Advertisment

ଭାରତୀୟ ଟିମ୍‌ର ଫ୍ଲପ୍‌ ଶୋ’, କଙ୍ଗାରୁ ଟିମ୍‌ ଜିତିନେଲା ବିଶ୍ୱ ଟେଷ୍ଟ ଚାମ୍ପୟନସିପ୍ ଟ୍ରଫି

ପଞ୍ଚମ ଦିନର ଲଞ୍ଚ ପୂର୍ବରୁ ହିଁ କଙ୍ଗାରୁ ଟିମ୍‌ ବୋଲିଂ ଆଗରେ ବିଫଳ ହୋଇଥିଲା ଭାରତୀୟ ଟିମ୍।

ଅଦ୍ୟତନ ହୋଇଛି
Australia won

Australia won

Advertisment

ଭାରତୀୟ ଟିମ୍‌ର ଫ୍ଲପ ଶୋ’। ବିଶ୍ୱ ଟେଷ୍ଟ୍‌ ଚାମ୍ପିୟନସିପ୍ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତ ୨୦୯ ରନ୍‌ରେ ପରାସ୍ତ ହୋଇଛି। ପଞ୍ଚମ ଦିନର ଲଞ୍ଚ ପୂର୍ବରୁ ହିଁ କଙ୍ଗାରୁ ଟିମ୍‌ ବୋଲିଂ ଆଗରେ ଭଲ ବ୍ୟାଟିଂ କରିବାରେ ବିଫଳ ହୋଇଥିଲା ଭାରତୀୟ ଟିମ୍। ଏଥିସହ ଲଗାଦାର ଦ୍ୱିତୀୟ ଥର ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ରେ ପରାସ୍ତ ହୋଇଛି। ଲଣ୍ଡନ୍‌ର ଓଭାଲ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ରେ ଭାରତ ଦ୍ୱିତୀୟ ପାଳିରେ ୨୩୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୪୬୯ ରନ୍‌ କରିଥିଲା। ପରେ ବ୍ୟାଟିଂ କରି ଭାରତ ପ୍ରଥମ ପାଳିରେ ୨୯୬ ରନ୍‌ କରିଥିଲା। ଏଥିସହ କଙ୍ଗାରୁ ଟିମ୍‌ ୧୭୩ ରନ୍‌ରେ ଅଗ୍ରଣୀ ନେଇଥିଲା। ଦ୍ୱିତୀୟ ପାଳିରେ କଙ୍ଗାରୁ ଟିମ୍‌ ୮ ୱିକେଟରେ ୨୭୦ ରନ୍‌ କରି ପାଳି ଘୋଷଣା କରିଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୪୪୪ରନ୍‌ର ଲକ୍ଷ୍ୟ ମିଳିଥିଲା।

Advertisment

ହେଲେ ଭାରତର ଦ୍ୱିତୀୟ ପାଳି ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶୁବମନ ଗିଲ ବ୍ୟକ୍ତିଗତ ଭାବେ ୧୮ ରନ୍‌ ଓ ରୋହିତ ଶର୍ମା ୪୩ ରନ୍‌ କରି ଆଉଟ୍ ହୋଇଥିଲେ। ଭାରତ ୯୨ ରନ୍‌ରେ ଦ୍ୱିତୀୟ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ପରେ ଚେତେଶ୍ୱର ପୂଜାର ୨୭, ବିରାଟ କୋହଲି ୪୯, ଆଜିଙ୍କ୍ୟ ରାହାଣେ ୪୬ ରନ୍‌ କରି ଆଉଟ ହୋଇଥିଲେ। ଯାହାପରେ ସଙ୍କଟ ବଢ଼ି ଯାଇଥିଲା। ରବୀନ୍ଦ୍ର ଜାଡେଜା ଓ ଶାର୍ଦୁଳ ଠାକୁର ବିନା ରନ୍‌ରେ ଆଉଟ୍ ହେବା ପରେ ଶ୍ରୀକର ଭରତ ବହୁ ଚେଷ୍ଟା କରି ମାତ୍ର ୨୩ ରନ୍‌ କରିଥିଲେ। ତେଣୁ ପୂରା ଟିମ୍‌ ମାତ୍ର ୨୩୪ରେ ଆଉଟ୍ ହୋଇଯାଇଥିଲା।

ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆ ତରଫରୁ ସର୍ବାଧିକ ନାଥାନ ଲାୟନ ୪ଟି ୱିକେଟ ନେଇଥିବା ବେଳେ ସ୍କଟ ବୋଲାଣ୍ଡ ୩ଟି, ମିଚେଲ୍‌ ଷ୍ଟାର୍କସ ୨ଟି ଏବଂ ପେଟ୍‌ କମିନ୍‌ସ ଗୋଟିଏ ୱିକେଟ୍‌ ନେଇଥିଲା।

Advertisment
Cricket India Vs Australia WTC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe