Advertisment

ଏହି ସ୍ଥାନରେ ହେବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ, ତାରିଖ ଘୋଷଣା କଲା ଆଇସିସି

୨୦୨୧ରେ ସାଉଥାମ୍ପଟନ ଓ ୨୦୨୩ରେ ଓଭାଲରେ ଫାଇନାଲ ଖେଳାଯାଇଥିଲା। ଉଭୟ ଫାଇନାଲରେ ଭାରତୀୟ ଟିମ ନଜର ଆସିଥିଲା।

author-image
Hemant Lenka
WTC

WTC

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ୍‌ ପାଇଁ ଆଜି ଭେନ୍ୟୁ ଘୋଷଣା କରିଛି ଆଇସିସି। WTCର ତୃତୀୟ ସଂସ୍କରଣର ଫାଇନାଲ ଇଂଲଣ୍ଡର ଐତିହାସିକ ଲର୍ଡସରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ଟି ଆସନ୍ତା ବର୍ଷ ଜୁନ ୧୧ରୁ ୧୫ ଯାଏ ଚାଲିବ। ଫାଇନାଲ ପାଇଁ ୧୬ ଜୁନକୁ ସଂରକ୍ଷିତ ଦିବସ ଭାବେ ରଖାଯାଇଛି।

Advertisment

ଆଇସିସି ପକ୍ଷରୁ କୁହାଯାଇଛି ଯେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖୁବଶୀଘ୍ର କ୍ରିକେଟିଂ କ୍ୟାଲେଣ୍ଡରର ବହୁପ୍ରତିକ୍ଷୀତ ଇଭେଣ୍ଟରେ ପରିଣତ ହୋଇଯାଇଛି। ଆମେ ଆଜି ୨୦୨୪ ସଂସ୍କରଣର ଫାଇନାଲ ତାରିଖ ଘୋଷଣା କରୁଛୁ। ଜୁନ ୧୧ରୁ ୧୫ ଯାଏ ଫାଇନାଲ ଲର୍ଡସ ଖେଳାଯିବ ବୋଲି ଆଇସିସି ବିବୃତିରେ କୁହାଯାଇଛି।

ପ୍ରଥମଥର ପାଇଁ ଐତିହାସିକ ଲର୍ଡସରେ WTC ଫାଇନାଲ ଖେଳ ହେବାକୁ ଯାଉଛି। ୨୦୨୧ରେ ସାଉଥାମ୍ପଟନ ଓ ୨୦୨୩ରେ ଓଭାଲରେ ଫାଇନାଲ ଖେଳାଯାଇଥିଲା। ଉଭୟ ଫାଇନାଲରେ ଭାରତୀୟ ଟିମ ନଜର ଆସିଥିଲା। କିନ୍ତୁ ୨୦୨୧ରେ ଦଳକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ଓ ୨୦୨୩ରେ ଦଳ ଅଷ୍ଟ୍ରେଲିଆ ଠାରୁ ଫାଇନାଲରେ ହାରିବାକୁ ପଡ଼ିଥିଲା।

Advertisment

୨୦୨୫ ସଂସ୍କରଣର ଫାଇନାଲରେ ମଧ୍ୟ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ନଜର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଥିବା ବେଳେ ଦୁଇ ଦଳ ଚଳିତ ବର୍ଷ ଶେଷ ଭାଗରେ ୫ଟିକିଆ ଟେଷ୍ଟ ସିରିଜ ଖେଳିବେ। ଏହି ସିରିଜ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ।

ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ, ୪ର୍ଥରେ ଇଂଲଣ୍ତ, ୫ମରେ ଶ୍ରୀଲଙ୍କା, ୬ଷ୍ଠରେ ଦକ୍ଷିଣ ଆଫ୍ରିକା ଓ ୭ମରେ ବାଂଲାଦେଶ ରହିଛି। ବାଂଲାଦେଶ ଠାରୁ ୦-୨ରେ ହାରିବା ପରେ ପାକିସ୍ତାନ ୮ମ ସ୍ଥାନକୁ ଖସି ଯାଇଛି।

ICC WTC WTC Final