Advertisment

ଏକାଧିକ ବିଶ୍ୱ ରେକର୍ଡ ଠାରୁ ଅଳ୍ପ ଦୂରରେ ଯଶସ୍ୱୀ ଜୈସୱାଲ

ପର୍ଥ ପିଚ୍‌ ପେସ୍‌ ଓ ବାଉନ୍ସ ପାଇଁ ଜଣାଶୁଣା। ଏପରି ସ୍ଥିତିରେ ଜୈସୱାଲ ନୂଆ ବଲରେ କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Yashasvi Jaiswal

Yashasvi Jaiswal

Advertisment

ଶୁକ୍ରବାର ଠାରୁ ପର୍ଥର ଓପଟସ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ବହୁ ପ୍ରତିକ୍ଷୀତ ବର୍ଡର-ଗାଭାସ୍କର ଟ୍ରଫି। ଭାରତ ଏହି ସିରିଜ ପାଇଁ ଆଜି ଜୋରଦାର ଅଭ୍ୟାସ କରିଛି। ଭାରତର ଯୁବ ଓପନର ଯଶସ୍ୱୀ ଜୈସୱାଲ ମଧ୍ୟ ମ୍ୟାଚ ପାଇଁ ବେଶ ଉତ୍ସାହିତ।

Advertisment

କାରଣ ସେ ତାଙ୍କ ଟେଷ୍ଟ କ୍ୟାରିୟରର ସବୁଠାରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛନ୍ତି। ପର୍ଥ ପିଚ୍‌ ପେସ୍‌ ଓ ବାଉନ୍ସ ପାଇଁ ଜଣାଶୁଣା। ଏପରି ସ୍ଥିତିରେ ଜୈସୱାଲ ନୂଆ ବଲରେ କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଗତବର୍ଷ ୱେଷ୍ଟଇଣ୍ଡିଜରେ ଟେଷ୍ଟ ଡେବ୍ୟୁ କରିଥିବା ଯଶସ୍ୱୀ ଏଯାଏ ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ୧୪ଟି ଟେଷ୍ଟରେ ସେ ୧୪୦୭ ରନ ହାସଲ କରିବା ସହ ୮ଟି ଅର୍ଦ୍ଧଶତକ ଓ ୩ଟି ଶତକ ମାରିଛନ୍ତି। ଚଳିତ ବର୍ଷ ଭାରତ ପାଇଁ ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ତାଙ୍କ ଖାତାରେ ଏଯାଏ ୧୧୧୯ ରନ ରହିଛି।

Advertisment

ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଯଶସ୍ୱୀ ଏକାଧିକ ବିଶ୍ୱ ରେକର୍ଡ କରିବାର ସୁଯୋଗ ପାଇବେ। ସେ ରେକର୍ଡ ଠାରୁ ମାତ୍ର କିଛି ଦୂରରେ ରହିଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବା ରେକର୍ଡ ଠାରୁ ମାତ୍ର ୨ଟି ଛକା ଦୂରରେ ରହିଛନ୍ତି।

ଏଯାଏ ବ୍ରେଣ୍ଡନ ମ୍ୟାକକୁଲମ ୨୦୧୪ରେ ଟେଷ୍ଟ କ୍ରିକେଟରେ ୩୩ଟି ଛକା ମାରିଥିଲେ। ଯଶସ୍ୱୀ ଇତି ମଧ୍ୟରେ ୩୨ଟି ଛକା ମାରି ସାରିଲେଣି। ତେଣୁ ସେ ଆଉ ୨ଟି ଛକା ମାରିବା କ୍ଷଣି ମ୍ୟାକକୁଲମଙ୍କ ବିଶ୍ୱ ରେକର୍ଡକୁ ଭାଙ୍ଗି ଦେବେ।

ଏହାବାଦ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ହେବା ପାଇଁ ଯଶସ୍ୱୀଙ୍କୁ ୨୧୯ ରନ ଦରକାର। ବର୍ତ୍ତମାନ ସର୍ବାଧିକ ରନ ହାସଲକାରୀ କ୍ରିକେଟ ତାଲିକାରେ ଇଂଲଣ୍ଡର ଜୋ ରୁଟ ରହିଛନ୍ତି। ସେ ୨୦୨୪ରେ ଏଯାଏ ୧୩୩୮ ରନ କରିଛନ୍ତି।

ଯଶସ୍ୱୀ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ତାଙ୍କର ନିୟମିତ ଓପନିଂ ପାର୍ଟନର ରୋହିତ ଶର୍ମା ମଧ୍ୟ ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ତେଣୁ ଯଶସ୍ୱୀଙ୍କ ଉପରେ ଅତିରିକ୍ତ ଚାପ ରହିବ।

Border-Gavaskar Trophy Yashasvi Jaiswal Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe