Advertisment

ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳିଙ୍କୁ ଅଣଦେଖା, ଆସିଲା ଏମିତି ପ୍ରତିକ୍ରିୟା

ମୁମ୍ବାଇ: ଆଇପିଏଲର ଅନ୍ୟତମ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି ଚଳିତ ସଂସ୍କରଣର ଚତୁର୍ଥ ମ୍ୟାଚରେ। ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍। ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୨୧ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଖେଳିଥିଲେ ଦମଦାର ଶତକୀୟ ଇନିଂସ୍। ସେ ମାତ୍ର ୬୩ ବଲରେ ୧୧୯ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୨ ଚୌକା ଓ ୭ […]

author-image
Ranjit Kumar Jena
ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳିଙ୍କୁ ଅଣଦେଖା, ଆସିଲା ଏମିତି ପ୍ରତିକ୍ରିୟା

samson-and-morris

ମୁମ୍ବାଇ: ଆଇପିଏଲର ଅନ୍ୟତମ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି ଚଳିତ ସଂସ୍କରଣର ଚତୁର୍ଥ ମ୍ୟାଚରେ। ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍। ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୨୧ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଖେଳିଥିଲେ ଦମଦାର ଶତକୀୟ ଇନିଂସ୍। ସେ ମାତ୍ର ୬୩ ବଲରେ ୧୧୯ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୨ ଚୌକା ଓ ୭ ବିଶାଳ ଛକା ସାମିଲ୍ ଥିଲା। ଏହି ଦମଦାର ଇନିଂସ୍ ସତ୍ତ୍ୱେ ରାଜସ୍ଥାନ ମ୍ୟାଚ୍ ଜିତିପାରିନଥିଲା।

Advertisment

ରାଜସ୍ଥାନର ଏହି ପରାଜୟ ପାଇଁ କ୍ୟାପଟେନ୍ ସାମସନଙ୍କୁ ଦାୟୀ କରାଯାଉଛି। ଶେଷ ଦୁଇ ବଲରେ ରାଜସ୍ଥାନକୁ ବିଜୟ ପାଇଁ ୫ ରନ୍ ଆବଶ୍ୟକ ଥିଲା। ନନଷ୍ଟ୍ରାଇକର୍ ଏଣ୍ଡରେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଉପସ୍ଥିତ ଥିଲେ। ଏହି ସମୟରେ ଷ୍ଟ୍ରାଇକରେ ଥିବା ସାମସନ୍ ପଞ୍ଚମ ବଲକୁ ଡିପ୍ ଏକ୍ସଟ୍ରା କଭରକୁ ଶଟ୍ ମାରିଥିଲେ। ନନଷ୍ଟ୍ରାଇକର ଏଣ୍ଡରେ ଥିବା ମୋରିସ୍ ଦୌଡ଼ିକି ଅଧା କ୍ରିଜ୍ ଅତିକ୍ରମ କରିସାରିଥିଲେ, କିନ୍ତୁ ଷ୍ଟାଇକ୍ କରୁଥିବା ସାମସନ୍ ରନ୍ ନେବାକୁ ମନା କରିଦେଇଥିଲେ। ଯାହା ଫଳରେ ମୋରିସ୍ ପୁଣିଥରେ ନନଷ୍ଟ୍ରାଇକର ଏଣ୍ଡକୁ ଦୌଡ଼ି ପଳାଇ ଆସିଥିଲେ। ସାମସନ୍ ଭାବିଥିଲେ ଯେ ଶେଷ ବଲରେ ଛକା ମାରି ଦଳକୁ ଜିତାଇବେ। କିନ୍ତୁ ବାଜି ଓଲଟା ପଡ଼ିଗଲା, ବଡ଼ ଶଟ୍ ଖେଳିବା ପ୍ରୟାସରେ ସାମସନ୍ କ୍ୟାଚ୍ ହୋଇଥିଲେ। ଏଥିସହ ରାଜସ୍ଥାନ ମ୍ୟାଚରେ ପରାସ୍ତ ହୋଇଥିଲା।

ଯଦି ସାମସନ୍ ପଞ୍ଚମ ବଲରେ ସିଙ୍ଗଲ ନେଇଥାନ୍ତେ, ତାହେଲେ ମୋରିସ୍ ହୁଏତ ଶେଷ ବଲରେ ବାଉଣ୍ଡ୍ରୀ ମାରି ଦଳକୁ ଜିତାଇପାରିଥାନ୍ତେ। କିନ୍ତୁ କ୍ୟାପଟେନ୍ ସାମସନଙ୍କର ନିଜ ଅପେକ୍ଷା ମୋରିସଙ୍କ ଉପରେ ସେତେଟା ଭରସା ନଥିଲା। ଏହି କାରଣରୁ ସେ ନିଜେ ରିସ୍କ ନେବାକୁ ନିଷ୍ପତ୍ତି ନେଇଥିଲେ। ସାମସନଙ୍କ ଏହି ନିଷ୍ପତ୍ତି ପରେ ସାରା ଦୁନିଆରେ ସୋଶାଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସିଛି। କିଛି ସାମସନଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିବା ବେଳେ କେହି ସମାଲୋଚନା ମଧ୍ୟ କରିଛନ୍ତି।

Advertisment

https://twitter.com/sanjaymanjrekar/status/1381671527897124866?s=20

https://twitter.com/Ben_Wisden/status/1381671869691088901?s=20

https://twitter.com/cricketwallah/status/1381672978459488260?s=20

https://twitter.com/TheCricketGirll/status/1381671936464285699?s=20

ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର ସାମସନଙ୍କୁ ସମର୍ଥନ କରି ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି, ଯେହେତୁ ମୋରିସ୍ ନୂଆ କରି ବ୍ୟାଟିଂ କରିବାକୁ ଆସିଥିଲେ, ତେଣୁ ସାମସନ୍ ଶେଷ ବଲରେ ଛକା ମାରି ଦଳକୁ ଜିତାଇବାକୁ ଚାହୁଁଥିଲେ। ସାମସନଙ୍କ ଏହି ନିଷତ୍ତି ଆଦୌ ଠିକ୍ ଥିଲା।

ସେହିପରି ବେନ୍ ଗାର୍ଡନର୍ କହିଛନ୍ତି, ଫଳାଫଳ ନିଶ୍ଚିତ ନୈରାଶ୍ୟଜନକ। ମୋ ମତରେ ପଞ୍ଚମ ବଲରେ ସାମସନଙ୍କର ସିଙ୍ଗଲ୍ ନ ନେବା ନିଷ୍ପତ୍ତି ଠିକ୍ ଥିଲା। ସେ ଏହି ବଲରେ ଦୁଇ ରନ୍ ନେଇପାରିନଥାନ୍ତେ। ତେଣୁ ସେ ମୋରିସଙ୍କୁ ଚୌକା ମାରିବା ସୁଯୋଗା ଦେବା ପରିବର୍ତ୍ତେ ନିଜେ ଛକା ସହ ମ୍ୟାଚ୍ ଶେଷ କରିବାକୁ ଭାବିଥିଲେ, ଯାହା ପୂରା ଠିକ୍ ନିଷ୍ପତ୍ତି ଥିଲା। ଆଉକିଛି ଫ୍ୟାନ୍ ମଜାକିଆ ଟ୍ୱିଟ୍ କରିଛନ୍ତି।

https://twitter.com/vijayprakashdkd/status/1381677571616567296?s=20

https://twitter.com/CricketWalaLdka/status/1381790166419787781?s=20

https://twitter.com/Abhithecomic/status/1381672326962376704?s=20

IPL 2021