Advertisment

ରାଜସ୍ଥାନ ରୟାଲ୍ସ ଟିମରେ ବିଶ୍ୱର ଏକ ନମ୍ବର ବୋଲର୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆଉ ମାସରେ କମ୍ ସମୟ ବାକି ରହିଲା। ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏକ ବଡ଼ ଖେଳାଳିଙ୍କୁ ନିଜ ଟିମରେ ସାମିଲ୍ କରିଛି। ରାଜସ୍ଥାନ ରୟାଲ୍ସ ଦୁନିଆର ଏକ ନମ୍ବର ଟି-୨୦ ବୋଲର ତାବରେଜ୍ ଶାମସୀଙ୍କ ସହ ଚୁକ୍ତି କରିଛି। ଦକ୍ଷିଣ ଆଫ୍ରିକାର ଏହି ଚାଇନାମ୍ୟାନ୍ ବୋଲର ଗତ କିଛି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି। ଶାମସୀ ଅଷ୍ଟ୍ରେଲିଆର ପେସ୍ ବୋଲର ଆଣ୍ଡ୍ର୍ୟୁ ଟାଇଙ୍କ […]

ରାଜସ୍ଥାନ ରୟାଲ୍ସ ଟିମରେ ବିଶ୍ୱର ଏକ ନମ୍ବର ବୋଲର୍

tabraiz-shamsi

Advertisment

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆଉ ମାସରେ କମ୍ ସମୟ ବାକି ରହିଲା। ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏକ ବଡ଼ ଖେଳାଳିଙ୍କୁ ନିଜ ଟିମରେ ସାମିଲ୍ କରିଛି। ରାଜସ୍ଥାନ ରୟାଲ୍ସ ଦୁନିଆର ଏକ ନମ୍ବର ଟି-୨୦ ବୋଲର ତାବରେଜ୍ ଶାମସୀଙ୍କ ସହ ଚୁକ୍ତି କରିଛି। ଦକ୍ଷିଣ ଆଫ୍ରିକାର ଏହି ଚାଇନାମ୍ୟାନ୍ ବୋଲର ଗତ କିଛି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି।

Advertisment

ଶାମସୀ ଅଷ୍ଟ୍ରେଲିଆର ପେସ୍ ବୋଲର ଆଣ୍ଡ୍ର୍ୟୁ ଟାଇଙ୍କ ସ୍ଥାନ ନେବେ। ଟାଇ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲର ବାକି ମ୍ୟାଚରୁ ଓହରି ଯାଇଛନ୍ତି। ରାଜସ୍ଥାନ ରୟାଲ୍ସ ଚଳିତ ସଂସ୍କରଣର ବାକି ମ୍ୟାଚ୍ ପାଇଁ ଦ୍ୱିତୀୟ ପରିବର୍ତ୍ତନ କରିଛନ୍ତି। ଏହା ପୂର୍ବରୁ ରାଜସ୍ଥାନ ନ୍ୟୁଜିଲ୍ୟାଣ୍ଡ୍ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ଫିଲିପ୍ସଙ୍କୁ ଟିମରେ ସାମିଲ୍ କରିଥିଲା।

୩୧ ବର୍ଷୀୟ ଶାମସୀ ଦକ୍ଷିଣ ଆଫ୍ରିକା ଘରୋଇ କ୍ରିକେଟରେ ଟାଇଟନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରନ୍ତି। ୨୦୧୭ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେବ୍ୟୁ କରିଥିବା ଶାମସୀ ୩୯ ଟି-୨୦ ମ୍ୟାଚ୍ ଖେଳି ୪୫ ୱିକେଟ୍ ନେଇଛନ୍ତି। ସେହିପରି ସେ ୨୭ ଦିନିକିଆରେ ୩୨ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଇପିଏଲରେ ଶାମସୀ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ୪ଟି ମ୍ୟାଚ୍ ଖେଳି ୩ଟି ୱିକେଟ ନେଇଛନ୍ତି। ୨୦୧୬ରେ ସେ ଆରସିବି ପାଇଁ ବଦଳ ଖେଳାଳି ଭାବେ ସ୍ଥାନ ପାଇଥିଲେ।

Advertisment

ଆଇପିଏଲର ବାକି ମ୍ୟାଚ୍ ୟୁଏଇରେ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ। ସେପ୍ଟେମ୍ବର ୨୧ ତାରିଖରେ ରାଜସ୍ଥାନ ରୟାଲ୍ସ କିଙ୍ଗସ୍ ପଞ୍ଜାବ ବିପକ୍ଷ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ। ବେନ୍ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତି ସତ୍ତ୍ୱେ ରାଜସ୍ଥାନ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଛି। ଟିମ୍ ଏପର୍ଯ୍ୟନ୍ତ ୭ ମ୍ୟାଚରୁ ୩ ବିଜୟ ହାସଲ କରିଛି। ବାକି ୭ଟି ମ୍ୟାଚରେ ରାଜସ୍ଥାନ ଅତିକମରେ ୫ଟି ମୁକାବିଲା ଜିତି ପ୍ଲେଅଫରେ ସ୍ଥାନ ହାସଲ କରିବାକୁ ଚାହିଁବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe