Advertisment

ସର୍ଦ୍ଦାର ପଟେଲ ଷ୍ଟାଡିୟମର ନାଁ ହେଲା ନରେନ୍ଦ୍ର ମୋଦି ଷ୍ଟାଡିୟମ

ମୋଟେରା: ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରାରେ ନିର୍ମିତ ହୋଇଥିବା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ନାଁ ପୁଣି ବଦଳିଛି। ପ୍ରଥମେ ଏହାକୁ ସର୍ଦ୍ଦାର ପଟେଲ ଷ୍ଟାଡିୟମର ପରିଚୟ ଦିଆଯାଇଥିଲା। ଆଜି ଭାରତ-ଇଂଲଣ୍ଡ ପିଙ୍କ ବଲ୍‌ ଟେଷ୍ଟ ପୂର୍ବରୁ ଏହାକୁ ବଦଳାଇ ଦିଆଯାଇଛି। ଏଣିକି ଏହି ସର୍ବବୃହତ୍ତ ଷ୍ଟାଡିମୟର ନାଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ପରିଚୟ ପାଇବ। ସର୍ଦ୍ଦାର ପଟେଲ ନୁହେଁ ବରଂ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ଏହାକୁ ନାମିତ କରାଯାଇଛି। ଆଜିର ମ୍ୟାଚ୍‌ […]

author-image
Hemant Lenka
ଅଦ୍ୟତନ ହୋଇଛି
ସର୍ଦ୍ଦାର ପଟେଲ ଷ୍ଟାଡିୟମର ନାଁ ହେଲା ନରେନ୍ଦ୍ର ମୋଦି ଷ୍ଟାଡିୟମ

Motera

ମୋଟେରା: ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରାରେ ନିର୍ମିତ ହୋଇଥିବା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ନାଁ ପୁଣି ବଦଳିଛି। ପ୍ରଥମେ ଏହାକୁ ସର୍ଦ୍ଦାର ପଟେଲ ଷ୍ଟାଡିୟମର ପରିଚୟ ଦିଆଯାଇଥିଲା। ଆଜି ଭାରତ-ଇଂଲଣ୍ଡ ପିଙ୍କ ବଲ୍‌ ଟେଷ୍ଟ ପୂର୍ବରୁ ଏହାକୁ ବଦଳାଇ ଦିଆଯାଇଛି।

Advertisment

ଏଣିକି ଏହି ସର୍ବବୃହତ୍ତ ଷ୍ଟାଡିମୟର ନାଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ପରିଚୟ ପାଇବ। ସର୍ଦ୍ଦାର ପଟେଲ ନୁହେଁ ବରଂ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ଏହାକୁ ନାମିତ କରାଯାଇଛି।

ଆଜିର ମ୍ୟାଚ୍‌ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ କରି ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମରେ ଭୂମି ପୂଜନ କରି ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଏହି ସମୟରେ ହିଁ ଷ୍ଟାଡିୟମର ନାଁକୁ ବଦଳାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ କରାଯାଇଛି।
ଗୁଜରାଟ କ୍ରିକେଟ୍ ଆସୋସିଏସନର ସଭାପତି ଥିବାବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଏପରି ଷ୍ଟାଡିୟମ ତିଆରି କରିବାର ପରିକଳ୍ପନା କରିଥିଲେ।

Advertisment


ଏହାକୁ ନବୀକରଣ କରିବା ବଦଳରେ ବଡ଼ କରି ତିଆର କରିବାର ବୁଦ୍ଧି ମୋଦି ପ୍ରଥମେ ଦେଇଥିଲେ। ସେ ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମ ଠାରୁ ଏହା କେମିତି ଅଧିକ ବଡ଼ ହେବ, ତା’ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ। ତେଣୁ ଷ୍ଟାଡିୟମ ନିର୍ମାଣ ପଛରେ ତାଙ୍କର ବଳିଷ୍ଠ ଭୂମିକା ଥିବାରୁ ଆଜି ରାଷ୍ଟ୍ରପତି ଏହାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ନାମିତ କରିଛନ୍ତି। ଏହି ଷ୍ଟାଡିୟମରେ ଏକକାଳୀନ ଲକ୍ଷେ ୧୦ ହଜାର ଦର୍ଶକ ମ୍ୟାଚ୍‌ ଉପଭୋଗ କରିପାରିବେ।

ଆଜିର ଭୂମି ପୂଜନ କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିସିସିଆଇ ସମ୍ପାଦକ ଜୟ ଶାହ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଅସୁସ୍ଥତା କାରଣରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିଲେ।