Advertisment

ଅଣ୍ଡର-୧୯ ବିଶ୍ୱକପ୍ ବିଜେତା କ୍ୟାପଟେନଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ: ଅଣ୍ଡର୍-୧୯ ବିଶ୍ୱକପ୍ ବିଜେତା କ୍ୟାପଟେନ୍ ୟଶ ଧୂଲଙ୍କୁ ମିଳିଲା ବଡ଼ ଉପହାର। ଆଗାମୀ ରଣଜୀ ଟ୍ରଫି ପାଇଁ ୟଶଙ୍କୁ ଦିଲ୍ଲୀ ସ୍କ୍ୱାଡରେ ସାମିଲ୍ କରାଯାଇଛି। ବିଶ୍ୱକପରେ ତାଙ୍କ ସାଥୀ ଖେଳାଳି ଯଥା ରାଜ ବାୱା ଓ ହରନୁର ସିଂହ ରଣଜୀ ଟ୍ରଫି ପାଇଁ ନିଜ ନିଜ ରାଜ୍ୟ ଦଳରେ ସ୍ଥାନ ପାଇଛନ୍ତି। ଯାହା ପରେ ୟଶଙ୍କୁ ମଧ୍ୟ ଦିଲ୍ଲୀ ରଣଜୀ ଟ୍ରଫି ସ୍କ୍ୱାଡରେ ସୁଯୋଗ ମିଳିଛି। ଧୂଲଙ୍କ ନେତୃତ୍ୱରେ ଭାରତୀୟ ଅଣ୍ଡର୍-୧୯ ଟିମ୍ ଚଳିତ ମାସରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅଣ୍ଡର-୧୯ ବିଶ୍ୱକପ୍ ବିଜେତା କ୍ୟାପଟେନଙ୍କୁ ମିଳିଲା ବଡ଼ ଉପହାର

yash dhull

ନୂଆଦିଲ୍ଲୀ: ଅଣ୍ଡର୍-୧୯ ବିଶ୍ୱକପ୍ ବିଜେତା କ୍ୟାପଟେନ୍ ୟଶ ଧୂଲଙ୍କୁ ମିଳିଲା ବଡ଼ ଉପହାର। ଆଗାମୀ ରଣଜୀ ଟ୍ରଫି ପାଇଁ ୟଶଙ୍କୁ ଦିଲ୍ଲୀ ସ୍କ୍ୱାଡରେ ସାମିଲ୍ କରାଯାଇଛି। ବିଶ୍ୱକପରେ ତାଙ୍କ ସାଥୀ ଖେଳାଳି ଯଥା ରାଜ ବାୱା ଓ ହରନୁର ସିଂହ ରଣଜୀ ଟ୍ରଫି ପାଇଁ ନିଜ ନିଜ ରାଜ୍ୟ ଦଳରେ ସ୍ଥାନ ପାଇଛନ୍ତି। ଯାହା ପରେ ୟଶଙ୍କୁ ମଧ୍ୟ ଦିଲ୍ଲୀ ରଣଜୀ ଟ୍ରଫି ସ୍କ୍ୱାଡରେ ସୁଯୋଗ ମିଳିଛି।

Advertisment

ଧୂଲଙ୍କ ନେତୃତ୍ୱରେ ଭାରତୀୟ ଅଣ୍ଡର୍-୧୯ ଟିମ୍ ଚଳିତ ମାସରେ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ୍ ହୋଇଥିଲା। ବୁଧବାର ଧୂଲଙ୍କ ନେତୃତ୍ୱାଧୀନ ଭାରତୀୟ ଯୁବ ଟିମ୍ ଅହମଦାବାଦରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆରେ ସମ୍ବର୍ଦ୍ଧିତ ହୋଇଥିଲେ।

ଭାରତୀୟ ଦଳ ପକ୍ଷରୁ ଦିନିକିଆ କ୍ରିକେଟ୍ ଖେଳିବାକୁ ପ୍ରତିଶ୍ରୁତିବଦ୍ଧ ଥିବାରୁ ନାଲି ବଲ୍ ଟୁର୍ଣ୍ଣାମେଣ୍ଟ ଖେଳିନାହାନ୍ତି। ଏବେ ସେ ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି। ଏ ନେଇ ପିଟିଆଇକୁ ଦିଲ୍ଲୀର ଜଣେ ଚୟନକର୍ତ୍ତା କହିଛନ୍ତି, ଯଦିଓ ୟଶ ସେତେଟା ନାଲି ବଲ୍ ମ୍ୟାଚ୍ ଖେଳିନାହାନ୍ତି, କିନ୍ତୁ ତାଙ୍କ ଭିତରେ ପ୍ରବଳ ଆତ୍ମବିଶ୍ୱାସ ରହିଛି। ତାଙ୍କୁ ଆମେ ଏବେ ପ୍ରଥମଶ୍ରେଣୀ କ୍ରିକେଟରେ ପରଖିବାକୁ ଚାହୁଁଛୁ।

Advertisment

ଭାରତର ସିନିୟର ପେସ୍ ବୋଲର ଈଶାନ୍ତ ଶର୍ମା ନିଜକୁ ରଣଜୀ ଟ୍ରଫି ଚୟନ ପାଇଁ ଉପଲବ୍ଧ କରିନାହାନ୍ତି। ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଥିବାରୁ ଈଶାନ୍ତଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଦିଲ୍ଲୀ ଟିମର ନେତୃତ୍ୱ ଦାୟିତ୍ୱ ପ୍ରଦୀପ ସାଙ୍ଗୱାନଙ୍କୁ ପ୍ରଦାନ କରାଯାଇଛି। ସେହିପରି ଦଳରେ ନଭଦୀପ ସାଇନିଙ୍କୁ ମଧ୍ୟ ସାମିଲ୍ କରାଯାଇଛି।

ଦିଲ୍ଲୀ ରଣଜୀ ସ୍କ୍ୱାଡ୍: ପ୍ରଦୀପ ସାଙ୍ଗୱାନ୍ (କ୍ୟାପଟେନ୍), ନୀତୀଶ ରାଣା, ଧ୍ରୁବ ସୋରେ, ପ୍ରିୟାଂଶ ଆର୍ଯ୍ୟା, ୟଶ ଧୂଲ, ଖୀତିଜ ଶର୍ମା, ଜଣ୍ଟି ସିନ୍ଧୁ, ହିମ୍ମତ ସିଂହ, ଲଲିତ ଯାଦବ, ଅନୁଜ ରାୱତ୍ (ୱିକେଟ୍ କିପର), ଲକ୍ଷ୍ୟ ଥରେଜା, ନଭଦୀପ ସାଇନି, ସିମରଜିତ୍ ସିଂହ, ମୟଙ୍କ ଯାଦବ, କୁଲଦୀପ ଯାଦବ, ବିକାଶ ମିଶ୍ର, ଶିବାଙ୍ଗ ବଶିଷ୍ଟ, ଶିବମ ଶର୍ମା।