Advertisment

WTC ଫାଇନାଲ: ଦକ୍ଷିଣ ଆଫ୍ରିକା ଆଗେଇଲା, ଭାରତ କେମିତି ଫାଇନାଲ ଯିବ?

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ ଜିତିବା ପରେ ଭାରତ ପ୍ରଥମ ସ୍ଥାନକୁ ଉଠିଥିବା ବେଳେ ପୂର୍ବରୁ ୨ନଂରେ ଥିବା ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସି ଯାଇଛି। ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି।

WTC

WTC

Advertisment

ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ଟିକେଟ ପାଇଁ ଲଢ଼େଇ ଜୋରଦାର ଚାଲିଛି। ବର୍ତ୍ତମାନ ଚାଲିଥିବା ୪ଟି ଟେଷ୍ଟ ମଧ୍ୟରୁ ୩ଟିର ରେଜଲ୍ଟ ସମ୍ଭବତଃ ଆସନ୍ତାବର୍ଷ କେଉଁ ଦୁଇ ଟିମ ଲର୍ଡସରେ ଫାଇନାଲ ଖେଳିବେ, ତା’ର ଭାଗ୍ୟ ନିର୍ଦ୍ଧାରଣ କରିବ।

Advertisment

ଭାରତ ଓ ଦକ୍ଷିଣ ଆଫ୍ରିକା ଆଗକୁ ବଢ଼ୁଥିବା ବେଳେ ନ୍ୟୁଜିଲ୍ୟାଣ୍ଡକୁ ଘରୋଇ ମାଟିରେ ଇଂଲଣ୍ଡ ଠାରୁ ଝଟକା ଲାଗିଛି। ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ଇଂଲଣ୍ଡ ଠାରୁ ହାରି ଯିବାରୁ ଦଳର ଫାଇନାଲ ଖେଳିବା ଆଶା ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି। ସେହିପରି ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ହରାଇ ଦେଇଥିବା ଦକ୍ଷିଣ ଆଫ୍ରିକା ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ପହଞ୍ଚି ଯାଇଛି।

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ ଜିତିବା ପରେ ଭାରତ ପ୍ରଥମ ସ୍ଥାନକୁ ଉଠିଥିବା ବେଳେ ପୂର୍ବରୁ ୨ନଂରେ ଥିବା ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସି ଯାଇଛି। ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି।

Advertisment

ଭାରତ ବିଜୟ ପ୍ରତିଶତ ପଏଣ୍ଟ ୬୧.୧୧ ରହିଥିବା ବେଳେ ୫୯.୨୬% ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଓ ଅଷ୍ଟ୍ରେଲିଆ ୫୭.୬୯% ସହ ତୃତୀୟରେ ରହିଛି।

ଭାରତକୁ ଅନ୍ୟ କୌଣସି ଦଳ ଉପରେ ନିର୍ଭର ନ କରି ସିଧାସଳଖ ଫାଇନାଲ ଟିକେଟ ହାତେଇବାକୁ ହେଲେ ବର୍ଡର-ଗାଭାସ୍କର ଟ୍ରଫିକୁ ୫-୦, ୪-୦, ୪-୧ କିମ୍ବା ୩-୦ରେ ଜିତିବାକୁ ପଡ଼ିବ। ଯଦି ଅଷ୍ଟ୍ରେଲିଆକୁ ଭାରତ ୩-୦ରେ ହରାଇ ଦେଉଛି, ତା’ହେଲେ ବିଜୟ ପ୍ରତିଶତ ପଏଣ୍ଟ ୬୨.୨୮ ହୋଇଯିବ। କେବଳ ଦକ୍ଷିଣ ଆଫ୍ରିକା ଚାହିଁଲେ, ଏହାକୁ ଅତିକ୍ରମ କରିପାରିବ।

ଭାରତୀୟ ଟିମ ଅଷ୍ଟ୍ରେଲିଆ ଠାରୁ ସିରିଜ ହାରିଲେ ମଧ୍ୟ ଫାଇନାଲକୁ ଯାଇପାରିବ। କିନ୍ତୁ ଏଥିପାଇଁ ଅନ୍ୟ ଦଳଗୁଡ଼ିକର ରେଜଲ୍ଟ ଉପରେ ନର୍ଭର କରିବାକୁ ପଡ଼ିବ। ଯଦି ଭାରତୀୟ ଟିମ ୨-୩ରେ ସିରିଜ ହାରି ଯାଉଛି, ତା’ହେଲେ ପିସିଟି ୫୩.୫୧କୁ ଖସିଆସିବ। ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ୧ନଂରେ ରହିବ।

ଭାରତକୁ ଫାଇନାଲ ଟିକେଟ ପାଇଁ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ସିରିଜ ୧-୧ରେ ଡ୍ର ରହିବା ଦରକାର।

ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ବନାମ ପାକିସ୍ତାନ ସିରିଜ ମଧ୍ୟ ୧-୧ ରହିବା ଦରକାର।

ଶ୍ରୀଲଙ୍କା ବନାମ ଅଷ୍ଟ୍ରେଲିଆ ସିରିଜ ୦-୦ରେ ରହିଲେ ଭାରତ ଫାଇନାଲକୁ ଯାଇ ପାରିବ।

WTC WTC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe