Advertisment

ଆଇସିସି ରାଙ୍କିଙ୍ଗ: ପ୍ରଥମ ଥର ପାଇଁ ଟପ୍‌ ୧୦ରେ ଯଶସ୍ୱୀ

ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ବ୍ୟାଟିଂ କରିଥିବା ଯଶସ୍ୱୀ ୨୦୨୩ରେ ଡେବ୍ୟୁ କରିଥିଲେ। ମାତ୍ର କିଛି ମ୍ୟାଚ ପରେ ସେ ରାଙ୍କିଙ୍ଗର ଟପ ୧୦ରେ ପହଞ୍ଚି ଯାଇଛନ୍ତି।

author-image
Hemant Lenka
Yashasvi Jaiswal

Yashasvi Jaiswal

ଟିମ ଇଣ୍ଡିଆର ଯୁବ ବ୍ୟାଟର ଯଶସ୍ୱୀ ଜୈସୱାଲ ନିଜ ଟେଷ୍ଟ କ୍ୟାରିୟରରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମଥର ପାଇଁ ଆଇସିସି ଟେଷ୍ଟ ବ୍ୟାଟର ରାଙ୍କିଙ୍ଗର ଟପ୍ ୧୦ରେ ପ୍ରବେଶ କରିଛନ୍ତି।

Advertisment

ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ବ୍ୟାଟିଂ କରିଥିବା ଯଶସ୍ୱୀ ୨୦୨୩ରେ ଡେବ୍ୟୁ କରିଥିଲେ। ମାତ୍ର କିଛି ମ୍ୟାଚ ପରେ ସେ ରାଙ୍କିଙ୍ଗର ଟପ ୧୦ରେ ପହଞ୍ଚି ଯାଇଛନ୍ତି।

ଗତ ସପ୍ତାହରେ ସେ ରାଙ୍କିଙ୍ଗର ୧୨ତମ ସ୍ଥାନରେ ଥିଲେ। ହେଲେ ଆଜି ଆଇସିସି ଜାରି କରିଥିବା ଅପଡେଟ ରାଙ୍କିଙ୍ଗରେ ଯଶସ୍ୱୀ ୨ଟି ସ୍ଥାନ ଉପରକୁ ଉଠି ୧୦ନଂରେ ପହଞ୍ଚି ଯାଇଛନ୍ତି। ଏବେ ତାଙ୍କ ପାଖରେ ୭୨୭ ପଏଣ୍ଟ ରହିଛି।

Advertisment

ଇଂଲଣ୍ଡ ବିପକ୍ଷ ୪ଟି ଯାକ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ଯଶସ୍ୱୀ ଏହାପୂର୍ବରୁ ମଧ୍ୟ ଏକାଧିକ ରେକର୍ଡର ଅଧିକାରୀ ହୋଇ ସାରିଛନ୍ତି। ସେ ଗୋଟିଏ ଟେଷ୍ଟ ସିରିଜରେ ୬୦୦ରୁ ଅଧିକ ରନ କରିଥିବା କିଛି ହାତ ଗଣତି ଭାରତୀୟ କ୍ରିକେଟରଙ୍କ କ୍ଲବରେ ନିଜକୁ ସାମିଲ କରିଛନ୍ତି। ତେବେ ସେ ପ୍ରଥମ ବାମହାତୀ ବ୍ୟାଟର ଯିଏ ଏପରି ସଫଳତା ପାଇଛନ୍ତି।

୨୨ ବର୍ଷୀୟ ଯଶସ୍ୱୀ ୫ମ ଭାରତୀୟ ଭାବେ ଗୋଟିଏ ଟେଷ୍ଟ ସିରିଜରେ ୬୦୦ରୁ ଅଧିକ ରନ କରିଛନ୍ତି। ତାଙ୍କ ପୂର୍ବରୁ ସୁନୀଲ ଗାଭାସ୍କର, ଦିଲୀପ ସରଦେଶାଇ, ରାହୁଲ ଡ୍ରାଭିଡ ଓ ବିରାଟ କୋହଲି ଏପରି ସଫଳତା ପାଇଥିଲେ।

ଇଂଲଣ୍ଡ ବିପକ୍ଷ ପ୍ରଥମ ୪ଟି ଟେଷ୍ଟରେ ଯଶସ୍ୱୀ ୯୩.୫୭ ହାରରେ ଏଯାଏ ୬୫୫ ରନ କରିଛନ୍ତି। ଏଥିରେ ୨ଟି ଅର୍ଦ୍ଧଶତକ ଓ ୨ଟି ଡବଲ ଟନ ରହିଛି। ଗାଭାସ୍କର ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ୭୭୪ ରନ କରିଥିଲେ। ତେଣୁ ଏହାକୁ ଅତିକ୍ରମ କରିବା ପାଇଁ କାଲି ଠାରୁ ଆରମ୍ଭ ହେଉଥିବା ୫ମ ଟେଷ୍ଟରେ ଯଶସ୍ୱୀଙ୍କ ପାଖରେ ସୁଯୋଗ ରହିଛି।

ଅନ୍ୟପକ୍ଷରେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ ଶର୍ମା ମଧ୍ୟ ଉପରକୁ ଉଠିଛନ୍ତି। ସେ ୨ଟି ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳୁ ନଥିବା ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ୮ମ ସ୍ଥାନ ଦାଖଲ କରିଛନ୍ତି।

ଇଂଲଣ୍ଡ ବ୍ୟାଟର ଜୋ ରୁଟ ୨ନଂକୁ ଉଠିଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ପୂର୍ବଭଳି କେନ ୱିଲିୟମସନ ୧ନଂର ରହିଛନ୍ତି।

Yashasvi Jaiswal Yashasvi Jaiswal Test Debut Test Cricket Test Match