Advertisment

ପଦାର୍ପଣରେ ସଚିନଙ୍କ କ୍ଲବରେ ସାମିଲ୍ ହେଲେ ବିଶ୍ୱକପ୍ ବିଜେତା କ୍ୟାପଟେନ୍

ନୂଆଦିଲ୍ଲୀ: ଭାରତକୁ ଅଣ୍ଡର୍-୧୯ ବିଶ୍ୱକପ୍ ବିଜେତା କରାଇଥିବା କ୍ୟାପଟେନ୍ ୟଶ ଧୂଲ ନିଜର ରଣଜୀ ଡେବ୍ୟୁରେ ଇତିହାସ ରଚି ଦେଇଛନ୍ତି। ଗୌହାଟୀର ଏସିଏ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ତାମିଲାନାଡୁ ବିପକ୍ଷ ରଣଜୀ ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ୧୯ ବର୍ଷୀୟ ୟଶ ଶତକ ହାସଲ କରିଛନ୍ତି। ଫେବୃଆରୀ ୪ ତାରିଖରେ ଭାରତକୁ ଅଣ୍ଡର୍-୧୯ ଟାଇଟଲ୍ ଜିତାଇଥିବା ୟଶ ତାମିଲନାଡୁ ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଥିଲେ। ରଣଜୀ ଟ୍ରଫିର ପ୍ରଥମ ଦିବସରେ ତାମିଲନାଡୁ କ୍ୟାପଟେନ୍ ବିଜୟ ଶଙ୍କର […]

author-image
Ranjit Kumar Jena
ପଦାର୍ପଣରେ ସଚିନଙ୍କ କ୍ଲବରେ ସାମିଲ୍ ହେଲେ ବିଶ୍ୱକପ୍ ବିଜେତା କ୍ୟାପଟେନ୍

yash-dhull

ନୂଆଦିଲ୍ଲୀ: ଭାରତକୁ ଅଣ୍ଡର୍-୧୯ ବିଶ୍ୱକପ୍ ବିଜେତା କରାଇଥିବା କ୍ୟାପଟେନ୍ ୟଶ ଧୂଲ ନିଜର ରଣଜୀ ଡେବ୍ୟୁରେ ଇତିହାସ ରଚି ଦେଇଛନ୍ତି। ଗୌହାଟୀର ଏସିଏ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ତାମିଲାନାଡୁ ବିପକ୍ଷ ରଣଜୀ ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ୧୯ ବର୍ଷୀୟ ୟଶ ଶତକ ହାସଲ କରିଛନ୍ତି।

Advertisment

ଫେବୃଆରୀ ୪ ତାରିଖରେ ଭାରତକୁ ଅଣ୍ଡର୍-୧୯ ଟାଇଟଲ୍ ଜିତାଇଥିବା ୟଶ ତାମିଲନାଡୁ ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଥିଲେ। ରଣଜୀ ଟ୍ରଫିର ପ୍ରଥମ ଦିବସରେ ତାମିଲନାଡୁ କ୍ୟାପଟେନ୍ ବିଜୟ ଶଙ୍କର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦିଲ୍ଲୀର ସ୍କୋର ଏକ ସମୟରେ ୨ ୱିକେଟରେ ୭ ରନ୍ କରି ସଂକଟରେ ପଡ଼ିଥିଲା। ତେବେ ଓପନ୍ କରିବାକୁ ଆସିଥିବା ୟଶ ଅଭିଜ୍ଞ ତାମିଲନାଡୁ ବୋଲିଂ ଆଗରେ ଦୃଢ଼ତାର ସହ ବ୍ୟାଟିଂ କରିଥିଲେ।

https://twitter.com/BCCIdomestic/status/1494212625726844929?s=20&t=6rS1TZ5bpOZ4lONbqybiWQ

Advertisment

ୟଶ ଦ୍ରୁତ ରନ୍ କରି ୫୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ହେଲେ ଶତକ ପାଇଁ ସେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ୟଶ ୯୭ ରନରେ ଥିଲା ବେଳେ କ୍ୟାଚ୍ ଆଉଟ୍ ହୋଇଥିଲେ। କିନ୍ତୁ ରିପ୍ଲେରେ ବଲଟି ନୋ’ ବଲ୍ ବୋଲି ଜଣାପଡ଼ିଥିଲା। ଯେଉଁ କାରଣରୁ ୟଶ ଏକ ଜୀବନଦାନ ପାଇଥିଲେ। ଏହା ସେ ଆଉ କୌଣସି ଭୁଲ୍ ନକରି ୧୫୦ ବଲରେ ଶତକ ପୂରଣ କରିଥିଲେ। ଶତକ ପୂରଣ କରିବା ପରେ ସେ ଏକାଧିକ ରେକର୍ଡର ସମକକ୍ଷ ମଧ୍ୟ ହୋଇଥିଲେ।

https://twitter.com/BCCIdomestic/status/1494242478597480449?s=20&t=6rS1TZ5bpOZ4lONbqybiWQ

ଏହି ଶତକ ସହ ୟଶ କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକର ଓ ଯୁବ କ୍ରିକେଟର୍ ପୃଥ୍ୱୀ ଶ’ଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। ସଚିନ୍ ଓ ପୃଥ୍ୱୀ ମଧ୍ୟ ନିଜ ନିଜର ରଣଜୀ ଟ୍ରଫି ପଦାର୍ପଣରେ ଶତକ ମାରିଥିଲେ। ୟଶଙ୍କ ଭଳି ପୃଥ୍ୱୀ ଶ’ ମଧ୍ୟ ୨୦୧୮ରେ ଭାରତକୁ ଅଣ୍ଡର୍-୧୯ ବିଶ୍ୱକପ୍ ବିଜେତା କରାଇଥିଲେ।

ଚଳିତ ବର୍ଷ ଆରମ୍ଭରୁ ୟଶ ୱେଷ୍ଟଇଣ୍ଡିଜରେ ଆୟୋଜିତ ଅଣ୍ଡର୍-୧୯ ବିଶ୍ୱକପରେ ଭାରତର ନେତୃତ୍ୱ ନେଇଥିଲେ। ଦିଲ୍ଲୀର ଏହି ବ୍ୟାଟର୍ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଶତକ ମାରିଥିଲେ। ଫାଇନାଲରେ ଯଦି ୟଶ ବ୍ୟାଟରେ ସେତେଟା କମାଲ୍ କରିପାରିନଥିଲେ, କିନ୍ତୁ କ୍ୟାପଟେନ୍ ଭାବେ ସେ ଟିମକୁ ସଠିକ୍ ଭାବେ ପରିଚାଳନା କରି ଚାମ୍ପିୟନ୍ କରାଇଥିଲେ।

ଏହି ସଫଳତା ପରେ ୟଶଙ୍କୁ ଦିଲ୍ଲୀ ରଣଜୀ ଟ୍ରଫି ସ୍କ୍ୱାଡରେ ସାମିଲ୍ କରାଯାଇଥିଲା। ରଣଜୀ ପାଇଁ ଚୟନ ପରେ ତାଙ୍କୁ ଆଇପିଏଲ୍ ନିଲାମରେ ସାମିଲ୍ କରାଯାଇଥିଲା। ୟଶଙ୍କୁ ୫୦ ଲକ୍ଷ ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା।