Advertisment

WPL: ମୁମ୍ବାଇକୁ ହରାଇ ପ୍ରଥମ ଥର ଫାଇନାଲରେ ଆରସିବି

ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ହରାଇ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

author-image
Debibandita Barick
ଅଦ୍ୟତନ ହୋଇଛି
RCB Players

RCB Players

ମହିଳା ପ୍ରିମିୟମ ଲିଗ୍ ମୁକାବିଲାରେ ପ୍ରଥମ କରି ଫାଇନାଲରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଅତି ରୋମାଞ୍ଚକ ଭାବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ହରାଇ ଫାଇନାଲରେ ପହଞ୍ଚିଛି ଦଳ। 

Advertisment

ଗତକାଲି ଅରୁଣ ଜେଟଲି ଷ୍ଟାଡିୟମରେ ଖେଳା ଯାଇଥିବା ଏଲିମିନେଟର ମୁକାବିଲାରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଆରସିବି କ୍ୟାପ୍ଟେନ ସ୍ମୃତି ମନ୍ଧନା। ହେଲେ ଦଳ ପାଇଁ ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ମହଙ୍ଗା ପଡିଥିଲା। ପାୱାର ପ୍ଲେ ମଧ୍ୟରେ ଦଳ ୨୩ ରନ୍ କରି ୩ ୱିକେଟ୍ ହରାଇଥିଲା। ଶୋଫି ଡିଭାଇନ ଓ ସ୍ମୃତି ମନ୍ଧନା ୧୦ ରନ୍ କରି ପାଭିଲିଅନ ଫେରିଥିବା ବେଳେ ରିଚା ଘୋଷ ୧୪ କରିଥିଲେ।

ହେଲେ ଅଲରାଉଣ୍ଡର ଏଲିସ ପେରୀ ରକ୍ଷଣାତ୍ମକ ସର୍ଟ୍ସ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ସେ ୮ଟି ଚୌକା ଏବଂ ଗୋଟିଏ ଛକା ବଳରେ ୫୦ ବଲ୍ ବିନିମୟରେ ୬୬ ରନ୍ ସଂଗ୍ରହ କରିଥିଲେ। ନିର୍ଦ୍ଧାରିତ ଓଭର ମଧ୍ୟରେ ଦଳ ୬ ୱିକେଟ୍ ହରାଇ ୧୩୪ ରନରେ ସୀମିତ ରହିଥିଲା।

Advertisment

୧୩୫ ରନର ଟାର୍ଗେଟୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ମଧ୍ୟ ୧୩୦ ରନରେ ଅଟକି ଯାଇଥିଲା। ଫଳରେ ଦଳ ଟାଇଟଲ୍ ଦୌଡରୁ ବାଦ୍ ପଡିଯାଇଛି। ମୁମ୍ବାଇ ପକ୍ଷରୁ ଓପନିଂ କରିଥିବା ୟସ୍ତିକା ଭାଟିଆ ଓ ହେଲି ମାଥ୍ୟୁସ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲେ। ଉଭୟଙ୍କ ଭାଗିଦାରୀରେ ୨୭ ରନ୍ ହୋଇଥିବା ବେଳେ ପାଭିଲିଅନ ଫେରିଥିଲେ ମାଥ୍ୟୁସ୍। ସେ ବ୍ୟକ୍ତିଗତ 1୫ ରନ୍ ସଂଗ୍ରହ କରିଥିଲେ। ଏହାପରେ ୟସ୍ତିକାଙ୍କ ସାଥ୍ ଦେଇଥିଲେ ସ୍କିଭର ବ୍ରଣ୍ଟ୍।

ଉଭୟ ଦଳୀୟ ସ୍କୋରକୁ ୫୦ରେ ପହଞ୍ଚାଇ ଥିବାବେଳେ ୧୯ ରନ୍ କରି ଆଉଟ୍ ହୋଇ ଯାଇଥିଲେ ୟସ୍ତିକା। ଏହା ପରେ ସ୍କିଭର ବ୍ରଣ୍ଟ୍ ମଧ୍ୟ ୨୩ ରନ୍ କରି ପାଭିଲିଅନ ଫେରିଥିଲେ। ମଧ୍ୟକ୍ରମରେ ସ୍ଥିତି ସମ୍ଭାଳିଥିଲେ ହର୍ମନପ୍ରୀତ କୌର ଏବଂ ଆମେଲିଆ କେର। ଉଭୟ ଦର୍ଶନୀୟ ସର୍ଟ୍ସ ଖେଳି ଦଳର ବିଜୟ ଆଶାକୁ ଉଜ୍ଜିବୀତ କରିଥିଲେ।

ହେଲେ ଏହି ସମୟରେ ଆରସିବି ୱେମେନ ୱାରିଅରଙ୍କ ବଲ୍ କାମ କରିଥିଲା। ୧୭ତମ ଓଭରରେ ଶ୍ରେୟଙ୍କା ପାଟିଲ ହର୍ମନପ୍ରୀତଙ୍କୁ ପାଭିଲିଅନ ବାଟ ଦେଖାଇ ମ୍ୟାଚର ଗତିପଥ ବଦଳାଇ ଦେଇଥିଲେ। ହର୍ମନପ୍ରୀତ ୩୩ ରନ୍ କରି ଆଉଟ୍ ହୋଇଥିଲେ। ମୁମ୍ବାଇକୁ ଶେଷ ଦୁଇ ଓଭରରେ ୧୬ ରନ୍ ଆବଶ୍ୟକ ଥିବାବେଳେ ସଜୀବନ ସଜନା ଓ ପୂଜା ବସ୍ତାକର ଯଥାକ୍ରମେ ୧ ଏବଂ ୪ ରନ୍ କରି ଆଉଟ୍ ହୋଇଥିଲେ।

ଆମେଲିଆ ୨୭ ରନ୍ କରି ଅପରାଜିତ ରହିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ନିର୍ଦ୍ଧାରିତ ଓଭର ମଧ୍ୟରେ ଦଳ ୧୩୦ ରନରେ ଅଟକି ଯାଇଥିଲା। ଫଳରେ ମୁମ୍ବାଇର ଫାଇନାଲ ଖେଳିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି।

ଅନ୍ୟପଟେ ଏଲିସ ପେରୀ ଅର୍ଦ୍ଧଶତକ ସହ ଗୋଟିଏ ୱିକେଟ୍ ନେଇଥିବାରୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ରବିବାର ଫାଇନାଲ୍ ଫାଇଟରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ।  

WPL 2024 Playoff RCB Beat MI RCB Vs MI Women's Premier League