Advertisment

ଗାଭାସ୍କରଙ୍କ ୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ୱୀ ଜୈସୱାଲ

ବର୍ତ୍ତମାନ ଜୈସୱାଲ ନିଜ ଟେଷ୍ଟ କ୍ୟାରିୟରର ୧୦ମ ମ୍ୟାଚ୍‌ ଖେଳୁଛନ୍ତି। ସେ ପ୍ରଥମ ୧୦ଟି ମ୍ୟାଚ୍‌ରେ ସର୍ବାଧିକ ରନହାସକାରୀ ଭାରତୀୟ କ୍ରିକେଟର ବନି ଯାଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Sunil Gavaskar

Sunil Gavaskar

ଭାରତୀୟ ଟିମର ଯୁବ ଓପନର ଯଶସ୍ୱୀ ଜୈସୱାଲ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ୫ ଦଶନ୍ଧି ପୁରୁଣା ରେକର୍ଡକୁ ଯଶସ୍ୱୀ ବାଂଲାଦେଶ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି।

Advertisment

ବର୍ତ୍ତମାନ ଜୈସୱାଲ ନିଜ ଟେଷ୍ଟ କ୍ୟାରିୟରର ୧୦ମ ମ୍ୟାଚ୍‌ ଖେଳୁଛନ୍ତି। ସେ ପ୍ରଥମ ୧୦ଟି ମ୍ୟାଚ୍‌ରେ ସର୍ବାଧିକ ରନ ହାସଲକାରୀ ଭାରତୀୟ କ୍ରିକେଟର ବନି ଯାଇଛନ୍ତି। ପୂର୍ବରୁ ଏହି ରେକର୍ଡ ଗାଭାସ୍କରଙ୍କ ନାଁରେ ରହିଥିଲା। ସେ ପ୍ରଥମ ୧୦ଟି ମ୍ୟାଚ୍‌ରେ ୯୭୮ ରନ କରିଥିଲେ। ହେଲେ ଯଶସ୍ୱୀ ଏହାକୁ ଅତିକ୍ରମ କରି ଯାଇଛନ୍ତି।

୧୦ଟି ମ୍ୟାଚ୍‌ରେ ଯଶସ୍ୱୀ ମୋଟ ୧୦୯୪ ରନ କରି ସାରିଛନ୍ତି। ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଇନିଂସରେ ମାତ୍ର ୧୦ ରନ କରିଥିଲେ ହେଁ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୫୬ ରନର ଇନିଂସ ଖେଳିଥିଲେ। ଏହି ପ୍ରଦର୍ଶନ ବଳରେ ସେ ଗାଭାସ୍କରଙ୍କ ନାଁରେ ୫୧ ବର୍ଷ ଧରି ରହିଥିବା ରେକର୍ଡକୁ ଭାଙ୍ଗିଛନ୍ତି। ୧୯୭୩ ମସିହାରୁ ଗାଭାସ୍କରଙ୍କ ନାଁରେ ଏହି ରେକର୍ଡ ରହିଥିଲା।

Advertisment

ଅନ୍ୟପକ୍ଷରେ ପ୍ରଥମ ୧୦ଟି ମ୍ୟାଚ୍‌ରେ ସର୍ବାଧିକ ରନ ହାସଲକାରୀ ବିଶ୍ୱ କ୍ରିକେଟରଙ୍କ ମଧ୍ୟରେ ଯଶସ୍ୱୀ ୪ର୍ଥ ସ୍ଥାନରେ ରହିଛନ୍ତି। ତାଙ୍କ ଉପରେ ଡନ ବ୍ରାଡମ୍ୟାନ(ଅଷ୍ଟ୍ରେଲିଆ), ଏଭରଟନ ୱିକ୍ସ(ୱେଷ୍ଟଇଣ୍ଡିଜ) ଓ ଜର୍ଜ ହେଡଲୀ(ୱେଷ୍ଟଇଣ୍ଡିଜ) ରହିଛନ୍ତି।

ବ୍ରାଡମ୍ୟାନ ପ୍ରଥମ ୧୦ଟି ମ୍ୟାଚ୍‌ରେ ୧୪୪୬ ରନ କରିଥିଲେ। ଏଭରଟନ ୧୧୨୫, ହେଡଲୀ ୧୧୦୨ ରନ କରି ନିଜର ଦବଦବା ଦେଖାଇଥିଲେ।

୨୦୨୪ ବର୍ଷରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଚଳିତ ବର୍ଷ ୧୩ଟି ଇନିଂସରେ ୮୦୬ ରନ କରିଛନ୍ତି।

Sunil Gavaskar Yashasvi Jaiswal Test Cricket Test Match