Advertisment

୧୪୭ ବର୍ଷରେ ପ୍ରଥମ: ଏମିତି ରେକର୍ଡ କଲେ ଯଶସ୍ୱୀ ଜୈସୱାଲ

ବାଂଲାଦେଶ ବିପକ୍ଷରେ ସେ ଅର୍ଦ୍ଧଶତକ ହାସଲ କରିବା ପରେ ୧୪୭ ବର୍ଷର ଟେଷ୍ଟ କ୍ରିକେଟରେ ଯାହା ଘଟି ନଥିଲା, ସେକଥା କରିବାକୁ ସକ୍ଷମ ହୋଇଛନ୍ତି।

ଅଦ୍ୟତନ ହୋଇଛି
Yashasvi Jaiswal

Yashasvi Jaiswal

Advertisment

ଭାରତୀୟ କ୍ରିକେଟ ଟିମର ଓପନର ଯଶସ୍ୱୀ ଜୈସୱାଲ ପୁଣିଥରେ ଚମକିଛନ୍ତି। ସେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବିପଦରୁ ଉଦ୍ଧାର କରିବା ସହ ଗୁରୁତ୍ୱପୂର୍ଣ୍ଣ ୫୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ଯଶସ୍ୱୀ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷରେ ସେ ଅର୍ଦ୍ଧଶତକ ହାସଲ କରିବା ପରେ ୧୪୭ ବର୍ଷର ଟେଷ୍ଟ କ୍ରିକେଟରେ ଯାହା ଘଟି ନଥିଲା, ସେକଥା କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ଯଶସ୍ୱୀ ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଘରୋଇ ପରିବେଶରେ ଖେଳା ଯାଇଥିବା ଟେଷ୍ଟ କ୍ରିକେଟର ପ୍ରଥମ ୧୦ଟି ଇନିଂସରେ ୭୫୦ କିମ୍ବା ତା’ ଠାରୁ ଅଧିକ ରନ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜର ଜର୍ଜ ହେଡଲୀଙ୍କ ନାଁରେ ଥିଲା। ସେ ୧୯୩୫ ମସିହାରେ ପ୍ରଥମ ୧୦ଟି ଇନିଂସରେ ୭୪୭ ରନ କରିଥିଲେ।

ପାକିସ୍ତାନର ଜାଭେଦ ମିଆଁଦାଦ ୭୪୩ ରନ, ଜିମ୍ବାୱେର ଡାଭେ ହୌଟନ ୬୮୭ ରନ ଓ ୱେଷ୍ଟଇଣ୍ଡିଜର ସାର ଭିଭ ରିଚାର୍ଡସ ୬୮୦ ରନ କରିଥିଲେ। ହେଲେ ଏମାନଙ୍କୁ ଯଶସ୍ୱୀ ପଛରେ ପକାଇ ବିଶ୍ୱ ରେକର୍ଡ ସହ ୭୫୫ ରନ କରି ନେଇଛନ୍ତି।

Advertisment

ଏଯାଏ ୯ଟି ଟେଷ୍ଟରେ ୧୬ଟି ଇନିଂସ ଖେଳିଥିବା ଯଶସ୍ୱୀ ଟେଷ୍ଟ କ୍ରିକେଟରେ ୧୦୨୮ ରନ କରିଛନ୍ତି। ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ଅପରାଜିତ ୨୧୪ ରନ।

ଆଜି ବାଂଲାଦେଶ ବିପକ୍ଷରେ ଭାରତ ୩୪ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଯଶସ୍ୱୀ ଓ ଋଷଭ ପନ୍ତ ୬୨ ରନର ଭାଗିଦାରୀ କରିଥିଲେ। ଏହାପରେ ଯଶସ୍ୱୀ ୫ମ ୱିକେଟ ପାଇଁ କେଏଲ ରାହୁଲଙ୍କ ସହ ମଧ୍ୟ ୪୮ ରନ ଯୋଡ଼ିଥିଲେ। 

Test Match Yashasvi Jaiswal Test Debut Test Cricket India Vs Bangladesh Yashasvi Jaiswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe