Advertisment

ଫେବୃଆରୀ ପ୍ରଥମ ସପ୍ତାହରୁ WPL, ଏହି ୪ ସହରରେ ଖେଳାଯିବ

WPLର ୨୦୨୫ ସଂସ୍କରଣ ଫେବୃଆରୀ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ। ଖୁବଶୀଘ୍ର ଏହାର ତାରିଖ ଘୋଷଣା ହେବ। ସମସ୍ତ ମ୍ୟାଚ୍‌ ଏଥର ମୁମ୍ବାଇ, ବଦୋଦରା, ଲକ୍ଷ୍ନୌ ଓ ବେଙ୍ଗାଲୁରୁରେ ଖେଳାଯିବ।

RCB

RCB

Advertisment

ପୁରୁଷଙ୍କ ଆଇପିଏଲ ଢାଞ୍ଚାରେ ଖେଳାଯାଉଥିବା ମହିଳା ପ୍ରିମିୟର ଲିଗ ବା WPLର ୨୦୨୫ ସଂସ୍କରଣ ଫେବୃଆରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ୪ଟି ସହରରେ ଆୟୋଜନ ହେବ। ଏ ସମ୍ପର୍କରେ ଆଜି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି।

Advertisment

ସେ କହିଛନ୍ତି, WPLର ୨୦୨୫ ସଂସ୍କରଣ ଫେବୃଆରୀ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ। ଖୁବଶୀଘ୍ର ଏହାର ତାରିଖ ଘୋଷଣା ହେବ। ସମସ୍ତ ମ୍ୟାଚ୍‌ ଏଥର ମୁମ୍ବାଇ, ବଦୋଦରା, ଲକ୍ଷ୍ନୌ ଓ ବେଙ୍ଗାଲୁରୁରେ ଖେଳାଯିବ।

ବିସିସିଆଇ ପ୍ରଥମେ କେବଳ ଲକ୍ଷ୍ନୌ ଓ ବଦୋଦରାରେ WPL ଆୟୋଜନ କରିବ ବୋଲି ଲକ୍ଷ୍ୟ ରଖିଥିଲା। କିନ୍ତୁ ଆଜି ବସିଥିବା ଗଭର୍ଣ୍ଣିଂ କାଉନସିଲ ମିଟିଂରେ ମୁମ୍ବାଇ ଓ ବେଙ୍ଗାଲୁରୁରେ ମଧ୍ୟ ମ୍ୟାଚ୍‌ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ମୁମ୍ବାଇରେ ଖେଳାଯିବାକୁ ଥିବା ମ୍ୟାଚ୍‌ଗୁଡ଼ିକ କେବଳ ବ୍ରାବର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଶୁକ୍ଳା ସ୍ପଷ୍ଟ କରିଛନ୍ତି।

Advertisment

ମୁମ୍ବାଇରେ ଓପନିଂ ମ୍ୟାଚ୍‌ ଅନୁଷ୍ଠିତ ହେବ। ବେଙ୍ଗାଲୁରୁରୁ ଟୁର୍ଣ୍ଣାମେଣ୍ଟ ଯିବା ପୂର୍ବରୁ କିଛି ମ୍ୟାଚ୍‌ ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ବଦୋଦରାରେ ନୂଆ କରି ନିର୍ମାଣ ହୋଇଥିବା କୋତାମ୍ବି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ ବୋଲି ଜଣାପଡ଼ିଛି।

କୋତାମ୍ବି ଷ୍ଟାଡିୟମ ସହର ଠାରୁ ମାତ୍ର ୨୦ କିମି ଦୂର। ନିକଟରେ ଏଠାରେ ଭାରତୀୟ ମହିଳା ଦଳ ଓ ୱେଷ୍ଟଇଣ୍ଡିଜ ମହିଳା ଦଳ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏବେ ସେଠାରେ ବିଜୟ ହଜାରେ ଟ୍ରଫିର ନକଆଉଟ ମ୍ୟାଚ୍‌ଗୁଡ଼ିକ ଖେଳାଯାଉଛି।

୨୦୨୩ WPL ସଂପୂର୍ଣ୍ଣ ଭାବେ ମୁମ୍ବାଇରେ ଖେଳାଯାଇଥିଲା। କିନ୍ତୁ ୨୦୨୪ରେ ବେଙ୍ଗାଲୁରୁ ଓ ଦିଲ୍ଲୀରେ ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହୋଇଥିଲା। ୨୦୨୪ରେ ସ୍ମୃତି ମନ୍ଧାନାଙ୍କ ରୟାଲ ଚ୍ୟାଲେଞ୍ଜରସ ବେଙ୍ଗାଲୁରୁ ଚାମ୍ପିୟନ ହୋଇଥିଲା।

WPL 2025 Bcci WPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe