Advertisment

ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ, ସେହୱାଗଙ୍କ ସମକକ୍ଷ ହେଲେ ଯଶସ୍ୱୀ ଜୈସୱାଲ

ସେ ପ୍ରଥମ ଇନିଂସରେ ୫୧ ବଲରେ ୭୨ ଓ ଦ୍ୱିତୀୟ ଇନିଂସରେ ୪୫ ବଲରେ ୫୧ ରନ କରିଛନ୍ତି। ତାଙ୍କର ଏହି ଦମଦାର ପ୍ରଦର୍ଶନ ବଳରେ ଭାରତ ବେଶ ରୋମାଞ୍ଚକର ଢଙ୍ଗରେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ଜିତି ନେଇଛି।

author-image
Hemant Lenka
yashasvi-jaiswal

yashasvi-jaiswal

ଟିମ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈୱାଲ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମକିଛନ୍ତି। ବାଂଲାଦେଶ ବିପକ୍ଷ ଅପ୍ରତ୍ୟାଶିତ ଦ୍ୱିତୀୟ ଟେଷ୍ଟ ବିଜୟର ଶ୍ରେଷ୍ଠ ଖେଳିଳି ପୁରସ୍କାର ଜୈସୱାଲଙ୍କୁ ମିଳିଛି।

Advertisment

ସେ ପ୍ରଥମ ଇନିଂସରେ ୫୧ ବଲରେ ୭୨ ଓ ଦ୍ୱିତୀୟ ଇନିଂସରେ ୪୫ ବଲରେ ୫୧ ରନ କରିଛନ୍ତି। ତାଙ୍କର ଏହି ଦମଦାର ପ୍ରଦର୍ଶନ ବଳରେ ଭାରତ ବେଶ ରୋମାଞ୍ଚକର ଢଙ୍ଗରେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ଜିତି ନେଇଛି।

ତେବେ ଜୈସୱାଲ ଜଲୱା ଏତିକିରେ ଅଟକି ନାହିଁ। ସେ ନିଜର ପ୍ରଦର୍ଶନ ବଳରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ନାଁରେ ଲମ୍ବା ସମୟ ଧରି ରହିଥିବା ରେକର୍ଡକୁ ଅତିକ୍ରମ କରିଯାଇଛନ୍ତି। ୧୯୭୧ ମସିହା ସୁନୀଲ ଗାଭାସ୍କର ୯୧୮ ରନ କରିଥିଲେ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଆଜି ଯାଏ ତାଙ୍କ ଠାରୁ କୌଣସି ଭାରତୀୟ ବ୍ୟାଟର ଅଧିକ ରନ କରିପାରି ନଥିଲେ। ୨୩ ବର୍ଷ ହେବା ପୂର୍ବରୁ ଗାଭାସ୍କର ଏପରି ରେକର୍ଡ କରିଥିଲେ।

Advertisment

ତେବେ ୨୨ ବର୍ଷ ଓ ୨୭୮ ଦିନ ବୟସରେ ଜୈସୱାଲ ତାଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସେ ୨୦୨୪ରେ ୯୨୯ ରନ କରି ସାରିଛନ୍ତି। ଚଳିତ ବର୍ଷ ଆହୁରି ମ୍ୟାଚ୍‌ ଥିବାରୁ ଜୈୱାଲଙ୍କ ରେକର୍ଡ ଦୀର୍ଘ ବର୍ଷ ଧରି ଅକ୍ଷୁଣ୍ଣ ହୋଇ ରହିବ ବୋଲି ଆଶା କରାଯାଉଛି।

ଜୈସୱାଲ ଚଳିତ ବର୍ଷ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୨୦୨୪ରେ ମାତ୍ର ୮ଟି ଟେଷ୍ଟ ଖେଳି ରେକର୍ଡ ୯୨୯ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୬୬.୩୫। ଏହା ମଧ୍ୟରେ ୨ଟି ଶତକ ଓ ୬ଟି ଅର୍ଦ୍ଧଶତକ ରହିଛି। ବ୍ୟାଟିଂରେ ଜୈସୱାଲଙ୍କ ସ୍ଥିରତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।

ବାଂଲାଦେଶ ବିପକ୍ଷ କାନୁପର ଟେଷ୍ଟରେ ଜୈସୱାଲ ଦ୍ୱିତୀୟ ଭାରତୀୟ ଭାବେ ଉଭୟ ଇନିଂସରେ ୧୦୦ କିମ୍ବା ତା’ଠାରୁ ଅଧିକ ଷ୍ଟ୍ରାଇକ ରେଟରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ଏହି ସଫଳତା ପରେ ସେ ବୀରେନ୍ଦ୍ର ସେହୱାଗଙ୍କ ନାଁରେ ଥିବା ରେକର୍ଡର ସମକକ୍ଷ ହୋଇଛି।

୨୦୧୧ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟରେ ସେହୱାଗ ଏପରି ସଫଳତା ହାସଲ କରିଥିଲେ। ସେହୱାଗ ପ୍ରଥମ ଇନିଂସରେ ୪୬ ବଲରେ ୫୫ ଓ ଦ୍ୱିତୀୟ ଇନିଂସରେ ସେ ୫୫ ବଲରେ ୫୫ ରନର ଇନିଂସ ଖେଳିଥିଲେ।

Yashasvi Jaiswal Test Cricket Test Match