିଛନ୍ତି ଏବଂ କୌଣସି ଗୋଟିଏ ଫର୍ମାଟରେ ପ୍ରଶିକ୍ଷଣ ଦେବାକୁ ଯୋଜନା କରୁଛନ୍ତି କି ପ୍ରଶ୍ନରେ କହିଛନ୍ତି, "ମୁଁ ଏ ବିଷୟରେ ଚିନ୍ତା କରି ନାହିଁ। ବର୍ତ୍ତମାନ ମୁଁ ବିଶ୍ୱକପ ଫାଇନାଲ୍ ମ୍ୟାଚରୁ ଆସିଛି। ଏ ବିଷୟରେ ଚିନ୍ତା କରିବା ପାଇଁ ମୋ ପାଖରେ ସମୟ ନାହିଁ। ବର୍ତ୍ତମାନ ସମୟରେ ମୁଁ କେବଳ ଏହି ଅଭିଯାନ ଉପରେ ଧ୍ୟାନ ଦେଇଥିଲି, ତା' ଛଡ଼ା ମୋ ମନରେ ଆଉ କିଛି ନଥିଲା।" ଭବିଷ୍ୟତରେ କ’ଣ ହେବ ସେ ବିଷୟରେ ମୋର ଅନ୍ୟ କୌଣସି ଚିନ୍ତା ମଧ୍ୟ ନଥିଲା ବୋଲି ଦ୍ରାବିଡ କହିଛନ୍ତି।

Advertisment

ଦ୍ରାବିଡ ଆହୁରି କହିଛନ୍ତି ଯେ, ସେ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ କଣ କରିଛନ୍ତି ତାକୁ ବିଶ୍ଳେଷଣ କରିବାରେ ବିଶ୍ୱାସ କରନ୍ତିନି। "ସତ କହିବାକୁ ଗଲେ, ନିଜକୁ ମୂଲ୍ୟାଙ୍କନ କିମ୍ବା ବିଶ୍ଳେଷଣ କରୁଥିବା ବ୍ୟକ୍ତିଙ୍କ ଭଳି ମୁଁ ନୁହେଁ। ମୁଁ ଟିମ୍ ପ୍ଲେୟରଙ୍କ ସହ କାମ କରିଥିବାରୁ ଗର୍ବିତ। ଗତ ଦୁଇ ବର୍ଷ ମଧ୍ୟରେ ସବୁ ଫର୍ମାଟରେ ଖେଳାଳିଙ୍କ ସହ କାମ କରିବା ମୋ ପାଇଁ ଏକ ସୌଭାଗ୍ୟ ଥିଲା।"

ଆସନ୍ତା ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-20 ବିଶ୍ୱକପ ସମୟରେ ସେ ଦଳର ମାର୍ଗଦର୍ଶନ କରିବାକୁ ଆଗ୍ରହୀ କି ନାହିଁ ପ୍ରଶ୍ନରେ ଦ୍ରାବିଡ଼ କହିଛନ୍ତି, "ମୁଁ ଏ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ।" 

"ସତ କହିବାକୁ ଗଲେ, ମୁଁ ଏ ବିଷୟରେ ଚିନ୍ତା କରି ନାହିଁ। ଆମର ସବୁ ଉଦ୍ୟମ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଏବଂ ଏହି ଟୁର୍ନାମେଣ୍ଟ ଉପରେ ହିଁ ଥିଲା। ଭବିଷ୍ୟତରେ କଣ ଘଟିବ ସେଥିପାଇଁ ମୋର କୌଣସି ଯୋଜନା ନାହିଁ। 2027 ବିଶ୍ୱକପ୍ ଦଳରେ ମଧ୍ୟ କିଏ ରହିବେ କିଏ ରହିବେ ନାହିଁ ସେ ଉପରେ ମଧ୍ୟ ଚିନ୍ତା କରୁନାହିଁ। ଏଥିପାଇଁ ବହୁତ ସମୟ ଅଛି।" 

Rahul Dravid Team India World Cup Rahul Dravid Last Working Day India Team Head Coach