Advertisment

ଟସ୍‌ ଜିତିଲା ଭାରତ, କରିବ ବ୍ୟାଟିଂ

ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ।

author-image
Madhupriya Mistry
ଅଦ୍ୟତନ ହୋଇଛି
ICC World Cup23

ICC World Cup23

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେଲା ମହାମୁକାବିଲା। ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଟିମ୍‌। ସେହିପରି ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ। ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

Advertisment

ଚଳିତ ବିଶ୍ୱକପରେ ଭାରତ ଅପରାଜେୟ ରହିଛି। ଏଥର ଦଳ ୯ ମ୍ୟାଚ୍‌ରୁ ୯ ବିଜୟ ହାସଲ କରିଛି। ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆ ବିଶ୍ୱକପରେ ସମସ୍ତ ମ୍ୟାଚ୍‌ ଜିତି ବିଶ୍ୱ ବିଜେତା ହୋଇଥିଲା। ଏବେ ଭାରତ ମଧ୍ୟ ସେହି ଦିଗରେ ଯାଉଛି।

ଭାରତ ପାଇଁ ବର୍ତ୍ତମାନ ସବୁ କିଛି ଠିକ ଠାକ ଚାଲିଛି। ରୋହିତ ଶର୍ମା ବିଶ୍ୱକପରେ ଜବରଦସ୍ତ ଢଙ୍ଗରେ ନେତୃତ୍ୱ ନେଉଛନ୍ତି। ଆରମ୍ଭରୁ ହିଁ ଆଟାକିଂ ଶଟ ଖେଳି ପ୍ରତିପକ୍ଷଙ୍କୁ ଧରାଶାୟୀ କରୁଛନ୍ତି। ବିରାଟ କୋହଲି ୯ ମ୍ୟାଚ୍‌ରୁ ୫୯୩ ରନ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ୨୦୧୯ ବିଶ୍ୱକପରେ ଭାରତର ମଧ୍ୟକ୍ରମ କାମ ଦେଉ ନଥିଲେ। କିନ୍ତୁ ୨୦୨୩ରେ ଶ୍ରେୟସ ଆୟର ଓ କେଏଲ ରାହୁଲ ରନ କରୁଛନ୍ତି।

Advertisment

 ଆଜି ଦଳର ମୁକାବିଲା ୨୦୧୯ର ରନର୍ସ ଅପ ନ୍ୟୁଜିଲ୍ୟାଣ୍ଡ ସହ ହେଉଛି। ଘରୋଇ ଦର୍ଶକଙ୍କ ଆଗରେ ଖେଳିବା ଭାରତକୁ ସହାୟକ ହେବ। କିନ୍ତୁ ଇତିହାସ ମେନ ଇନ ବ୍ଲ୍ୟୁ ସପକ୍ଷରେ ନାହିଁ। ଆଇସିସି ଇଭେଣ୍ଟରେ କ୍ୱିୱି ଟିମର ଦବଦବା ରହିଛି।

ଆଇସିସିର ସୀମିତ ଓଭର ଫର୍ମାଟରେ ଏଯାଏ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ୧୩ ଥର ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଭାରତ କେବଳ ୪ ଥର ଜିତିବାକୁ ସକ୍ଷମ ହୋଇଛି। ଅବଶ୍ୟ ଚଳିତ ବିଶ୍ୱକପର ଲିଗ ପର୍ଯ୍ୟାୟରେ ଭାରତ ଧର୍ମଶାଳାରେ କ୍ୱିୱି ଟିମକୁ ହରାଇଥିଲା। ହେଲେ ପଲଟ ବାର କରିବାରେ ବ୍ଲାକ କ୍ୟାପ୍ସ ମାହିର।

ICC World Cup 2023 India Vs New Zealand